Posted inଖେଳ

କମିଲା ଆରସିବି, କେକେଆର ବ୍ରାଣ୍ଡଭାଲ୍ୟୁ

ମୁମ୍ବାଇ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱ କ୍ରିକେଟର ସୁପରଷ୍ଟାର। ହେଲେ ତାଙ୍କ ନେତୃତ୍ୱାଧୀନ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରୁଛି। ଦଳ ଗତ କିଛିବର୍ଷ ହେଲା ପ୍ଲେଅଫ୍‌ରେ ପ୍ରବେଶ କରିପାରି ନାହିଁ। ଏହା ଫ୍ରାଞ୍ଚାଇଜର ବ୍ରାଣ୍ଡଭାଲ୍ୟୁ ଉପରେ ପ୍ରଭାବ ପକାଇଛି। ପୂର୍ବ ଅପେକ୍ଷା ଫ୍ରାଞ୍ଚାଇଜର ବ୍ରାଣ୍ଡଭାଲ୍ୟୁ ୮ ପ୍ରତିଶତ କମିଛି ବୋଲି ଡଫ୍‌ ଆଣ୍ଡ ଫିଲପ୍ସ ପକ୍ଷରୁ କରାଯାଇଥିବା ବାର୍ଷିକ ସର୍ଭେରୁ ଜଣାପଡ଼ିଛି। ୨୦୧୯ ସିଜନ ବିଫଳତା ପରେ ପୂରା କୋଚିଂ ଷ୍ଟାଫକୁ ବିଦା କରିଥିବା ଆରସିବିର ବ୍ରାଣ୍ଡ ମୂଲ୍ୟ ଏବେ ୫୯୫ କୋଟି ଟଙ୍କା। ଆରସିବି ଭଳି କିଛି ବର୍ଷ ହେଲା ଫିଲ୍ଡରେ ଆଖିଦୃଶିଆ ପ୍ରଦର୍ଶନ କରିପାରୁ ନ ଥିବା ବଲିଉଡ ସୁପର ଷ୍ଟାର ଶାହରୁଖ ଖାନଙ୍କ ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର) ଫ୍ରାଞ୍ଚାଇଜର ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ୮ ପ୍ରତିଶତ ହ୍ରାସ ପାଇଛି। ଫଳରେ କେକେଆର ଫ୍ରାଞ୍ଚାଇଜର ବ୍ରାଣ୍ଡ ଭାଲ୍ୟୁ ଏବେ ୬୩୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଆରସିବି ଭଳି କେକେଆର ମଧ୍ୟ କୋଚିଂ ଷ୍ଟାଫରେ ପରିବର୍ତ୍ତନ କରିଛି। ଦଳରେ ଶାହରୁଖ ଓ କୋହଲିଙ୍କ ଭଳି ଷ୍ଟାର ଥିବାରୁ ଦଳର ବହୁ ସଂଖ୍ୟାରେ ପ୍ରଶଂସକ ରହିଛନ୍ତି। ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଭାଲ୍ୟୁ ୭ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବରୁ ଏହାର ମୂଲ୍ୟ ୬.୩ ବିଲିଅନ ଆମେରିକୀୟ ଡଲାର ଥିଲା। ଏବେ ୬.୮ ବିଲିଅନ ଡଲାର ଅଛି। ଭାରତୀୟ ମୁଦ୍ରାରେ ୪୮,୪୩୪.୧୯ କୋଟି ଟଙ୍କାରୁ ଅଧିକ। ଚଳିତ ବର୍ଷ ବିଜ୍ଞାପନରୁ ୨୦ ପ୍ରତିଶତ ଅଧିକ ରାଜସ୍ବ ମିଳିଛି। ଆରସିବି ଓ କେକେଆର ଦଳର ମୂଲ୍ୟ ହ୍ରାସ ପାଇଥିବାବେଳେ ୨୦୧୮ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଭାଲ୍ୟୁରେ ୧୩.୧ ପ୍ରତିଶତ ବୃଦ୍ଧି ପାଇଛି। ଦଳର ମୂଲ୍ୟ ଏବେ ୭୩୨ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହି ଦଳ ଆଇପିଏଲର ସର୍ବାଧିକ ଭାଲ୍ୟୁ ଥିବା ଫ୍ରାଞ୍ଚାଇଜ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ମହେନ୍ଦ୍ର ସିଂ ଧୋନୀଙ୍କ ଲୋକପ୍ରିୟତା ଯୋଗୁ ସିଏସ୍‌କେ ଦୁଇବର୍ଷ ବାସନ୍ଦ ରହିବା ପରେ ମଧ୍ୟ ଭାଲ୍ୟୁରେ ବୃଦ୍ଧି ଘଟିଛି। ଏ ବର୍ଷ ୪ର୍ଥ ଆଇପିଏଲ ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ଭଳି ଶୀର୍ଷରେ ରହିଛି। ଦଳର ଭାଲ୍ୟୁରେ ୮୦୯ କୋଟିରେ ଟଙ୍କାରେ ରହିଛି, ଯାହାକି ପୂର୍ବ ଅପେକ୍ଷା ୮.୫ ପ୍ରତିଶତ ଅଧିକ। ମୁମ୍ବାଇ ଫ୍ରାଞ୍ଚାଇଜ କ୍ରମାଗତ ୪ର୍ଥ ଥର ପାଇଁ ଏହି ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri