Posted inଫୁରସତ

‘ଓମ୍‌ ଜୟ ଜଗଦୀଶ ହରେ’ର ଲେଖକ ଏହି କାରଣ ଲାଗି ଗାଁରୁ ହୋଇଥିଲେ ବିତାଡ଼ିତ

ଯେକୌଣସି କାର୍ଯ୍ୟକ୍ରମ ହେଉ କି ଧାର୍ମିକ ଅନୁଷ୍ଠାନ। ପ୍ରାରମ୍ଭରେ ‘ଓମ୍‌ ଜୟ ଜଗଦୀଶ ହରେ’ ଆରତି ଅବଶ୍ୟ ଗାନ କରାଯାଇଥାଏ। ପ୍ରତ୍ୟେକ ପୂଜାରେ ଏହି ମନ୍ତ୍ରର ଗୁରୁତ୍ୱ ରହିଛି। ଭଗବାନ ବିଷ୍ଣୁଙ୍କୁ ଆରାଧନା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। କିନ୍ତୁ ଅଧିକାଂଶ ଲୋକ ଜାଣି ନ ଥାନ୍ତି ଏହାର ଲେଖକ କିଏ ଏବଂ ଏହି ମନ୍ତ୍ର ପାଇଁ ତାଙ୍କୁ କ’ଣ କଷ୍ଟ ସହିବାକୁ ପଡ଼ିଥିଲା। ଜାଣନ୍ତୁ ଏ ସମ୍ପର୍କରେ…


‘ଓମ୍‌ ଜୟ ଜଗଦୀଶ ହରେ’ର ଲେଖକ ହେଉଛନ୍ତି ପଣ୍ଡିତ ଶ୍ରଦ୍ଧାରାମ ଶର୍ମା। ତାଙ୍କର ଏହି ମନ୍ତ୍ରଟି ବେଶ୍‌ ଲୋକପ୍ରିୟ। ୧୮୩୭ରେ ପଞ୍ଜାବରେ ଜନ୍ମିତ ଶ୍ରଦ୍ଧାରାମ ଜଣେ ଧର୍ମ ପ୍ରଚାରକ, ଜ୍ୟୋତିଷୀ, ସ୍ବତନ୍ତ୍ର ସଂଗ୍ରାମୀ ସେନା, ସଂଗୀତଜ୍ଞ ତଥା ହିନ୍ଦୀ ଏବଂ ପଞ୍ଜାବୀର ପ୍ରସିଦ୍ଧ ସାହିତ୍ୟକାର। ସେ ପ୍ରଥମେ ହିନ୍ଦୀ ସାହିତ୍ୟରେ ଉପନ୍ୟାସ ‘ଭାଗ୍ୟବତୀ’ ରଚନା କରିଥିଲେ। ବ୍ରିଟିଶ ସରକାର ତାଙ୍କର ଏସବୁ ଲେଖାକୁ ବିରୋଧ କରୁଥିଲେ। ଯେଉଁଥିପାଇଁ ବ୍ରିଟିଶ ସରକାରଙ୍କ ନିର୍ଦ୍ଦେଶରେ ୧୮୬୫ରେ ତାଙ୍କୁ ଗାଁରୁ ତଡ଼ି ଦିଆଯାଇଥିଲା। ଏପରିକି ତାଙ୍କୁ ଆଖପାଖ ଗାଁରେ ପ୍ରବେଶ କରିବାର ସୁଯୋଗ ମଧ୍ୟ ଦିଆଯାଇ ନ ଥିଲା। କିନ୍ତୁ ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା। ତାଙ୍କର ଲୋକପ୍ରିୟତା ଆହୁରି ବଢ଼ିଚାଲିଲା। ଫାଦର ନ୍ୟୁଟନ ଶ୍ରଦ୍ଧାରାମଜୀଙ୍କୁ ବହୁ ସମ୍ମାନ କରୁଥିଲେ। ତେଣୁ ସେ ବ୍ରିଟିଶ ସରକାରଙ୍କ ଏପରି ନିର୍ଦ୍ଦେଶ ପ୍ରତି ରୋକ ଲଗାଇଥିଲେ। ତାଙ୍କ ପ୍ରୟାସରେ ଶ୍ରଦ୍ଧାରାମ ପୁଣି ଗାଁକୁ ଫେରିଥିଲେ।
୧୮୭୦ରେ ଶ୍ରଦ୍ଧାରାମ ‘ଜୟ ଜଗଦୀଶ ହରେ’ ଆରତି ରଚନା କରିଥିଲେ। ଏହାପରେ ତାଙ୍କ ଲୋକପ୍ରିୟତା ଆହୁରି ବଢ଼ି ଯାଇଥିଲା। ସେ ଧାର୍ମିକ ବିଷୟ ଉପରେ ପ୍ରବଚନ ଦେବାରେ ଲାଗିଲେ। ଏହି ଆରତି ଯିଏ ଶୁଣୁଥିଲା, ସେ ମୁଗ୍ଧ ହୋଇ ଆଉ ଜଣଙ୍କୁ ଶୁଣାଉଥିଲା। ଏହିପରି ଭାବରେ ତାଙ୍କର ନାଁ ବେଶ୍‌ ସୁଖ୍ୟାତି ଅର୍ଜନ କରିଥିଲା। ଆଜି ବି ଏହି ମନ୍ତ୍ର ଘରେ ଘରେ ବେଶ୍‌ ପରିଚିତ। ପ୍ରତ୍ୟେକ ପୂଜାରେ ଏହି ମନ୍ତ୍ର ଉଚ୍ଚାରଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri