କପିଳାସ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ସୁଖଦ ବନ୍ଧନର କାହାଣୀ ‘ମାଟି ମା’

ଢେଙ୍କାନାଳ ଅଫିସ,୨୭ା୧୨-ଢେଙ୍କାନାଳ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଗୋଳର ନାଟ୍ୟମ୍‌ ଅନୁଷ୍ଠାନ ପକ୍ଷରୁ ନାଟକ ‘ମାଟି ମା’ ମଞ୍ଚସ୍ଥ ହୋଇଥିଲା। ନାଟ୍ୟକାର ସୁଧାଂଶୁ ମୋହନ ଦ୍ୱିବେଦୀ ଏହାର ନିର୍ଦ୍ଦେଶନା ଦେଇଥିଲେ। ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ଆଦର, ଭକ୍ତି, ଭାବନା ଓ ଦାୟିତ୍ୱପୂର୍ଣ୍ଣ କର୍ତ୍ତବ୍ୟବୋଧକୁ ନେଇ ୩ ପିଢିର ଏକ ସୁଖଦ ବନ୍ଧନର କାହାଣୀ ହେଉଛି ‘ମାଟି ମା’। ପ୍ରଥମ ପିଢିର ପ୍ରାଚୀର ଶିବନାରାୟଣ, ଯିଏକି ସ୍ନେହ, ମମତା, ଆଦର୍ଶବାଦ ଓ ପ୍ରାକ୍ତନ ଚିନ୍ତନର ଜ୍ୱଳନ୍ତ ଉଦାହରଣ। ଆପଣାର ଗାଁ, ପରମ୍ପରା ଓ ମାଟି ସତେଯେମିତି ତାଙ୍କ ଜୀବନର ଅବିଛେଦ୍ୟ ଅଙ୍ଗ। ଶିବନାରାୟଣଙ୍କ ପୁଅ ସନାତନ, ବୋହୂ ସୁମିତ୍ରା ଜୀବନ ସଂଗ୍ରାମର ଅନ୍ୟଏକ ନାମ। ନାତି ସ୍ବୟଂ ଓ ନାତୁଣୀ ଅଲିଭା ଆପଣାର ସ୍ବକୀୟ ଚିନ୍ତାଧାରାରେ ସମ୍ପୂର୍ଣ୍ଣ ସ୍ବତନ୍ତ୍ର। ଏହି ୩ଟି ପିଢିର ମାନସିକ ଏକତ୍ରୀକରଣ କେବଳ ଆତ୍ମାନୁମିଳନ ଦ୍ୱାରା ହିଁ ସମ୍ଭବ। ଯାହାକି ନାଟକ ‘ମାଟି ମା’ର କାହାଣୀ। ଏଥିରେ ବିଭିନ୍ନ ଭୂମିକାରେ ସୁଧାଂଶୁ ମୋହନ ଦ୍ୱିବେଦୀ, ରବୀନ୍ଦ୍ର ନାଥ ସାହୁ, ବଟକୃଷ୍ଣ ତ୍ରିପାଠୀ, ଶତ୍ରୁଜିତ ପଟ୍ଟନାୟକ, ମନୋଜ କୁମାର ପ୍ରଧାନ, ବିପିନ ପଟ୍ଟନାୟକ, ମାନସ ରଞ୍ଜନ ନାୟକ, ଜୟଶ୍ରୀ ଶତପଥୀ, ସୁପ୍ରଭା ସାହୁ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶକ୍ତିପ୍ରସାଦ ମିଶ୍ର, ରବୀନ୍ଦ୍ର ସାହୁ, ଚିନ୍ତାମଣି ସାହୁ ଓ ବିପିନ ମଞ୍ଚସଜା କରିଥିଲେ। ପ୍ରାରମ୍ଭରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଭାରତୀୟ ଜନସଂଚାର ସଂସ୍ଥାନର ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ ଯୋଗ ଦେଇଥିଲେ। ଅନୁଷ୍ଠାନ ସଭାପତି ଦିଲ୍ଲୀଶ୍ୱର ମହାରଣା ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସଦସ୍ୟ ଶତ୍ରୁଘ୍ନ ମାଟି ଧନ୍ୟବାଦ ପ୍ରଦାନ କରିଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶୁକ୍ରବାର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ପଞ୍ଚମବେଦ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ନାଟକ ପୁତ୍ରପୂଜା ମଞ୍ଚସ୍ଥ ହେବ ବୋଲି ଆୟୋଜକ ଅନୁଷ୍ଠାନର ସମ୍ପାଦକ ଜୟନ୍ତ ବର୍ମା ସୂଚନା ଦେଇଛନ୍ତି। ଅମ୍ବିକା ପଟ୍ଟନାୟକ, ବିନୋଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri