ନୂଆଦିଲ୍ଲୀ,୫।୮:ଦୀର୍ଘଦିନର ଦରବୃଦ୍ଧି ପରେ ଗତ ମାସ ବିଭିନ୍ନ ବର୍ଗର ଖାଇବା ତେଲ ଉପରେ ୫ରୁ ୧୦ ଟଙ୍କା ହ୍ରାସ ଘଟିଥିଲା। ଫଳରେ ଖାଉଟି କିଛି ପରିମାଣରେ ଆଶସ୍ତି ଲାଭ କରିଥିଲେ। ଏପରିକି ସାରା ଦେଶ ଆଗକୁ ପାର୍ବଣ ପାଳନ କରିବ। ଏହାକୁ ନଜରରେ ରଖି ସରକାର ମଧ୍ୟ ଖାଉଟିଙ୍କ ହିତ ଲାଗି ଖାଇବା ତେଲ ସହ ଅନେକ ଖାଦ୍ୟ ସାମଗ୍ରୀର ଦର ହ୍ରାସ କରିପାରନ୍ତି। ଏ ନେଇ ଗୁରୁବାର କେନ୍ଦ୍ର ଖାଦ୍ୟ ସଚିବ ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ମିଳିତ ଭାବେ ଏକ ଯୋଜନା ପ୍ରସ୍ତୁତ ସହ ଖାଇବା ତେଲ ଦର ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ସମ୍ପର୍କିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ପକ୍ଷରୁ କମ୍ପାନୀଗୁଡ଼ିକୁ ଖାଇବା ତେଲର ଦର ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ କରନ୍ତୁ ବୋଲି କୁହାଯାଇଛି। ଯଦି କମ୍ପାନୀଗୁଡ଼ିକ ସରକାରଙ୍କ ଉକ୍ତ ପ୍ରସ୍ତାବ ଗ୍ରହଣ କରନ୍ତି ତା ହେଲେ ଆଗାମୀ ପାର୍ବଣ ପୂର୍ବରୁ ଖାଇବା ତେଲର ହ୍ରାସ ସହ ଖାଉଟିଙ୍କୁ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିବ। ଅପରପକ୍ଷରେ ସରକାର ଯଦି ଖାଦ୍ୟ ତୈଳ ଦର ଶସ୍ତା କରିବାରେ ସଫଳ ହୁଅନ୍ତି ତେବେ ମୂଲ୍ୟ ବୃଦ୍ଧି କିଛି ମାତ୍ରାରେ ନିୟନ୍ତ୍ରିତ ହେବ ବୋଲି ବଜାର ବିଶେଷଜ୍ଞମାନ ଆଶାବ୍ୟକ୍ତ କରିଛନ୍ତି। ସେହିପରି ସଚିବଙ୍କ ସୂଚନା ଅନୁଯାୟୀ କମ୍ପାନୀଗୁଡିକୁ ସରକାର ମଧ୍ୟ କିଛି ସମୟ ଦେଇଛନ୍ତି। ସ୍ବଳ୍ପ ସମୟ ମଧ୍ୟରେ କମ୍ପାନି ଦର ହ୍ରାସ ସମ୍ପର୍କରେ ଚିନ୍ତା କରି ପାର୍ବଣ ପୂର୍ବରୁ ଖାଇବା ତେଲ ଓ ଖାଦ୍ୟ ସାମଗ୍ରୀର ଦର ହ୍ରାସ ସମ୍ପର୍କରେ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ନୂଆଦିଲ୍ଲୀରେ ସୋରିଷ ତେଲ ଲିଟର ପିଛା ୧୭୦ ରୁ ୧୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ପ୍ରମୁଖ ଖାଇବା ତେଲର ମୂଲ୍ୟ ୧୪୦ରୁ ୧୬୦ ମଧ୍ୟରେ ରହିଛି। ସେହିପରି ଓଡ଼ିଶା ବଜାରରେ ପାମୋଲିନ ଲିଟର ପିଛା ୧୨୦ରୁ ୧୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସୂର୍ଯ୍ୟମୁଖୀ ତେଲର ଦର ୧୫୫ରୁ ୧୬୦ ଟଙ୍କା, ସୋରିଷ ତେଲ ୧୫୦ରୁ ୧୮୦ ଟଙ୍କା ଏବଂ ଅନ୍ୟନ୍ୟା ଖାଇବା ତେଲର ଦର ୧୨୦ରୁ ୧୪୦
ମଧ୍ୟରେ କାରବାର ହେଉଥିବା ଓଡିଶା ବ୍ୟବସାୟୀ ମହାସଂଘର ସଚିବ ସୁଧାକର ପଣ୍ଡା ମତବ୍ୟକ୍ତ କରିଛନ୍ତି। ଆଗକୁ ପାର୍ବଣ ସହ ଫସଲ ଉତ୍ପାଦନର ସମୟ ଆସୁଥିବାରୁ ସରକାର ଲକା ସାଙ୍ଗରେ ଖାଇବା ତେଲ ଓ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗୀର ଦର ହ୍ରାସ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ପଣ୍ଡା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ ୫୦% ପାମୋଲିନ ତେଲ ବିକ୍ରି ହେଉଥିବା ବେଳେ ୨୫% ସନ୍ଫ୍ଲାଓ୍ବାର, ୧୫% ସୋରିଷ ତେଲ ଏବଂ ବାକି ବଜାର ଅଂଶ ଅନ୍ୟ ଖାଇବା ତେଲ ବିକ୍ରି କରାଯାଉଛି। ଭାରତ ପେଟ୍ରୋଲ ଓ ଡିଜେଲ ଭଳି ବିଦେଶରୁ ମଧ୍ୟ ଖାଇବା ତେଲ ଆମଦାନୀ କରିଥାଏ। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ଖାଦ୍ୟ ତୈଳ ମହଙ୍ଗା ହେଲେ ଦେଶରେ ମଧ୍ୟ ମହଙ୍ଗା ହେଉଛି। ମାଲେସିଆରୁ ପାମ୍ ଅଏଲ ଆମଦାନୀ ହେଉଛି, ସେଠାରେ ଯଦି ମୂଲ୍ୟ ବୃଦ୍ଧି ହେଉଛି, ଦେଶରେ ମଧ୍ୟ ପାମ ତେଲ ଦର ବଢୁଛି। ଭାରତ ମୋଟ ଆବଶ୍ୟକତାର ୬୦% ତୈଳ ବିଦେଶରୁ ଆମଦାନୀ କରିଥାଏ। ଏପରିକି ଦେଶରେ ନୁହେଁ ବିଦେଶରେ ମଧ୍ୟ ଖାଦ୍ୟ ତୈଳ ଦର ୫୦% ପର୍ଯ୍ୟନ୍ତ ହ୍ରାସ ହୋଇଛି।
Posted inHome, Home Middle, ଜାତୀୟ, ବାଣିଜ୍ୟ View All
ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି
ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି E-KYC ଅବଧି...
ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC
ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...
ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….
ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...
ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...
ବାଇକ୍କୁ ଧକ୍କାଦେଲା ବାଇକ୍, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...
ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ
ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗଣିଆନାଳ ଛକ...
ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍
ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...
କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!
୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...
Archives


