କଟକଣା କୋହଳ ପରେ… ଦ୍ୱନ୍ଦ୍ୱ, ଭୟ, ଆଶଙ୍କା

କୋହଳ ହେଉଛି ତାଲାବନ୍ଦ କଟକଣା। ଆଉ ତା’ ସହିତ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଜୀବନ। ଦୁଇମାସ ହେଲା ଜୀବିକା ଚିନ୍ତାରେ ଥିବା ମଣିଷ କର୍ମକ୍ଷେତ୍ର ଆଡ଼କୁ ମୁହାଁଇଲେଣି। ଯାନବାହନ ଚଳାଚଳ ଆରମ୍ଭ ହୋଇଥିବାବେଳେ ଖୋଲିଲାଣି ଶପିଂମଲ, ହୋଟେଲ, ଟେଲର ଦୋକାନ, ସେଲୁନ୍‌, ବିୟୁଟିପାର୍ଲର। ହେଲେ ବ୍ୟବସାୟ ଆଉ ଆଗଭଳି ନାହିଁ। ଏହାକୁ ନେଇ ଦ୍ୱନ୍ଦ୍ୱ, ଭୟ, ଆଶଙ୍କା ଭିତରେ ଅଛନ୍ତି ବୃତ୍ତିଧାରୀ। କରୋନା ସଙ୍କଟର ଘଡ଼ିସନ୍ଧି ମୁହୂର୍ତ୍ତରେ ଜୀବିକା କ୍ଷେତ୍ରକୁ ବାହୁଡ଼ିଥିବା ଏପରି କେତେଜଣଙ୍କ ପ୍ରତିକ୍ରିୟାକୁ ନେଇ ଏହି ଉପସ୍ଥାପନା…
ରିପୋର୍ଟ: ସୁଧୀର କୁମାର ପରିଡ଼ା

 

ଆଗଭଳି ବ୍ୟବସାୟ ହେବ କି ନାହିଁ ସନ୍ଦେହ
ଅଢେଇ ମାସ ହେଲା ବସ୍‌ ଚଳାଚଳ ବନ୍ଦ ହୋଇଯାଇଥିଲା। ଚକ ଗଡ଼ିବା ବନ୍ଦ ହେବା ପରେ ବସ୍‌ କର୍ମଚାରୀ ହାତବାନ୍ଧି ବସିଥିଲେ। ସରକାର ଆମ ଦୁଃଖ ବୁଝି ରୋଡ୍‌ ଟ୍ୟାକ୍ସ ଛାଡ଼ କରିଛନ୍ତି। ଗାଡ଼ି ଚଳାଚଳ ଲାଗି ଅନୁମତି ଦେଇଛନ୍ତି। ତଥାପି ସଂକ୍ରମଣ ଭୟରେ ଲୋକମାନେ ଯାତ୍ରା କରିବାକୁ ଅମଙ୍ଗ ହେଉଛନ୍ତି। ଆବଶ୍ୟକ ଯାତ୍ରୀ ନ ହେଲେ ଗାଡ଼ି ଚଳାଇବା ଅସମ୍ଭବ। ଯାତ୍ରୀଙ୍କ ଲାଗି ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି କରାଯାଇଥିବାରୁ ଆଗଭଳି ବ୍ୟବସାୟ ହେବ କି ନାହିଁ ତାହା ବି ସନ୍ଦେହ।
ଲଛମନ ଜେନା, କାମାକ୍ଷାନଗର ବସ୍‌ ମାଲିକ ସଂଘ ସଭାପତି

କ୍ଷତିଭରଣା କରିବାକୁ ସମୟ ଲୋଡ଼ା
ଦୁଇମାସ ମଧ୍ୟରେ ଅନେକ କ୍ଷତି ସମ୍ଭାଳିବାକୁ ପଡିଛି। ଦୋକାନ ବନ୍ଦ ଥିଲେ ମଧ୍ୟ ବିଦ୍ୟୁତ୍‌ ବିଲ୍‌, ଘରଭଡ଼ା ଦିଆଯାଇଛି। ବ୍ୟବସାୟ ନ ଥିଲେ ମଧ୍ୟ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଶତାଧିକ କର୍ମଚାରୀ ଆମ ସହିତ ଜଡ଼ିତ ଥିଲେ। ସେମାନଙ୍କ ପରିବାର ଚଳାଇବା ଲାଗି ଦରମା ଦିଆଯାଇଛି। ଏବେ ଅଧା ସମୟ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ଜୀବନଯାତ୍ରା ସ୍ବାଭାବିକ ହେଲେ ମଧ୍ୟ ଆଗଭଳି ବେପାର ନାହିଁ। କ୍ଷତି ଭରଣା କରିବାକୁ ଢେର ସମୟ ଲାଗିବ।
ଦୀପକ ଖେମକା, ଶପିଂ ମଲ୍‌ ମାଲିକ

 

ଭୟ କମିବା ପରେ ବେପାର ବଢ଼ିବ
ଲକ୍‌ଡାଉନ୍‌ ଯୋଗୁ ଟେଲରିଂ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ଥିଲା। ଏଠାରେ କାମ କରୁଥିବା ଅନ୍ୟ କାରିଗରମାନେ ଜୀବିକା ହରାଇଥିଲେ। କାମ ନ ଥିବାରୁ ସେମାନଙ୍କୁ ଦରମା ଦେବା ଅସମ୍ଭବ ହୋଇପଡ଼ିଥିଲା। ଦୁଇମାସ ହେଲା ସେମାନେ ବଡ କଷ୍ଟକର ପରିସ୍ଥିତି ଦେଇ ଗତି କରିଛନ୍ତି। ଲକ୍‌ଡାଉନ୍‌ ନିୟମ କୋହଳ ହେବାରୁ ଜୀବନଯାତ୍ରା ସ୍ବାଭାବିକ ହେଉଛି। ତଥାପି ଲୋକଙ୍କ ଭିତରେ ଭୟ ରହୁଛି। ଏହା କମିବା ପରେ ବେପାର ବଢ଼ିବ। ସାମାଜିକ ଦୂରତ୍ୱ ନିୟମ ମାନି ଗ୍ରାହକମାନେ ଦୋକାନକୁ ଆସିଲେ କାରିଗରମାନେ ଦି ପଇସା ପାଇପାରିବେ।
ଧୀରେନ୍ଦ୍ର ସାହୁ, ଟେଲର ମାଲିକ

ଲୋକଙ୍କ ନିକଟତର ହେବାକୁ ସମୟ ଲାଗିବ
ବିୟୁଟିପାର୍ଲର ଶିଳ୍ପ ମୁଖ୍ୟତଃ ମହିଳା, ଯୁବତୀଙ୍କ ଉପରେ ନିର୍ଭରଶୀଳ। ତେବେ ବିବାହ ଋତୁ ସମୟରେ ଲକ୍‌ଡାଉନ୍‌ ହୋଇଥିଲା। ଏ ଭିତରେ ଉତ୍ସବ, ପର୍ବପର୍ବାଣି ଚାଲିଯାଇଛି। ଏହି କାରଣରୁ ବିୟୁଟିସିଆନ୍‌ମାନେ ଅନେକ କ୍ଷତି ସହିଛନ୍ତି। କେବଳ ବିୟୁଟିସିଆନ୍‌ ନୁହନ୍ତି, ତାଙ୍କ ସହ କାମ କରୁଥିବା ସହଯୋଗୀମାନେ ମଧ୍ୟ ରୋଜଗାର ହରାଇଥିଲେ। କଟକଣା କୋହଳ ପରେ ଏବେ ଦୋକାନ ଖୋଲିଥିଲେ ମଧ୍ୟ ଭୟରେ ମହିଳାମାନେ ଆସୁନାହାନ୍ତି। ହଠାତ୍‌ ବେପାର ବନ୍ଦ ହୋଇଯିବା ଯୋଗୁ ଲୋକସମ୍ପର୍କ ମଧ୍ୟ କମିଯାଇଛି। ଲୋକଙ୍କ ନିକଟତର ହେବାକୁ ସମୟ ଲାଗିବ।
ତୃପ୍ତିମୟୀ ସାହୁ, ବିୟୁଟିସିଆନ


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri