କନ୍ତଳବାଇ ବାପ, ପୁଅଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ଅଜୀବନ କାରାଦଣ୍ଡଦେଶ

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ ୨ୟ ଦିଲୀପ କୁମାର ବିଶ୍ୱାଳଙ୍କ କୋର୍ଟରେ ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି କନ୍ତଳବାଇ ଗଁାର ବାପ,ପୁଅଙ୍କ ହତ୍ୟା ଉଦ୍ୟମର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ କନ୍ତଳବାଇର ପଙ୍କଜ ମହାପାତ୍ରଙ୍କୁ ଆଜୀବନ କାରାଦଣ୍ଡଦେଶ ହୋଇଛି। ଦଫା ୩୦୨ରେ ଅଜୀବନ କାରାଦଣ୍ଡ ଓ ୧୦ ହଜାର ଜରିମାନା ରହିଛି। ଜରିମାନା ଅନାଦେୟ ବର୍ଷେ କାରଦଣ୍ଡ ଆଦେଶ ରହିଛି। ସେହିପରି ଦଫା ୩୨୩ ରେ ୬ମାସ କାରାଦଣ୍ଡ ୫୦୦ ଟଙ୍କା ଜରିମାନା ଆଦେଶ ରହିଛି। ଜରିମାନା ଅନାଦେୟ ପୁଣି ୨ମାସ ଜେଲ ଦଣ୍ଡ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ୨୦୧୭ ସେପ୍ଟେମ୍ବର ୧୧ରେ ରାତି ପ୍ରାୟ ସାଢ଼େ ୯ଟାରେ କନ୍ତଳବାଇର ପଙ୍କଜ ମଦ ପିଇ ଉଲଗ୍ନ ହୋଇ ଗଁାଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଗଁାର ପୂର୍ଣ୍ଣଚନ୍ଦ୍ର ନାୟକ ବୁଝାଶୁଝା କରି ପଙ୍କଜଙ୍କୁ ଘରେ ଛାଡିଥିଲେ। କିଛି ସମୟ ପରେ ପଙ୍କଜ ଘରୁ ଆସି ପୂର୍ଣ୍ଣଚନ୍ଦ୍ର କୁଆଡେ ଗଲା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଘର ବାରଣ୍ଡାରେ ବସିଥିବା ପୂର୍ଣ୍ଣଚନ୍ଦ୍ରଙ୍କ ବାପା ଗାଜିଙ୍କୁ ଠେଙ୍ଗାରେ ମାରପିଟ୍‌ କରିଥିଲେ। ଗାଜି ଅଚେତ ହୋଇ ତଳେ ପଡି ଯାଇଥିଲେ। ପରେ ଭାଇ ଶେଷଦେବ ଘଟଣା ସ୍ଥଳେ ପହଞ୍ଚତ୍ବାରୁ ତାଙ୍କୁ ମଧ୍ୟ ମାରପିଟ୍‌ କରି ତଳେ ପକାଇ ଦେଲେ। ବାପ ଓ ପୁଅ ଅଚେତ ହୋଇ ପଡିଥିବାବେଳେ ମରିଗଲେ ଭାବି ସେମାନଙ୍କୁ ଆଉ ଆକ୍ରମଣ କରି ନ ଥିଲେ। ପରେ ଅଣ୍ଟାରୁ କଟୁରୀ କାଢ଼ି କହିଥିଲେ ମୋ ପାଖକୁ କେହି ଆସନି, ଆସିଲେ ୨ଜଣଙ୍କ ପରି ଅନ୍ୟମାନଙ୍କୁ ହତ୍ୟା କରି ଫୋପାଡି ଦେବି। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୋଲିସ ଦଫା ୨୯୪, ୩୨୩, ୩୨୪, ୩୦୭, ୫୦୬ ଆଇପିସିରେ ନଂ. ୩୨୪/୧୭ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପରେ ଟାଙ୍ଗୀ ଥାନା ପୋଲିସ କନ୍ତଳବାଇର ପଙ୍କଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ପଙ୍କଜ ଜେଲରେ ରହିଛନ୍ତି। ସରକାରଙ୍କ ପକ୍ଷରୁ ଅନିଲ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri