Posted inଖେଳ

ଓ୍ବାର୍ନର, ତାହିରଙ୍କ ଚମକ

ଦୀର୍ଘ ୪୫ ଦିନରୁ ଅଧିକ ସମୟ ଏବଂ ୬୦ଟି ମ୍ୟାଚ୍‌ର ପରିସମାପ୍ତି ପରେ ଏକ ରୋମାଞ୍ଚକର ଫାଇନାଲରେ ୨ ରନ୍‌ରେ େନ୍ନାଇ ସୁପର କିଙ୍ଗ୍‌ସ୍‌କୁ ଚକ୍‌ମା ଦେଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଏବଂ ଏକମାତ୍ର ଦଳରୂପେ ସର୍ବାଧିକ ୪ର୍ଥ ଥର ପାଇଁ ଆଇପିଏଲ୍‌ ଟାଇଟଲ ହାସଲ କରିଛି। ଚେନ୍ନାଇ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଚତୁର୍ଥ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇ ଉପବିଜେତା ସାବ୍ୟସ୍ତ ହୋଇଛି। ମୁମ୍ବାଇ ସର୍ବାଧିକ ୪ର୍ଥଥର ପାଇଁ ଚାମ୍ପିୟନ ହୋଇଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୦୧୦, ୨୦୧୧, ୨୦୧୮ ସଂସ୍କରଣରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି ଓ ୫ମ ଥର ପାଇଁ ରନର୍ସଅପ୍‌ ହୋଇଛି। ଫାଇନାଲକୁ ମିଶାଇ ଖେଳାଯାଇଥିବା ମୋଟ ୬୦ ମ୍ୟାଚ ମଧ୍ୟରୁ ୩୨ଟି ମ୍ୟାଚରେ ଶେଷ ଓଭରରେ ଫଳାଫଳ ମିଳିଥିବାରୁ ଏହି ମ୍ୟାଚଗୁଡିକୁ ଦର୍ଶକମାନେ ବେଶ୍‌ ଉପଭୋଗ କରିବା ସହିତ ମ୍ୟାଚଗୁଡିକର ରୋମାଞ୍ଚ ନେବାକୁ ସମର୍ଥ ହୋଇଛନ୍ତି।
ସଫଳ ବ୍ୟାଟ୍ସମ୍ୟାନ ରୂପେ ଡେଭିଡ୍‌ ୱାର୍ନର ୧୨ଟି ମ୍ୟାଚରୁ ସର୍ବାଧିକ ୬୯୨ ରନ (୧ଟି ଶତକ ୮ଟି ଅର୍ଦ୍ଧଶତକ) କରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ବିଦେଶୀ ଖେଳାଳିମାନଙ୍କ ମଧ୍ୟରେ କ୍ୱିଣ୍ଟନ ଡ଼ିକକ୍‌ ୫୯୩, ଆଣ୍ଡ୍ର୍ୟୁ ରସେଲ ୫୧୦, କ୍ରିସ୍‌ ଗେଲ୍‌ ୪୯୦, ଜନି ବେୟାର୍‌ଷ୍ଟୋ ୪୪୫ ରନ କରିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଲୋକେଶ ରାହୁଲ ୧୪ଟି ମ୍ୟାଚ୍‌ରୁ ୫୯୩, ଶିଖର ଧାୱନ ୧୬ଟି ମ୍ୟାଚ୍‌ରୁ ୫୨୧, ଋଷଭ ପନ୍ତ ୧୬ଟି ମ୍ୟାଚରୁ ୪୮୮, ବିରାଟ କୋହଲି ୧୪ଟି ମ୍ୟାଚରୁ ୪୬୪, ଶ୍ରେୟାସ୍‌ ଆୟର ୧୬ଟି ମ୍ୟାଚ୍‌ରୁ ୪୬୩ ରନ୍‌ ସଂଗ୍ରହ କରିଛନ୍ତି। ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ମୋଟ ୬ଟି ଶତକ ହାସଲ କରାଯାଇଥିବାବେଳେ ୧୦୨ଟି ଅର୍ଦ୍ଧଶତକୀୟ ଇଂନିସ୍‌ ଖେଳାଯାଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦର ଜନୀ ବେୟାରଷ୍ଟୋ ବ୍ୟକ୍ତିଗତ ଭାବେ ସର୍ବାଧିକ ୧୧୪ ରନ୍‌ ସଂଗ୍ରହ କରିଛନ୍ତି। ଡେଭିଡ୍‌ ୱାର୍ନର ଟୁର୍ନାମେଣ୍ଟରେ ସର୍ବାଧିକ ୮ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଲୋକେଶ ରାହୁଲ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ। କୋଲକାତା ନାଇଟ୍‌ ରାଇଡର୍ସର ରସେଲ ସର୍ବାଧିକ ୫୨ଟି ଛକା ମାରିଥିବାବେଳେ କ୍ରିସ୍‌ ଗେଲ୍‌ ଦ୍ୱିତୀୟ ସର୍ବାଧିକ ୩୪ଟି ମାରିଛନ୍ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ ଯଥାକ୍ରମେ ୨୯ଟି, ୨୭ଟି ଛକା ମାରିଛନ୍ତି। ସେହିପରି ସର୍ବାଧିକ ଚୌକା ମାରିବାରେ ଶିଖର ଧାୱନ (୬୪ଟି) ଆଗରେ ରହିଥିବା ବେଳେ ଡେଭିଡ୍‌ ୱାର୍ନର (୫୭ ଚୌକା) ମାରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ସେହିପରି ବୋଲିଂରେ ଇମ୍ରାନ ତାହିର ୧୭ଟି ମ୍ୟାଚରୁ ୨୬ଟି ଉଇକେଟ୍‌ ନେଇ ଆଗରେ ରହିଥିବାବେଳେ କାସିଗୋ ରାବାଡା ୧୨ଟି ମ୍ୟାଚରୁ ୨୫ଟି ଉଇକେଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦୀପକ ଚହର ୧୭ଟି ମ୍ୟାଚ୍‌ ଖେଳି ୨୨ , ଶ୍ରେୟାସ୍‌ ଗୋପାଲ ୨୦, ଯଶପ୍ରୀତ ବୁମରା ୧୯, ଖଲିଲ୍‌ ଅହମ୍ମଦ ୧୯, ୟୁଜବେନ୍ଦ୍ର ଚହଲ ୧୮, ହରଭଜନ ସିଂ ୧୬, ରବୀନ୍ଦ୍ର ଜାଡେଜା ୧୫ଟି ଉଇକେଟ ନେଇ ଆଗରେ ଅଛନ୍ତି।
ଅନ୍ୟତମ ବିରଳ କୀର୍ତ୍ତିମାନ ମଧ୍ୟରେ ଉଇକେଟ ପଛରେ ମହେନ୍ଦ୍ର ସିଂ ଧୋନୀ ୧୯୦ଟି ମ୍ୟାଚ୍‌ ଖେଳି ସର୍ବାଧିକ ୧୩୨ଟି କ୍ୟା ଏବଂ ଷ୍ଟମ୍ପିଂ ମାଧ୍ୟମରେ ଦୀନେଶ କାର୍ତ୍ତିକଙ୍କ ରେକର୍ଡ଼କୁ ପଛରେ ପକାଇ ସଫଳ ଉଇକେଟକିପର ମାନ୍ୟତା ପାଇଛନ୍ତି। ସେ ମଧ୍ୟ ଳିତ ସଂସ୍କରଣରେ ୧୧୧ ମିଟରର ଛକା ମାରି ଆଗରେ ରହିଛନ୍ତି। ଚଳିତ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ ମୁମ୍ବାଇ ବିପକ୍ଷରେ ୨ଟି ଉଇକେଟ ହରାଇ ୨୩୨ ରନ୍‌ କରିବା ସର୍ବାଧିକ ହୋଇଥିବା ବେଳେ ୧୧ଥର ୨୦୦ରୁ ଊର୍ଦ୍ଧ୍ୱ ରନ୍‌ ବିଭିନ୍ନ ଦଳ ଦ୍ୱାରା ସ୍କୋର କରାଯାଇଛି।
ଚାମ୍ପିୟନ ମୁମ୍ବାଇ ୨୦ କୋଟି ଟଙ୍କା ଆର୍ଥିକ ପୁରସ୍କାର ହାସଲ କରିଥିବା ବେଳେ ରନର୍ସଅପ ଦଳ ଚେନ୍ନାଇ ୧୨.୫ କୋଟି ଟଙ୍କା ସହ ଟ୍ରଫି ହାସଲ କରିଛି। ଫାଇନାଲର ଶ୍ରେଷ୍ଠ ଖେଳାଳିରୂପେ ଯଶପ୍ରୀତ୍‌ ବୁମରା ଏବଂ ଶ୍ରେଷ୍ଠ ଉଦୀୟମାନ ଖେଳାଳିରୂପେ ଶୁଭମ୍‌ ଗିଲ୍‌, ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ ରୂପେ ଅରେଞ୍ଜ୍‌ କ୍ୟାପର ଅଧିକାରୀ ହୋଇଛନ୍ତି ଡେଭିଡ୍‌ ୱାର୍ନର। ଶ୍ରେଷ୍ଠ ବୋଲର ରୂପେ ଇମ୍ରାନ ତାହିର ପର୍ପଲ କ୍ୟାପ୍‌ ହାସଲ କରିଛନ୍ତି ଏବଂ ସବୁଠାରୁ ମୂଲ୍ୟବାନ ଖେଳାଳି ରୂପେ ଆନ୍ଦ୍ରେ ରସେଲ୍‌ ଚଳିତ ସଂସ୍କରଣରେ ପୁରସ୍କୃତ ହୋଇଛନ୍ତି। ସେହିପରି ଶୃଙ୍ଖଳିତ ଦଳ ରୂପେ ଫେୟାର ପ୍ଲେ ପୁରସ୍କାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ମିଳିଛି। ପ୍ରକାର ଟେକ୍‌ନୋଲୋଜିର ସୁବିଧା ଥାଇ ମଧ୍ୟ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଅମ୍ପାୟରିଂ ବିବାଦ ଯୋଗୁଁ ଆଇପିଏଲ୍‌ ଚର୍ଚ୍ଚାରେ ରହିଥିବା ବେଳେ କେତେ ମ୍ୟାଚ୍‌ରେ ପିଚ୍‌ର ପ୍ରସ୍ତୁତିକୁ ନେଇ ବିଭିନ୍ନ ଟିମ୍‌ ଅଫିସିଆଲ, କୋଚ ଏବଂ ଅଧିନାୟକମାନେ ଆପତ୍ତି କରିଥିଲେ ମଧ୍ୟ ଏହା କ୍ରିକେଟ୍‌ର ଏକ ଅଂଶ ବିଶେଷ ବୋଲି ବିସିସିଆଇ ନିଜ ଆଡୁ ସଫେଇ ଦେବା ବେଶ୍‌ ଚର୍ଚ୍ଚା ଏବଂ ଆଲୋଚନାର ବିଷୟବସ୍ତୁ ହୋଇଥିଲା। ସେହିପରି ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା, ବିରାଟ କୋହଲି, ଦୀନେଶ କାର୍ତ୍ତିକ ଏବଂ ରବିଚନ୍ଦ୍ରନ ଅଶ୍ୱିନ ବିଭିନ୍ନ ସମୟରେ ଅମ୍ପାୟରିଂର ନିମ୍ନତାକୁ ପ୍ରଶ୍ନ ଉଠାଇ ବେଶ୍‌ ବିବାଦୀୟ ହୋଇପଡିଥିବାର ଦେଖାଯାଇଥିଲା। ଏଥର ୩୨ଟି ମ୍ୟାର ଫଳାଫଳ ଶେଷ ଓଭରରେ ମିଳିଛି। ଆଇପିଏଲ ଯୋଗୁ ଅନେକ ଯୁବ ଖେଳାଳି ସୃଷ୍ଟି ହେବା ଭାରତୀୟ କ୍ରିକେଟ୍‌ ପାଇଁ ଶୁଭଦାୟକ। ଳିତ ଋତୁରେ ସବୁ ମ୍ୟାରେ ଷ୍ଟାଡିୟମ ଭରପୂର ରହିବା ମଧ୍ୟ କ୍ରିକେଟ୍‌ ପାଇଁ ଶୁଭ ଲକ୍ଷଣ। ଏହାଠାରୁ ଅଧିକ କିଛି ଆଶା କରାଯାଇ ନ ପାରେ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri