Categories: ଖେଳ

ଓସିଏ, ଓଓଏରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

କଟକ ଅଫିସ,୩୧ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଏବଂ ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ପକ୍ଷରୁ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଶନିବାର ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଛି। ବାରବାଟୀ ଷ୍ଟାଡିୟମ ପରିସରରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟର ଅନେକ ପ୍ରମୁଖ କ୍ରୀଡ଼ାବିତ ଓ କ୍ରୀଡ଼ା ସଙ୍ଗଠକ ଯୋଗ ଦେଇ କରୋନା ମୁକାବିଲାରେ ସହଯୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ସମ୍ମାନ ଜଣାଇଥିଲେ। ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଓଓଏ ସମ୍ପାଦକ(ଇନଚାର୍ଜ) ଅଭିଜିତ ପାଲ, ଓସିଏ ସଦସ୍ୟ ସୁଶାନ୍ତ ମହାନ୍ତି, ସନ୍ତୋଷ ଦାସ, ଓଡ଼ିଶା ଜିମ୍ନାଷ୍ଟିକ ଆସୋସିଏଶନ ସମ୍ପାଦକ ଅଶୋକ କୁମାର ସାହୁ, ଓସିଏ ସିଇଓ ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share