Categories: ଖେଳ

ଓଡ଼ିଶା ବାହୁକୁସ୍ତି ଦଳର ସଫଳତା

ଭୁବନେଶ୍ୱର, ୨୮ା୬ (ସ୍ପୋଟର୍‌ସ ବ୍ୟୁରୋ)- ଛତିଶଗଡ଼ର ଭିଲାଇଠାରେ ୪୩ ତମ ଜାତୀୟ ବାହୁକୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ସଫଳତା ହାସଲ କରିଛନ୍ତି। ୯୦କେଜି ସିନିୟର ପୁରୁଷ ବିଭାଗରେ ପ୍ରମୋଦ ମୁଖୀ ସ୍ବର୍ଣ୍ଣ ପଦକ ଲାଭ କରିଥିବାବେଳେ ପ୍ରତାପ ଷଡ଼ଙ୍ଗୀ ୬୫କେଜି ବିଭାଗରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ଚନ୍ଦନ ବେହେରା ଭିନ୍ନକ୍ଷମ ପୁରୁଷ ବିଭାଗରେ ସ୍ବର୍ଣ୍ଣ ପଦକ ସହ ଶ୍ରେଷ୍ଠ ଖେଳାଳି ଏବଂ ସୋମନାଥ ପାତ୍ର ୮୦କେଜି ବାମହାତୀ ପୁରୁଷ ସିନିୟର ବିଭାଗରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ପ୍ରତିଯୋଗିତାରେ ଭାଗ ନେବାଲାଗି ଓଡ଼ିଶାର ୩୦ଜଣିଆ ଦଳ ଗସ୍ତ କରିଥିଲା। ଦଳ ସହିତ ଓଡ଼ିଶା ବାହୁକୁସ୍ତି ଆସୋସିଏଶନ ସାଧାରଣ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ, ମ୍ୟାନେଜର ସାଗର ନାୟକ, କୋଚ୍‌ ସୁମିତ ରାଜ୍‌ ଏବଂ ସନ୍ତୋଷ ଦାସ ପ୍ରମୁଖ ଭିଲାଇ ଯାଇଥିଲେ।

Share