କଂଗ୍ରେସକୁ ହରାଇ ୨ୟ ଥର ବିଧାୟକ ହେଲେ ଭାଗୀରଥି

ହାଟଡିହୀ, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଚଳିତ ବର୍ଷ ବିଧାୟକ ପଦ ପାଇଁ ହୋଇଥିଲା ଜୋରଦାର ଟକ୍କର। ବିଜେଡିର ଭାଗୀରଥି ସେଠୀ, କଂଗ୍ରେସର ଜୟଦେବ ଜେନା ଓ ଭାଜପାର ଆଲୋକ ସେଠୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ମୋଟ ୮ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ। ଶେଷରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ବିଜେଡି ପ୍ରାର୍ଥୀ ଭାଗୀରଥି ସେଠୀ ୪୪୧୯୩ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା ମୋଟ ୪୫୬୫୭ ଖଣ୍ଡ ଭୋଟ ପାଇଛନ୍ତି। ଭାଜପା ପ୍ରାର୍ଥୀ ଆଲୋକ ସେଠୀ ୩୧୫୫୪ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଭାଗୀରଥି ସେଠୀଙ୍କୁ ସର୍ବାଧିକ ୮୯୮୫୦ଖଣ୍ଡ ଭୋଟ ମିଳିଛି, ନୋଟାରେ ୧୦୨୯ ଖଣ୍ଡ ଭୋଟ ପଡ଼ିଛି। ହିନ୍ଦୁସ୍ତାନ ନିର୍ମାଣ ଦଳ ୬୮୫ ଖଣ୍ଡ ଭୋଟ ପାଇଥିବା ବେଳେ ଏସ୍‌ୟୁସିଆଇ ୪୧୯, ଅଲ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକ୍‌କୁ ୩୬୨, ବହୁଜନ ମୁକ୍ତି ପାର୍ଟି ୩୮୭ ଓ ସ୍ବାଧୀନ ପ୍ରାର୍ଥୀ ବାସୁଦେବ ଜେନା ୪୮୬ ଖଣ୍ଡ ଭୋଟ ପାଇଛନ୍ତି। ମୋଟ ଭୋଟ ସଂଖ୍ୟା ୧୭୦୪୨୯ ରହିଥିବା ବେଳେ ପୋଷ୍ଟାଲ ଭୋଟ ସଂଖ୍ୟା ୫୧୫। ସେହିପରି ଇଭିଏମ୍‌ ଭୋଟ ସଂଖ୍ୟା ୧୬୯୯୧୪। ଯଦି ୨୦୧୪ ନିର୍ବାଚନ ଫଳାଫଳକୁ ଦେଖାଯିବ ତେବେ ବିଜେଡିର ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହୋଇଥିବା ସ୍ପଷ୍ଟ ହୋଇଛି।ଏଥିସହ ଭାଜପାର ସ୍ଥିତି ମଧ୍ୟ ପୂର୍ବ ନିର୍ବାଚନ ଫଳାଫଳ ତୁଳନାରେ ବୃଦ୍ଧି ପାଇଛି।
ବିଧାୟକ ସେଠୀ କହିଛନ୍ତି, ଆଗାମୀ ଦିନରେ ସେ ଲୋକଙ୍କର ଏବଂ ଅଞ୍ଚଳର ସମସ୍ୟାକୁ ଗୁରୁତ୍ୱ ଦେଇ ସେସବୁର ସମାଧାନ ପାଇଁ ପଦକ୍ଷେପ ନେବେ। ସେଠୀଙ୍କ ବିଜୟ ପରେ ବିଭିନ୍ନ ପଞ୍ଚାୟତରେ ଖୁସିର ଲହରୀ ଖେଳିଥିବା ବେଳେ ଶୋଭାଯାତ୍ରାକରି କର୍ମୀ ମାନେ ଖୁସି ମନାଉଛନ୍ତି।  ଆନନ୍ଦପୁର ପ୍ରେସ୍‌ କ୍ଲବ ସଭାପତି ଗୋପାଳକୃଷ୍ଣ ରାଉତ ଏବଂ ଅନ୍ୟ ସଦସ୍ୟମାନେ ନବନିର୍ବାଚିତ ବିଧାୟକ ସେଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri