କଣ୍ଟାମାଳ ତହସିଲ ଅଂଚଲରେ ବେଆଇନ୍‌ ଇଟାଭାଟି: ହାତ୍‌ ବାଁଧି ବସିଛେ ରାଜସ୍ବ ବିଭାଗ

ଗୁଡ଼ଭେଲିପଦର, ୧୬।୨ (ଡି.ଏନ୍‌.ଏ.)-  ବୌଦ୍ଧ ଜିଲା କଣ୍ଟାମାଳ ତହସିଲ ଅଧୀନ ଭିନେ ଭିନେ ଗାଁରେ ବେଆଇନ୍‌ ଇଟାଭାଟି ଦେଖ୍‌ବାକେ ମିଲୁଛେ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଇନକେ ଅନ୍‌ଦେଖା କରି କଣ୍ଟାମାଳ ତହସିଲ ଅଂଚଲରେ ବେପାରୀମାନେ ୨୦ରୁ ଅଧ୍‌କା ବେଆଇନ୍‌ ଇଟାଭାଟି ଲଗେଇ ବେପାର ଚଲେଇଛନ୍‌। ହେଲେ ଇ ଦିଗେ ପରଶାସନ ତରଫୁ ବେଆଇନ୍‌ ଇଟାଭାଟି ଉପରେ ଚଢ଼ଉ କି ମାଲିକ ଉପରେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯିବର। ଏନ୍‌ତାଥି ରାଏଜ୍‌ ସରକାର ଲକ୍ଷାଧିକ୍‌ ଟଁକା ରାଜସ୍ବ ହରଉଥିଲାବେଲେ ବେଆଇନ୍‌ ଇଟାଭାଟି ଲାଗି ପରିବେଶ ଦୂଷିତ ହେଉଛେ ବଲି ଅଂଚଲର ବୁଧିଜୀବୀ ମହଲରେ ଚରଚା ହେଉଛେ। ଇଆଡ଼େ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଇଟାଭାଟିକେ ପୂରାପୂରି ବେଆଇନ ବଲି କହେବାର ସଂଗେ ଇ ଦିଗେ ଚଢ଼ଉ କରି ପଦକ୍ଷେପ ନେବାକେ ରାଏଜ୍‌ ସରକାରକୁଁ ନିରଦେଶ ଦେଇଥିଲେ। ଯେନ୍‌ମାନେ ନିୟମକେ ବେଖାତିର କରୁଛନ୍‌ ସେମାନକର ନଁାରେ ପରଶାସନ ତରଫୁ ଏଫ୍‌ଆଇଆର୍‌ ଦେବାର ନିୟମ ରହିଛେ। ହେଲେ କଣ୍ଟାମାଳ ତହସିଲ ଅଂଚଲର ଅନେକ ଗାଁରେ ପରଶାସନ ଆର ଇଟାଭାଟି ମାଲିକମାନକର ସଲାସୁତରାରେ ସବୁ ଚାଲିଥିବାର ଦେଖ୍‌ବାକେ ମିଲୁଛେ। କଣ୍ଟାମାଳ ତହସିଲ ଅଧୀନ ଗୁଡ଼ଭେଲିପଦର ପଁଚେତ୍‌, ବିଲାସପୁର ପଁଚେତ୍‌, ବରଗୋଛା ପଁଚେତ୍‌ର ଅନେକ ଗାଁରେ ଲୋକ୍‌ ବେଆଇନ୍‌ ଇଟାଭାଟି ଲଗଉଥିବାର ଦେଖ୍‌ବାକେ ମିଲୁଛେ। ହେଲେ ଇ ଦିଗେ ରାଜସ୍ବ ବିଭାଗ ପଦକ୍ଷେପ ନେବାର ଜାଗାରେ ହାତ୍‌ ବାଁଧି ବସିଥିବାର ଅଂଚଲରେ ଚରଚାର ବିଷେ ପାଲଟିଛେ। ଇ ବାବ୍‌ଦେ ମନମୁଣ୍ଡା ରାଜସ୍ବ ଅଧ୍‌କାରୀ ସୁରେନ୍ଦ୍ର ସାହୁକୁଁ ପଚ୍‌ରାଲାରୁ ମୁଇଁ ଇ ଦିଗେ ତଦଁତ୍‌ କରୁଛେ। ତଦଁତ୍‌ ଉତାରୁ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

ରୋଜଗାର ଦେଇଛି ମୂର୍ତ୍ତି କାରିଗରୀ: ୯ ଜଣଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ତିରନ

କର୍ଲାମୁଣ୍ଡା,୧୪।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୧ କିଲୋମିଟର ଦୂରରେ ରହିଛି କର୍ଲାମୁଣ୍ଡା (ବସ୍ତି)। ଏହି ଗାଁରେ ରୁହନ୍ତି ଶିଳ୍ପୀ ଟିରନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri