କଟକଣାରେ କିନ୍ନରଙ୍କ କଷ୍ଟମୟ ଜୀବନ: ବେପାର ବାଟ ରୋକିଛି ଲକ୍‌ଡାଉନ

କଟକ ଅଫିସ,୧୦।୫: ଦେଶରେ କରୋନା ଭୂତାଣୁ ଦିନକୁ ଦିନ କରାଳ ରୂପ ନେବାରେ ଲାଗିଛି। ସଂକ୍ରମଣ ସଂଖ୍ୟା କମୁ ନ ଥିବାରୁ ସରକାର ଲକଡାଉନ ଅବଧି ବଢ଼ାଇ ଦେଇଛନ୍ତି। ଏହାଯୋଗୁ ଦିନମଜୁରିଆ, ଶ୍ରମିକ, ଗରିବଙ୍କ ଅବସ୍ଥା ଜଟିଳ ହୋଇପଡୁଥିବାବେଳେ କିନ୍ନରମାନଙ୍କ ଅବସ୍ଥା ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲକଡାଉନ ଯୋଗୁ ସବୁ ବନ୍ଦ ହୋଇଯାଇଥିବା ବେଳେ ଜୀବନ କଷ୍ଟମୟ ହୋଇଯାଇଛିି। ଏପରିକି ବେପାରର ସବୁ ବାଟ ରୋକି ଦେଇଛି ଲକଡାଉନ। ଦିନଟିଏ ଖାଦ୍ୟ ଯୋଗାଡ଼ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି କିନ୍ନରମାନେ କହିଛନ୍ତି। ମାଲଗୋଦାମ ଅଞ୍ଚଳରେ ରହିଛି କିନ୍ନରମାନଙ୍କ ଏକ ବସ୍ତି। ଏହି ବସ୍ତିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କିନ୍ନର ରୁହନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନରେ କାର୍ଯ୍ୟ କରି, ଛୋଟ ବ୍ୟବସାୟ କରି ଏମାନେ ପେଟ ପୋଷନ୍ତି। ଲକଡାଉନ ହେବାପରଠାରୁ ଏମାନଙ୍କ ରୋଜଗାରର ମାଧ୍ୟମ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ସେମାନେ ଘରକୁ ଫେରି ପାରୁ ନ ଥିବାବେଳେ ଚଳିବା ପାଇଁ ଅର୍ଥାଭାବର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ଏହି ବସ୍ତି ସମେତ କଲେଜଛକ, ଶଙ୍କରପୁର, ସାଆନ୍ତସାହି ଓ ସହରର ଅନ୍ୟ ଅଞ୍ଚଳରେ ମଧ୍ୟ କିନ୍ନର ରହୁଥିବା ଦେଖିବାକୁ ମିଳେ। ଏମାନେ ପ୍ରାୟତଃ କଟକ ଜିଲା ସମେତ ଆଖପାଖ ବିଭିନ୍ନ ଜିଲାର ଅଟନ୍ତି। ଏମାନଙ୍କ ମଧ୍ୟରେ ଅନେକ ଉଚ୍ଚଶିକ୍ଷିତ ମଧ୍ୟ ରହିଛନ୍ତି। ଯେଉଁମାନେ ଚାକିରି ପାଇ ନାହାନ୍ତି ସେମାନେ ବାଧ୍ୟ ହୋଇ ଭିନ୍ନ ବୃତ୍ତି ଆପଣାଇଛନ୍ତି। ଲକଡାଉନ ସମୟରେ ମାତ୍ର ଗୋଟିଏ ଥର ମାଲଗୋଦାମ ବସ୍ତିରେ ସିଏମ୍‌ସି ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଇଥିଲା ବୋଲି ଏଠାକାର ବାସିନ୍ଦା କୁହନ୍ତି। ଲକଡାଉନ ଜାରି ରହିଲେ ଜୀବନ ଦୁର୍ବିଷହ ହୋଇଯିବ ବୋଲି କହିଛନ୍ତି।

(ଅଶୋକ ବାରିକ)


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri