Posted inଫୁରସତ

କଣ୍ଟେନରରେ ତିଆରି ହୋଇଛି ଘର, ରହିଛି ସମସ୍ତ ପ୍ରକାର ସୁବିଧା

ସାଧାରଣତଃ ଇଟା, ଗୋଡ଼ି, ବାଲି, ସିମେଣ୍ଟରେ ଘର ତିଆରି ହୋଇଥାଏ। କିନ୍ତୁ ଜଣେ ବ୍ୟକ୍ତି ଲୁହା କଣ୍ଟେନରରେ ଘର ନିର୍ମାଣ କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏମିତି ଘର ତିଆରି କରିବାରେ ସଫଳ ହୋଇଛନ୍ତି ଟେକ୍‌ସାସ୍‌ ନିକଟସ୍ଥ ହ୍ୟୁସଟନ୍‌ ସହରରେ ରହୁଥିବା ଜଣେ ବ୍ୟକ୍ତି। ଶିପିଂ କଣ୍ଟେନର ସାହାଯ୍ୟରେ ସେ ନିଜର ସ୍ବପ୍ନର ଘର ତିଆରି କରିଛନ୍ତି। ବାହାରୁ ଘରଗୁଡ଼ିକ ଲୁହାର ବଡ଼ ବଡ଼ ବକ୍ସ ପରି ଦେଖାଯାଉଛି। କିନ୍ତୁ ଏହା ଭିତରେ ସମସ୍ତ ପ୍ରକାର ସୁବିଧା ରହିଛି। ରୋଷେଇ ଘର, ଶୋଇବା ଘର, ବାଥରୁମ୍‌, ଗେଷ୍ଟରୁମ୍‌ ଆଦି ରହିଛି। ଏହି ଘରର ମାଲିକଙ୍କ ନାଁ ବିଲ୍‌ ବ୍ରିୟକ୍ସ। ଏହି କଣ୍ଟେନର ସାହାଯ୍ୟରେ ସେ ୩ ମହଲା ବିଶିଷ୍ଟ ଘର ତିଆରି କରିଛନ୍ତି। ୨୫୦୦ ସ୍କୋୟାର ଫୁଟ୍‌ରେ ନିର୍ମାଣ ହୋଇଥିବା ଏହି ଘର ନିଆଁ, ପାଣି, ପବନରେ କିଛି ବି କ୍ଷତିଗ୍ରସ୍ତ ହେବ ନାହିଁ।

ଏକ ରିପୋର୍ଟ ଅନୁଯାୟୀ, ବିଲ୍‌ ୨୦୦୦ ମସିହାରେ ଏପରି ଭିନ୍ନ ଧରଣର ଘର ତିଆରି ପାଇଁ ମନସ୍ଥ କରିଥିଲେ। ତେଣୁ ଡିଜାଇନର ଖୋଜିବାରେ ଲାଗିପଡ଼ିଲେ। କେହି ନ ମିଳିବାରୁ ନିଜେ ୨୦୧୧ ମସିହାରେ ୩-ଡି ସ୍କେଚ୍‌ ଆଙ୍କିଲେ। ପରେ ଶିପିଂ କଣ୍ଟେନର ଆଣି ଘର ତିଆରି କଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri