Categories: ଖେଳ

ଓହରିଲେ ଜୋକୋଭିଚ୍‌, କ୍ୱାର୍ଟରରେ ଓ୍ବାରିଙ୍କା

ନ୍ୟୁୟର୍କ,୨।୯: ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ୟୁଏସ୍‌ ଓପନ ପ୍ରିକ୍ୱାର୍ଟର ଫାଇନାଲରୁ ଓହରି ଯାଇଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ନଂ ୧ ସିଡ୍‌ ଜୋକୋଭିଚ୍‌ ୬-୪, ୭-୫, ୨-୧ ସେଟ୍‌ରେ ସୁଇଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କାଙ୍କଠାରୁ ଆଗୁଆ ଥିଲେ। ହେଲେ ବାମ କାନ୍ଧରେ ଅତ୍ୟଧିକ ଯନ୍ତ୍ରଣା ଯୋଗୁ ମ୍ୟାଚ୍‌ରୁ ଓହରି ଯାଇଛନ୍ତି। ଫଳରେ ପୂର୍ବତନ ଚାମ୍ପିୟନ ଓ୍ବାରିଙ୍କା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କୌଣସି ଖେଳାଳି ଏଭଳି ଭାବେ ମ୍ୟାଚ୍‌ ଶେଷ କରିବାକୁ ଚାହାନ୍ତି ନାହିଁ। ମୁଁ ଜୋକୋଭିଚ୍‌ଙ୍କ ପାଇଁ ଦୁଃଖିତ ବୋଲି ଓ୍ବାରିଙ୍କା ମ୍ୟାଚ୍‌ ପରେ କହିଛନ୍ତି। ସେ ପରବର୍ତ୍ତୀ ମ୍ୟାଚ୍‌ରେ ୫ମ ସିଡ୍‌ ଡାନିଲ ମାଡଭେଡଭଙ୍କୁ ଭେଟିବେ। ୩୨ ବର୍ଷୀୟ ସର୍ବିୟାନ ଖେଳାଳି ଗତ ୩୭ ଗ୍ରାଣ୍ଡସ୍ଲାମ ମ୍ୟାଚ୍‌ରୁ ୩୬ ମ୍ୟାଚ୍‌ ଜିତିଛନ୍ତି। ଏଥିସହ ୫ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରୁ ୪ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ଉଲ୍ଲେଖଥାଉ କି, ଜୋକୋଭିଚ୍‌ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ଆହତ ହୋଇଥିଲେ।

Share