Posted inରାଜ୍ୟ

କଂଗ୍ରେସ: ସ୍ଥିତି ବଜାୟ ରଖିବା ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ସାଧାରଣ ନିର୍ବାଚନ ଫଳାଫଳ ଆସନ୍ତା ୨୩’ରେ ପ୍ରକାଶ ପାଇବ। ଏହା ପୂର୍ବରୁ କେଉଁ ଦଳ କେତେସଂଖ୍ୟକ ଆସନ ଜିତିବ, ସେନେଇ ଅଙ୍କକଷା ଚାଲିଛି। ଓଡ଼ିଶାରେ ଏକସଙ୍ଗରେ ହୋଇଥିବା ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ମୁଖ୍ୟତଃ ଭାଜପା-ବିଜେଡି ମଧ୍ୟରେ ପ୍ରତ୍ୟକ୍ଷ ଲଢ଼େଇ ହୋଇଥିବା କୁହାଯାଉଛି। ରାଜ୍ୟରେ କଂଗ୍ରେସ ପ୍ରଥମଥର ପାଇଁ ଅଧିକାଂଶ ଆସନର ମୁଖ୍ୟ ଲଢ଼େଇରେ ନାହିଁ। ତେଣୁ ଫଳାଫଳକୁ ନେଇ କଂଗ୍ରେସ ଅନ୍ୟ ୨ ପ୍ରମୁଖ ଦଳ(ବିଜେଡି, ଭାଜପା) ଭଳି ଉତ୍ସାହିତ ନୁହେଁ। ରାଜ୍ୟରେ ହୋଇଥିବା ୪ଟି ପର୍ଯ୍ୟାୟ ନିର୍ବାଚନ ପରେ କେଉଁ ଆସନରେ ଭଲ ଫଳାଫଳ ପାଇବ, ସେନେଇ କେତେକ କଂଗ୍ରେସ ନେତା ମତ ରଖିଛନ୍ତି।
ରାଜ୍ୟରେ ଥିବା ୨୧ ଲୋକ ସଭା ଆସନ ମଧ୍ୟରୁ କଂଗ୍ରେସ ୪ ସ୍ଥାନରେ ମୁଖ୍ୟତଃ ଲଢ଼େଇ କରିଥିବା କୁହାଯାଇଛି। ଏହି ଆସନଗୁଡିକ ହେଉଛି-ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଏବଂ ସୁନ୍ଦରଗଡ। ଏହାବ୍ୟତୀତ ଦଳ ବାଲେଶ୍ୱର, ଢେଙ୍କାନାଳ, ବଲାଙ୍ଗୀର, ପୁରୀ, କଟକ, ବରଗଡ, ସମ୍ବଲପୁର, କନ୍ଧମାଳ, ଜଗତ୍‌ସିଂହପୁର, ଭଦ୍ରକ, ବ୍ରହ୍ମପୁର, କେନ୍ଦ୍ରାପଡା, କେନ୍ଦୁଝର ଏବଂ ଯାଜପୁର ଭଳି ଆସନରେ ତୃତୀୟ ସ୍ଥାନରେ ରହିବ ବୋଲି କୁହାଯାଉଛି। ଆସ୍କା, ଭୁବନେଶ୍ୱର ଏବଂ ମୟୂରଭଞ୍ଜରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ସହଯୋଗୀ ଦଳଙ୍କୁ ସମର୍ଥନ କରିଥିଲା। ୨୦୧୪ରେ ଦଳ ରାଜ୍ୟରେ ଗୋଟିଏ ବି ଲୋକ ସଭା ଜିତିପାରି ନ ଥିଲା। ଭୋଟ ପରବର୍ତ୍ତୀ ଆକଳନ ଅନୁଯାୟୀ, ଦଳ ନବରଙ୍ଗପୁରରେ ଜିତିବା ନେଇ ଆଶାବାଦୀ ଥିବାବେଳେ ଅନ୍ୟ ଆସନକୁ ନେଇ ଦୃଢ଼ମତ ନୁହେଁ। କିଛିଦିନ ତଳେ ଏକ ଜାତୀୟ ଗଣମାଧ୍ୟମରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, କଂଗ୍ରେସ ଜାତୀୟସ୍ତରରେ ୪୪ରୁ ୧୦୧ ଆସନ ହାତେଇପାରେ। ଏହି ସର୍ଭେରେ ଓଡ଼ିଶାରେ କଂଗ୍ରେସ ଗୋଟିଏ ବି ଆସନ ପାଉ ନ ଥିବା ଦର୍ଶାଯାଇଥିଲା। ଶେଷଥର ପାଇଁ ୨୦୦୯ରେ କଂଗ୍ରେସ ୬ଟି ଲୋକ ସଭା ଆସନ ଜିତିବାକୁ ସକ୍ଷମ ହୋଇଥିଲା। ସେହି ଆସନଗୁଡିକ ଥିଲା- ବାଲେଶ୍ୱର, ବରଗଡ଼, ସୁନ୍ଦରଗଡ଼, ନବରଙ୍ଗପୁର,

କଳାହାଣ୍ଡି ଏବଂ ସମ୍ବଲପୁର। ସେହିପରି କଂଗ୍ରେସ ୩୧ରୁ ୩୩ ବିଧାନସଭା ଆସନ ଲାଗି ଲଢ଼େଇରେ ରହୁଥିବା ଜନୈକ କଂଗ୍ରେସ ସମ୍ପାଦକ କହିଛନ୍ତି। ସେଥିମଧ୍ୟରୁ କେତେକ ଆସନରେ ତ୍ରିମୁଖୀ ଲଢ଼େଇ ହୋଇଛି। ଏହି ଆସନଗୁଡ଼ିକ ହେଉଛି- ଢେଙ୍କାନାଳ, ଅନୁଗୋଳ, ଆଠମଲ୍ଲିକ, କାକଟପୁର, ବାସୁଦେବପୁର, ଲକ୍ଷ୍ମୀପୁର, ପାରଳାଖେମୁଣ୍ଡି, ବୀରମହାରାଜପୁର ଏବଂ ବସ୍ତା। ଅନ୍ୟପକ୍ଷେ ଜଗତ୍‌ସିଂହପୁର, ପାରାଦୀପ, ବଲାଙ୍ଗୀର, କଣ୍ଟାବାଞ୍ଝି, ଟିଟିଲାଗଡ଼, ଜଟଣୀ, ବେଗୁନିଆ, ଜୟପୁର, କୋରାପୁଟ, ଆନନ୍ଦପୁର, କଟକ-ବାରବାଟୀ, ବାଙ୍କୀ, କେନ୍ଦ୍ରାପଡା, ରାଜନଗର, ଆଳି, ଭଣ୍ଡାରିପୋଖରୀ, ବାଲିଗୁଡା, ବୀରମିତ୍ରପୁର, ଟିଟିଲାଗଡ, କୋଟପାଡ଼, ସାନଖେମୁଣ୍ଡିରେ ବିଜେଡି ସହ ମୁଖ୍ୟ ପ୍ରତିଦ୍ୱଦ୍ୱୀ ଭାବେ କଂଗ୍ରେସ ଉଭା ହୋଇଥିବା ଆକଳନ କରାଯାଇଛି। ଉପରୋକ୍ତ ଆସନଗୁଡିକ ବାଦ୍‌ ଦେଇ ତଳସରା, ଡାବୁଗାଁ, ପଟ୍ଟାଙ୍ଗୀ, ନବରଙ୍ଗପୁର, ଭୋଗରାଇରେ ଦଳ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ। ମୋଟ୍‌ ଉପରେ କହିବାକୁ ଗଲେ ଦଳ ଗୋଟିଏ ଲୋକ ସଭା ଏବଂ ୯ରୁ ୧୭ ବିଧାନସଭା ଆସନ ଜିତିବାକୁ ଲକ୍ଷ୍ୟ ରଖିଛି।
ଅନ୍ୟ ଦଳ ମଧ୍ୟରେ ସିପିଏମ୍‌ ବଣାଇ ଆସନ ବଜାୟ ରଖିବା ସମ୍ଭାବନା ରହିଛି। ଏହା ବ୍ୟତିରେକ ଅନ୍ୟସବୁ ସ୍ଥାନରେ ଦଳର ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହିବ ନାହିଁ ବୋଲି କୁହାଯାଇଛି। ଭୁବନେଶ୍ୱର ଲୋକ ସଭା ଆସନରେ ସିପିଏମ୍‌ ବହୁ ବ୍ୟବଧାନରେ ତୃତୀୟ ସ୍ଥାନରେ ରହିପାରେ ବୋଲି ଅଧିକାଂଶ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ସିପିଆଇ ଆସିକା ଲୋକ ସଭାରେ ୫୦ରୁ ୬୫ ହଜାର ଭୋଟ ପାଇପାରେ ବୋଲି କୁହାଯାଉଛି। ବୌଦ୍ଧ ଏବଂ ଛତ୍ରପୁର ବିଧାନସଭାରେ ଦଳ ସିଧାସଳଖ ଲଢ଼େଇରେ ଥିବାବେଳେ ବ୍ରଜରାଜନଗରରେ ତୃତୀୟ ସ୍ଥାନରେ ରହିପାରେ ବୋଲି କେତେକ ବିଶ୍ଳେଷକ ମତ ଦେଇଛନ୍ତି। ରାୟଗଡ଼ା, ପାରଳାଖେମୁଣ୍ଡି ଏବଂ ଜୟଦେବରେ ସ୍ବାଧୀନ ପ୍ରାର୍ଥୀ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିଥିବା କୁହାଯାଇଛି। ଜେଏମ୍‌ଏମ୍‌ ରାଇରଙ୍ଗପୁର, ସାରସକଣା ଏବଂ ବିଏସ୍‌ପି ବିଷମକଟକ, ଲକ୍ଷ୍ମୀପୁର ବିଧାନସଭା ଆସନ ଲାଗି ମୁଖ୍ୟ ଲଢ଼େଇରେ ଥିବା ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?