ଓ୍ବାଦେ, ମାର୍ଶଙ୍କୁ ଡକାରା

ମାଞ୍ଚେଷ୍ଟର,୭।୭(ପିଟି)- ଉଇକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ଓ୍ବାଦେ ଓ ମିଚେଲ ମାର୍ଶଙ୍କୁ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରେ ଯୋଗଦେବାକୁ ଡାକରା ଦିଆଯାଇଛି। ଏମାନେ ଅଷ୍ଟ୍ରେଲିଆ ଦଳର ଉସ୍ମାନ ଖ୍ବାଜା ଓ ମାର୍କସ ଷ୍ଟୋଇନିସଙ୍କ ସ୍ଥାନ ନେଇପାରନ୍ତି। ଖ୍ବାଜା ଓ ଷ୍ଟୋଇନିସ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ହେଲେ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିନାହାନ୍ତି। ଉଭୟଙ୍କ ସମସ୍ୟାର ସ୍କାନ କରାଯାଉଛି। ଏଣୁ ଓ୍ବାଦେ ଓ ଅଲରାଉଣ୍ଡର ମାର୍ଶଙ୍କୁ ବ୍ୟାକ୍‌ଅଫ୍‌ ଖେଳାଳି ଭାବେ ଡାକରା ଦିଆଯାଇଛି। ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଖ୍ବାଜା ଆହତ ହୋଇ ପ୍ୟାଭିଲିୟନ ଫେରିଥିଲେ। ହେଲେ ୪୬ତମ ଓଭରରେ ଆଲେକ୍ସ କ୍ୟାରି ଆଉଟ୍‌ ହେବା ପରେ ଖ୍ବାଜା ପୁଣି ବ୍ୟାଟିଂ କରିବାକୁ ଆସିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ ବିଶ୍ୱକପର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଷ୍ଟୋଇନିସ ମାଂସପେଶୀ ଜନିସ ସମସ୍ୟା ଦେଇ ଗତିକରୁଛନ୍ତି। ସେ ଭାରତ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ।

Share