ଓଡ଼ିଶା ପାଇଁ ଆସିପାରେ ଗମ୍ଭୀର ସ୍ଥିତି: ଆଶଙ୍କା ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶାରଦ

ଭୁବନେଶ୍ୱର,୧।୫(ବ୍ୟୁରୋ): ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିବାରେ ଲାଗିଛି। ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିଲା। କିନ୍ତୁ ମାସକ ପରେ ଏହା ୧୪୨ରେ ପହଞ୍ଚିଛି। ଅର୍ଥାତ ୧ ମାସ ମଧ୍ୟରେ ୧୩୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯଦିଓ ଦେଶ କିମ୍ବା ଅନ୍ୟ ରାଜ୍ୟର ବୃଦ୍ଧି ତୁଳନାରେ ଏହା କମ୍‌ ତଥାପି ଓଡ଼ିଶା ପାଇଁ ଏହା ଗମ୍ଭୀର ସ୍ଥିତି ସୃଷ୍ଟି କରିବାକୁ ଯାଉଥିବା ସ୍ବାସ୍ଥ୍ୟ ବିଶାରଦମାନେ ଆଶଙ୍କା କରୁଛନ୍ତି।

ଲକ୍‌ଡାଉନ ଉଠିବା ପରେ ଅନ୍ୟ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ ଲୋକମାନେ ଫେରିବେ। ତେଣୁ ସମ୍ପୃକ୍ତ ପ୍ରବାସୀମାନେ ଏହି ମହାମାରୀକୁ ଆହୁରି ଅଧିକ ବଢ଼ାଇଦେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଯେତିକି ସଂକ୍ରମିତ ଅଛନ୍ତି ସେମାନଙ୍କ ମଧ୍ୟରୁ ୫୦ ଜଣ କେବଳ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସରକାରୀ ତଥ୍ୟ କହୁଛି। ଆଗାମୀ ଦିନରେ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ ଭଳି ବହୁଳ ସଂକ୍ରମଣ ରାଜ୍ୟରୁ ଆସିବାକୁ ଥିବା ଲୋକମାନଙ୍କୁ ଯଦି ଠିକ୍‌ ଭାବେ କ୍ୱାରାଣ୍ଟାଇନ୍‌ କରା ନ ଯାଏ କିମ୍ବା ସ୍ବାସ୍ଥ୍ୟ ପରୀକ୍ଷା ନ ହୁଏ ତେବେ ପରିସ୍ଥିତି ବିଗିଡ଼ିଯିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ମାସକ ପୂର୍ବରୁ ଖୋର୍ଦ୍ଧା ଜିଲାର ଭୁବନେଶ୍ୱରରୁ ୩ ଓ ଭଦ୍ରକ ସହରର ଜଣଙ୍କୁ ମିଶାଇ ସ୍ଥିତି କେବଳ ୪ରେ ଥିଲା। କିନ୍ତୁ ମାସକ ମଧ୍ୟରେ ଏହି ମହାମାରୀ ଅନ୍ୟ ୧୨ଟି ଜିଲା ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କଟକ, ପୁରୀ, ଢେଙ୍କାନାଳ, କୋରାପୁଟ, କେନ୍ଦୁଝର, ଦେବଗଡ଼ ଏବଂ ଝାରସୁଗୁଡ଼ାକୁ ମିଶାଇ ମୋଟ୍‌ ୧୪ ଜିଲାରେ ପାଦ ଥାପି ସାରିଲାଣି। ଗତ ସପ୍ତାହରେ ଗ୍ରୀନ୍‌ ଜୋନ୍‌ରେ ଥିବା କୋରାପୁଟ, କେନ୍ଦୁଝର, ଝାରସୁଗୁଡା ଓ ଦେବଗଡ ଏବେ ରେଡ୍‌ ଜୋନକୁ ଆସିଯାଇଛି। ତେବେ ପଡ଼ୋଶୀ ଜିଲାଗୁଡ଼ିକରେ ସଂକ୍ରମଣ ଦେଖାଦେଇଥିବାରୁ ସମ୍ବଲପୁର, ମୟୂରଭଞ୍ଜ, ବରଗଡ, ଅନୁଗୋଳ ଜିଲା ପାଇଁ ତାହା ଶୁଭ ସଂକେତ ନୁହେଁ। ସେହିପରି ଖୋର୍ଦ୍ଧା ରେଡ୍‌ ଓ କଟକ ଅରେଞ୍ଜ ଜୋନ୍‌ରେ ଥିବାରୁ ନୟାଗଡ଼ ଜିଲା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିବା ଭଳି ମନେ କରାଯାଉଛି।
କୋରାପୁଟ ଜିଲା ରେଡ୍‌ ଜୋନ୍‌ରେ ସାମିଲ ହୋଇଥିବାରୁ ଏଯାଏ ଗ୍ରୀନ୍‌ ଜୋନ୍‌ରେ ଥିବା ପଡୋଶୀ ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ଜିଲା ପାଇଁ ବିପଦ ଘନୀଭୂତ ହୋଇଛି। ଏ ପର୍ଯ୍ୟନ୍ତ ଗଜପତି ଓ ସୁବର୍ଣ୍ଣପୁର ଜିଲା ସମ୍ପୂର୍ଣ୍ଣ ଗ୍ରୀନ୍‌ ଜୋନ୍‌ରେ ଥିବାବେଳେ ଏହାର ପଡୋଶୀ ଗ୍ରୀନ୍‌ କିମ୍ବା ରେଡ୍‌ ଜୋନ୍‌ରେ ନ ଥିବା ଏକ ଶୁଭସଙ୍କେତ। କିନ୍ତୁ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଯଦି ଠିକ୍‌ ଭାବେ କରାଯାଇପାରିବ ତାହେଲେ ସଂକ୍ରମଣ ଆଶଙ୍କାକୁ ବହୁ ମାତ୍ରାରେ ରୋକାଯାଇପାରିବ ବୋଲି ସ୍ବାସ୍ଥ୍ୟ ବିଶାରଦମାନେ ମତ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri