ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ରାଜପଥ ୯ ଘଣ୍ଟା ଅଚଳ

ଜୟପୁର,୧୭ା୧୨(ଡି.ଏନ୍‌.ଏ.): ଜୟପୁର-କୋରାପୁଟ ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ପୂର୍ବାହ୍ନ ୬ଟାରେ ଏକ ତେଲ ଟ୍ୟାଙ୍କର ଓଲଟି ପଡ଼ିଛି। ଫଳରେ ସେଥିରୁ ନିର୍ଗତ ପେଟ୍ରୋଲ ରାସ୍ତାକୁ ବହିବା ଯୋଗୁ ଅଗ୍ନିକାଣ୍ଡ ଆଶଙ୍କାରେ ସେହି ରୁଟ୍‌ରେ ଗାଡ଼ି ଚଳାଚଳ ବନ୍ଦ ହୋଇଛି। ପୂର୍ବାହ୍ନ ୬ଟାରୁ ଅପରାହ୍ନ ୨ଟା ଯାଏ ୯ ଘଣ୍ଟା ଅବରୋଧ ହୋଇଥିଲା। ଘଟଣାସ୍ଥଳରେ ଜୟପୁର ସଦରଥାନା ପୋଲିସ ପହଞ୍ଚତ୍ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିଛି। ଅଗ୍ନିଶମ ବାହିନୀ ପହଞ୍ଚତ୍ବା ପରେ ଦୁଇଟି କ୍ରେନ୍‌ ଦ୍ୱାରା ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରକୁ ରାସ୍ତାରୁ ଅନ୍ୟତ୍ର ନିଆଯାଇଥିଲା। ବସ୍‌ ଓ ଅନ୍ୟ ଗାଡ଼ି ଚଳାଚଳ ହୋଇ ନ ପାରିବା ଯୋଗୁ ଜୟପୁର ଓ କୋରାପୁଟ ମହାବିଦ୍ୟାଳୟରେ ଚାଲିଥିବା ଇଣ୍ଟରନାଲ ପରୀକ୍ଷା ପାଇଁ ପହଞ୍ଚତ୍ବାରେ ଅସୁବିଧା ଭୋଗିଥିଲେ ଛାତ୍ରୀଛାତ୍ର। ସେହିପରି ଜୟପୁରରୁ ରୋଗୀ ନେଇ କୋରାପୁଟ ମେଡିକାଲ କଲେଜକୁ ଆମ୍ବୁଲାନ୍ସ ଯିବାରେ ମଧ୍ୟ ସମସ୍ୟା ହୋଇଥିଲା। ଲମତାପୁଟ ବ୍ଲକ ପେଟାଛକ ଦେଇ ୫୦ କିମି ବୁଲାଣିରେ କୋରାପୁଟ ମେଡିକାଲ ଯାଇଥିଲା ଆମ୍ବୁଲାନ୍ସ।