Posted inଖେଳ

ଓମେନ୍ସ କ୍ରିକ୍‌ଜୋନ୍‌: ମାନ୍ଧନା ଶ୍ରେଷ୍ଠ ବ୍ୟାଟ୍ସଓମ୍ୟାନ, ଦୀପ୍ତି କ୍ରିକେଟର୍‌

ଭୁବନେଶ୍ୱର,୮।୧ (ସ୍ପୋଟର୍‌ସ ବ୍ୟୁରୋ)- ମହିଳା କ୍ରିକେଟ୍‌ ସମ୍ବଦ୍ଧିତ ଓ୍ବେବସାଇଟ୍‌ ଓ ଡିଜିଟାଲ ମାଗାଜିନ ‘ଓମେନ୍ସ କ୍ରିକ୍‌ଜୋନ’ ପକ୍ଷରୁ ଏହାର ଦ୍ୱିତୀୟ ସଂସ୍କରଣ ମାଗାଜିନ ଉନ୍ମୋଚିତ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ‘ଓମେନ୍ସ କ୍ରିକ୍‌ଜୋନ୍‌’ ମାଗାଜିନ ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ପ୍ରଥମଥର ଲାଗି ଭାରତୀୟ ମହିଳା କ୍ରିକେଟ୍‌ ଦଳର ଘରୋଇ ଓ ଅନ୍ତର୍ଜାତୀୟସ୍ତରର ଖେଳାଳିଙ୍କୁ ମଧ୍ୟ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୮-୧୯ ସିଜନର ପ୍ରଦର୍ଶନକୁ ଆଧାର କରି ଏହି ପୁରସ୍କାର ଦିଆଯାଇଥିଲା। କଟକର ବାରବାଟୀ ଷ୍ଟାଡିୟମରେ ବର୍ତ୍ତମାନ ମହିଳା ଚ୍ୟାଲେଞ୍ଜର ଟ୍ରଫି ଟି୨୦ ପ୍ରତିଯୋଗିତା ଚାଲିଛି। ଏଥିରେ ଇଣ୍ଡିଆ-ଏ, ବି ଓ ସି ଦଳ ପରସ୍ପର ମଧ୍ୟରେ ରାଉଣ୍ଡ ରବିନଭିତ୍ତିରେ ମ୍ୟାଚ୍‌ ଖେଳୁଛନ୍ତି। ତେଣୁ ଭାରତୀୟ ଘରୋଇ ଓ ଜାତୀୟ ଦଳର ଅଧିକାଂଶ ଖେଳାଳି ଏହି ଅବସରରେ ଉପସ୍ଥିତ ରହିଥିଲେ। ଯେଉଁମାନଙ୍କ ମଧ୍ୟରେ ସ୍ମୃତି ମାନ୍ଧନା, ହରମନପ୍ରୀତ୍‌ କୌର, ପ୍ରିୟା ପୁନିଆ, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ବେଜଙ୍କ ପରି ପ୍ରମୁଖ ଖେଳାଳି ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଥିଲେ।
କ୍ରିକେଟ ଭାଷ୍ୟକାର ସବା କରିମ, ପୂର୍ବତନ ଭାରତୀୟ ମହିଳା କ୍ରିକେଟ୍‌ ଅଧିନାୟିକା ମମଥା ମାବେନ, ମିଲାନ କ୍ରିକେଟ ଆସୋସିଏଶନ ସଭାପତି ନନ୍ଦ କୁମାର କୁରୁପ, ଓ୍ବିମେନ କ୍ରିକ୍‌ଜୋନ୍‌ ସିଇଓ ୟଶ ଲାହୋଟି, ସ୍ବର୍ଗତ ସିଦ୍ଧାନ୍ତ ପଟ୍ଟନାୟକଙ୍କ ଭଉଣୀ, ଅନନ୍ୟା ପଟ୍ଟନାୟକ, ମା ବର୍ଷା ପଟ୍ଟନାୟକ, ଅଭିଜିତ୍‌ କାନଭିଲକର, ଜଣାଶୁଣା ଖବରଦାତା ସୁନନ୍ଦା ଲେଲେ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।
ଅନ୍ତର୍ଜାତୀୟ ସମ୍ମାନ
ଶ୍ରେଷ୍ଠ ଭାରତୀୟ ବୋଲର- ପୁନମ ଯାଦବ
ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସଓମ୍ୟାନ- ସ୍ମୃତି ମାନ୍ଧନା
ଶ୍ରେଷ୍ଠ ଭାରତୀୟ କ୍ରିକେଟର୍‌- ଦୀପ୍ତି ଶର୍ମା
ପୁରସ୍କାର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri