କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତର ଅଭାବ

କଣ୍ଟାମାଳ,୨୫ା୩(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ୬ଟି ପଦବୀ ଥିବା ଏହି ଡାକ୍ତରଖାନାରେ ୨ ଜଣ ଡାକ୍ତର ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି। ଜଣେ ଡାକ୍ତର ସ୍ବତନ୍ତ୍ର ଭାବରେ କରୋନା ନିରାକରଣ ପାଇଁ ନିୟୋଜିତ ଥିବା ବେଳେ କେତେଜଣ ଦାଦନ ଫେରନ୍ତା ଯୁବକ ଗାଁରେ ଲୋକଙ୍କ ସହିତ ମିଳାମିଶା କରୁଥିବା ଦେଖିବାକୁ ମିଳିଛି। ଫଳରେ ଲୋକଙ୍କୁ କରୋନା ଡର ଘାରିଛି। ଗତ ୧୫ ଦିନ ମଧ୍ୟରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଯୁବକ ଘରକୁ ଫେରି ଆସିଛନ୍ତି। ଏହି ଯୁବକମାନେ ମୁଖ୍ୟତଃ ତାମିଲନାଡୁ , ଗୁଜୁରାଟ , କେରଳ ଓ ମହାରାଷ୍ଟ୍ର ଅଞ୍ଚଳରୁ ଫେରିଛନ୍ତି। ତେବେ ବରଗାଁ ପଞ୍ଚାୟତର ୧୨ ଜଣ , ଲମ୍ବସରୀର ୩୪ ଜଣ , ସିମିଳିପଦରର ୨୭ ଜଣ , ଖଟଖଟିଆ ପଞ୍ଚାୟତର ୩୨ ଜଣ ଗଁ।ରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ଘଣ୍ଟାପଡା ପଞ୍ଚାୟତରେ ଏହି ଯୁବକଙ୍କ ପାଇଁ କ୍ୱାରେନଟାଇନର ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ ପଞ୍ଚାୟତରେ ଯୁବକମାନେ ବୁଲାବୁଲି କରିବା ଉଦ୍‌ବେଗ ସୃଷ୍ଟି କରିଛି। କରୋନା ପାଇଁ ସତର୍କତା ଜାରି କରା ଯାଇଥିବା ବେଳେ ଏହି ଯୁବକମାନେ ରାଜ୍ୟବାହାରୁ ଫେରି କୁଣିଆ କିମ୍ବା ସାଙ୍ଗ ଘର ବୁଲି ଯାଉଛନ୍ତି।
ଏନେଇ ମାତକୁପା ଗାଁର ଟିକେଶ୍ୱର ମହାନନ୍ଦ କହିଛନ୍ତି ଯେ , ଆଠ ଦଶ ଦିନ ହେବା ଦାଦନୀ ପିଲାମାନେ ଗାଁକେ ଆସି କରି ସଙ୍ଗ ମିଶନ ହେଲେନ , ଆମକୁ ଡର ଲାଗୁଛେ। ୪୦ ହଜାର ଲୋକଙ୍କ ସ୍ବାସ୍ବ୍ୟସେବା ସଂଭାଳୁଥିବା ଅପରପକ୍ଷରେ କଣ୍ଟାମାଳ ଡାକ୍ତରଖାନା ଉପରେ ୪୦ ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବେଳେ ଡାକ୍ତର ଅଭାବ ପାଇଁ ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ ସୋନପୁର ରେଫର କରାଯାଉଛି। ଏନେଇ ପ୍ରଶାନ୍ତ ସାହୁ କହିଛନ୍ତି ଯେ , କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁ ଆଗାମୀ ଦିନରେ ଘେର ସମସ୍ୟା ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟବିଭାଗ ଯଥାଶୀଘ୍ର ଡାକ୍ତର ପଦବୀ ପୂରଣ କରିବା ଆବଶ୍ୟକ ହୋଇପଡିଛି। ଅପରପକ୍ଷରେ ଉକ୍ତ ଡାକ୍ତରଖାନାର ଡାକ୍ତର ଜଗଦୀଶ ସେଠ କହିଛନ୍ତି ଯେ , ୨ ଦିନ ଭିତରେ ରାଜ୍ୟ ବାହାରୁ ଫେରିଥିବା ୩୮ ଜଣ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। କାହାରି ପାଖରେ କରୋନାର ଲକ୍ଷଣ ନାହିଁ। ସେଥିପାଇଁ ଅଞ୍ଚଳବାସୀ ଭୟଭୀତ ହେବାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

CUET UG ପରୀକ୍ଷାରେ ବି ବିଭ୍ରାଟ: ସମୟସୀମାରେ ହୋଇପାରିଲାନି ଆରମ୍ଭ

ନୂଆଦିଲ୍ଲୀ,୩୦।୫: କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଛି। ଏହା ପରେ…

ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ…

ଘରୋଇ ବସ୍‌ ମାଲିକ ସଂଘର ବଡ଼ ଚେତାବନୀ, ସରକାର ନ ଶୁଣିଲେ ଗଡ଼ିବନି…

ଭୁବନେଶ୍ୱର,୩୦।୫: ରାଜ୍ୟ ସରକାରଙ୍କୁ ୧୦ ଦିନର ଅଲଟିମେଟମ୍ ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଭଡ଼ା ବୃଦ୍ଧି ସମ୍ପର୍କିତ ଦାବି ପୂରଣ ନ ହେଲେ ବସ୍‌ ଚଳାଚଳ…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri