Categories: ଖେଳ

ପ୍ୟାରିସ ମାଷ୍ଟର୍ସ ଟେନିସ: ଓ୍ବାରିଙ୍କାଙ୍କୁ ହରାଇଲେ ନାଡାଲ

ପ୍ୟାରିସ, ୧।୧୧(ଏପି)- କିମ୍ବଦନ୍ତୀ ସ୍ପାନିଶ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ପ୍ୟାରିସ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ପ୍ରିକ୍ୱାର୍ଟର ଫାଇନାଲରେ ସୁଇଜରଲାଣ୍ଡ ଷ୍ଟାନ ଓ୍ବାରିଙ୍କାଙ୍କୁ ୬-୪, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ୩ ଥର ଗ୍ରାଣ୍ଡସ୍ଲାମ୍‌ ଚାମ୍ପିୟନ ଓ୍ବାରିଙ୍କାଙ୍କ ବିପକ୍ଷରେ ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କ ନାଡାଲଙ୍କ ପାଇଁ ଏହା ୧୯ତମ ବିଜୟ। ଉଭୟ ଖେଳାଳି ପରସ୍ପରକୁ ମୋଟ ୨୨ ଥର ଭେଟିଛନ୍ତି। ନାଡାଲ ପରବର୍ତ୍ତୀ ମ୍ୟାଚ୍‌ରେ ୨୦୦୮ ସଂସ୍କରଣ ଚାମ୍ପିୟନ ଜା ଓ୍ବିଲଫ୍ରେଡ୍‌ ଟିସୋଙ୍ଗାଙ୍କୁ ଭେଟିବେ। ଚଳିତ ଟୁର୍ନାମେଣ୍ଟ ଜିତିବାକୁ ସକ୍ଷମ ହେଲେ ବର୍ଷ ଶେଷ ର଼୍ୟାଙ୍କିଙ୍ଗ୍‌ରେ ୫ମ ଥର ପାଇଁ ସେ ଶୀର୍ଷ ସ୍ଥାନ ଅଧିକାର କରିବାକୁ ଲକ୍ଷ୍ୟରେ ରହିଛନ୍ତି। ଟିସୋଙ୍ଗା ୨-୬, ୬-୪, ୭-୬(୬) ସେଟ୍‌ରେ ଜର୍ମାନୀର ଜାନ ଲେନ୍ନାର୍ଡ ଷ୍ଟ୍ରଫ୍‌ଙ୍କୁ ପରାସ୍ତ କରିଛନ୍ତି। ପୂର୍ବରୁ ଟିସୋଙ୍ଗାଙ୍କ ବିପକ୍ଷରେ ୧୩ ମ୍ୟାଚ୍‌ ଖେଳିଥିବା ନାଡାଲ ୯ ଥର ବିଜୟ ହାସଲ କରିଛନ୍ତି।

Share