Posted inଖେଳ

ଓ୍ବାର୍ନର, ତାହିରଙ୍କ ଚମକ

ଦୀର୍ଘ ୪୫ ଦିନରୁ ଅଧିକ ସମୟ ଏବଂ ୬୦ଟି ମ୍ୟାଚ୍‌ର ପରିସମାପ୍ତି ପରେ ଏକ ରୋମାଞ୍ଚକର ଫାଇନାଲରେ ୨ ରନ୍‌ରେ େନ୍ନାଇ ସୁପର କିଙ୍ଗ୍‌ସ୍‌କୁ ଚକ୍‌ମା ଦେଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଏବଂ ଏକମାତ୍ର ଦଳରୂପେ ସର୍ବାଧିକ ୪ର୍ଥ ଥର ପାଇଁ ଆଇପିଏଲ୍‌ ଟାଇଟଲ ହାସଲ କରିଛି। ଚେନ୍ନାଇ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଚତୁର୍ଥ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇ ଉପବିଜେତା ସାବ୍ୟସ୍ତ ହୋଇଛି। ମୁମ୍ବାଇ ସର୍ବାଧିକ ୪ର୍ଥଥର ପାଇଁ ଚାମ୍ପିୟନ ହୋଇଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୦୧୦, ୨୦୧୧, ୨୦୧୮ ସଂସ୍କରଣରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି ଓ ୫ମ ଥର ପାଇଁ ରନର୍ସଅପ୍‌ ହୋଇଛି। ଫାଇନାଲକୁ ମିଶାଇ ଖେଳାଯାଇଥିବା ମୋଟ ୬୦ ମ୍ୟାଚ ମଧ୍ୟରୁ ୩୨ଟି ମ୍ୟାଚରେ ଶେଷ ଓଭରରେ ଫଳାଫଳ ମିଳିଥିବାରୁ ଏହି ମ୍ୟାଚଗୁଡିକୁ ଦର୍ଶକମାନେ ବେଶ୍‌ ଉପଭୋଗ କରିବା ସହିତ ମ୍ୟାଚଗୁଡିକର ରୋମାଞ୍ଚ ନେବାକୁ ସମର୍ଥ ହୋଇଛନ୍ତି।
ସଫଳ ବ୍ୟାଟ୍ସମ୍ୟାନ ରୂପେ ଡେଭିଡ୍‌ ୱାର୍ନର ୧୨ଟି ମ୍ୟାଚରୁ ସର୍ବାଧିକ ୬୯୨ ରନ (୧ଟି ଶତକ ୮ଟି ଅର୍ଦ୍ଧଶତକ) କରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ବିଦେଶୀ ଖେଳାଳିମାନଙ୍କ ମଧ୍ୟରେ କ୍ୱିଣ୍ଟନ ଡ଼ିକକ୍‌ ୫୯୩, ଆଣ୍ଡ୍ର୍ୟୁ ରସେଲ ୫୧୦, କ୍ରିସ୍‌ ଗେଲ୍‌ ୪୯୦, ଜନି ବେୟାର୍‌ଷ୍ଟୋ ୪୪୫ ରନ କରିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଲୋକେଶ ରାହୁଲ ୧୪ଟି ମ୍ୟାଚ୍‌ରୁ ୫୯୩, ଶିଖର ଧାୱନ ୧୬ଟି ମ୍ୟାଚ୍‌ରୁ ୫୨୧, ଋଷଭ ପନ୍ତ ୧୬ଟି ମ୍ୟାଚରୁ ୪୮୮, ବିରାଟ କୋହଲି ୧୪ଟି ମ୍ୟାଚରୁ ୪୬୪, ଶ୍ରେୟାସ୍‌ ଆୟର ୧୬ଟି ମ୍ୟାଚ୍‌ରୁ ୪୬୩ ରନ୍‌ ସଂଗ୍ରହ କରିଛନ୍ତି। ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ମୋଟ ୬ଟି ଶତକ ହାସଲ କରାଯାଇଥିବାବେଳେ ୧୦୨ଟି ଅର୍ଦ୍ଧଶତକୀୟ ଇଂନିସ୍‌ ଖେଳାଯାଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦର ଜନୀ ବେୟାରଷ୍ଟୋ ବ୍ୟକ୍ତିଗତ ଭାବେ ସର୍ବାଧିକ ୧୧୪ ରନ୍‌ ସଂଗ୍ରହ କରିଛନ୍ତି। ଡେଭିଡ୍‌ ୱାର୍ନର ଟୁର୍ନାମେଣ୍ଟରେ ସର୍ବାଧିକ ୮ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଲୋକେଶ ରାହୁଲ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ। କୋଲକାତା ନାଇଟ୍‌ ରାଇଡର୍ସର ରସେଲ ସର୍ବାଧିକ ୫୨ଟି ଛକା ମାରିଥିବାବେଳେ କ୍ରିସ୍‌ ଗେଲ୍‌ ଦ୍ୱିତୀୟ ସର୍ବାଧିକ ୩୪ଟି ମାରିଛନ୍ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ ଯଥାକ୍ରମେ ୨୯ଟି, ୨୭ଟି ଛକା ମାରିଛନ୍ତି। ସେହିପରି ସର୍ବାଧିକ ଚୌକା ମାରିବାରେ ଶିଖର ଧାୱନ (୬୪ଟି) ଆଗରେ ରହିଥିବା ବେଳେ ଡେଭିଡ୍‌ ୱାର୍ନର (୫୭ ଚୌକା) ମାରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ସେହିପରି ବୋଲିଂରେ ଇମ୍ରାନ ତାହିର ୧୭ଟି ମ୍ୟାଚରୁ ୨୬ଟି ଉଇକେଟ୍‌ ନେଇ ଆଗରେ ରହିଥିବାବେଳେ କାସିଗୋ ରାବାଡା ୧୨ଟି ମ୍ୟାଚରୁ ୨୫ଟି ଉଇକେଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦୀପକ ଚହର ୧୭ଟି ମ୍ୟାଚ୍‌ ଖେଳି ୨୨ , ଶ୍ରେୟାସ୍‌ ଗୋପାଲ ୨୦, ଯଶପ୍ରୀତ ବୁମରା ୧୯, ଖଲିଲ୍‌ ଅହମ୍ମଦ ୧୯, ୟୁଜବେନ୍ଦ୍ର ଚହଲ ୧୮, ହରଭଜନ ସିଂ ୧୬, ରବୀନ୍ଦ୍ର ଜାଡେଜା ୧୫ଟି ଉଇକେଟ ନେଇ ଆଗରେ ଅଛନ୍ତି।
ଅନ୍ୟତମ ବିରଳ କୀର୍ତ୍ତିମାନ ମଧ୍ୟରେ ଉଇକେଟ ପଛରେ ମହେନ୍ଦ୍ର ସିଂ ଧୋନୀ ୧୯୦ଟି ମ୍ୟାଚ୍‌ ଖେଳି ସର୍ବାଧିକ ୧୩୨ଟି କ୍ୟା ଏବଂ ଷ୍ଟମ୍ପିଂ ମାଧ୍ୟମରେ ଦୀନେଶ କାର୍ତ୍ତିକଙ୍କ ରେକର୍ଡ଼କୁ ପଛରେ ପକାଇ ସଫଳ ଉଇକେଟକିପର ମାନ୍ୟତା ପାଇଛନ୍ତି। ସେ ମଧ୍ୟ ଳିତ ସଂସ୍କରଣରେ ୧୧୧ ମିଟରର ଛକା ମାରି ଆଗରେ ରହିଛନ୍ତି। ଚଳିତ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ ମୁମ୍ବାଇ ବିପକ୍ଷରେ ୨ଟି ଉଇକେଟ ହରାଇ ୨୩୨ ରନ୍‌ କରିବା ସର୍ବାଧିକ ହୋଇଥିବା ବେଳେ ୧୧ଥର ୨୦୦ରୁ ଊର୍ଦ୍ଧ୍ୱ ରନ୍‌ ବିଭିନ୍ନ ଦଳ ଦ୍ୱାରା ସ୍କୋର କରାଯାଇଛି।
ଚାମ୍ପିୟନ ମୁମ୍ବାଇ ୨୦ କୋଟି ଟଙ୍କା ଆର୍ଥିକ ପୁରସ୍କାର ହାସଲ କରିଥିବା ବେଳେ ରନର୍ସଅପ ଦଳ ଚେନ୍ନାଇ ୧୨.୫ କୋଟି ଟଙ୍କା ସହ ଟ୍ରଫି ହାସଲ କରିଛି। ଫାଇନାଲର ଶ୍ରେଷ୍ଠ ଖେଳାଳିରୂପେ ଯଶପ୍ରୀତ୍‌ ବୁମରା ଏବଂ ଶ୍ରେଷ୍ଠ ଉଦୀୟମାନ ଖେଳାଳିରୂପେ ଶୁଭମ୍‌ ଗିଲ୍‌, ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ ରୂପେ ଅରେଞ୍ଜ୍‌ କ୍ୟାପର ଅଧିକାରୀ ହୋଇଛନ୍ତି ଡେଭିଡ୍‌ ୱାର୍ନର। ଶ୍ରେଷ୍ଠ ବୋଲର ରୂପେ ଇମ୍ରାନ ତାହିର ପର୍ପଲ କ୍ୟାପ୍‌ ହାସଲ କରିଛନ୍ତି ଏବଂ ସବୁଠାରୁ ମୂଲ୍ୟବାନ ଖେଳାଳି ରୂପେ ଆନ୍ଦ୍ରେ ରସେଲ୍‌ ଚଳିତ ସଂସ୍କରଣରେ ପୁରସ୍କୃତ ହୋଇଛନ୍ତି। ସେହିପରି ଶୃଙ୍ଖଳିତ ଦଳ ରୂପେ ଫେୟାର ପ୍ଲେ ପୁରସ୍କାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ମିଳିଛି। ପ୍ରକାର ଟେକ୍‌ନୋଲୋଜିର ସୁବିଧା ଥାଇ ମଧ୍ୟ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଅମ୍ପାୟରିଂ ବିବାଦ ଯୋଗୁଁ ଆଇପିଏଲ୍‌ ଚର୍ଚ୍ଚାରେ ରହିଥିବା ବେଳେ କେତେ ମ୍ୟାଚ୍‌ରେ ପିଚ୍‌ର ପ୍ରସ୍ତୁତିକୁ ନେଇ ବିଭିନ୍ନ ଟିମ୍‌ ଅଫିସିଆଲ, କୋଚ ଏବଂ ଅଧିନାୟକମାନେ ଆପତ୍ତି କରିଥିଲେ ମଧ୍ୟ ଏହା କ୍ରିକେଟ୍‌ର ଏକ ଅଂଶ ବିଶେଷ ବୋଲି ବିସିସିଆଇ ନିଜ ଆଡୁ ସଫେଇ ଦେବା ବେଶ୍‌ ଚର୍ଚ୍ଚା ଏବଂ ଆଲୋଚନାର ବିଷୟବସ୍ତୁ ହୋଇଥିଲା। ସେହିପରି ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା, ବିରାଟ କୋହଲି, ଦୀନେଶ କାର୍ତ୍ତିକ ଏବଂ ରବିଚନ୍ଦ୍ରନ ଅଶ୍ୱିନ ବିଭିନ୍ନ ସମୟରେ ଅମ୍ପାୟରିଂର ନିମ୍ନତାକୁ ପ୍ରଶ୍ନ ଉଠାଇ ବେଶ୍‌ ବିବାଦୀୟ ହୋଇପଡିଥିବାର ଦେଖାଯାଇଥିଲା। ଏଥର ୩୨ଟି ମ୍ୟାର ଫଳାଫଳ ଶେଷ ଓଭରରେ ମିଳିଛି। ଆଇପିଏଲ ଯୋଗୁ ଅନେକ ଯୁବ ଖେଳାଳି ସୃଷ୍ଟି ହେବା ଭାରତୀୟ କ୍ରିକେଟ୍‌ ପାଇଁ ଶୁଭଦାୟକ। ଳିତ ଋତୁରେ ସବୁ ମ୍ୟାରେ ଷ୍ଟାଡିୟମ ଭରପୂର ରହିବା ମଧ୍ୟ କ୍ରିକେଟ୍‌ ପାଇଁ ଶୁଭ ଲକ୍ଷଣ। ଏହାଠାରୁ ଅଧିକ କିଛି ଆଶା କରାଯାଇ ନ ପାରେ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri