ଓଡ଼ିଶା ଲୋକ ସଭା ଟ୍ରେଣ୍ଡ୍‌: ବିଜେଡି ୯, ଭାଜପା ୬ରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଗୁରୁବାର ସାରା ଦେଶରେ ଭୋଟ ଗଣତି ଚାଲିଥିବାବେଳେ ଭାଜପା ଆଗୁ ରହିଛି। ଓଡ଼ିଶାର ୨୧ଟି ଲୋକ ସଭା ଆସନରୁ ୧୫ଟିର ଫଳାଫଳ ଆସୁଛି। ଏଥିରେ ୯ଟି ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ଭାଜପା ୬ଟିରେ ଆଗରେ ରହିଛି।

ଭୁବନେଶ୍ୱରରେ ଅପରାଜିତା ଷଡଙ୍ଗୀ ଆଗରେ ରହିଛନ୍ତି। ସେହିପରି ବଲାଙ୍ଗିରରେ ଭାଜପା ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଥିବାବେଳେ ଢେଙ୍କାନାଳରେ ଭାଜପା ରୁଦ୍ର ପାଣି ଆଗରେ ଚାଲିଛନ୍ତି। ଆସିକା ଲୋକସ ଭାରେ ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଆଗରେ ଚାଲିଥିବାବେଳେ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀ ରମେଶ ମାଝୀ ଆଗରେ ଚାଲିଛନ୍ତି।