Categories: ଖେଳ

ଓଡ଼ିଶା-ତ୍ରିପୁରା ରଣଜୀ ମୁକାବିଲା: ଦ୍ୱିତୀୟ ଦିନର ଖେଳ ବାତିଲ

କଟକ ଅଫିସ,୫।୧- ଦୁଇଦିନ ବିତି ଯାଇଥିଲେ ମଧ୍ୟ ବର୍ଷା ଲାଗି ଓଡ଼ିଶା ଓ ଘରୋଇ ତ୍ରିପୁରା ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ ଆରମ୍ଭ ହୋଇ ପାରିନାହିଁ। ଏପରିକି ମ୍ୟାଚ୍‌ର ଟସ୍‌ ମଧ୍ୟ ପଡ଼ିବା ସମ୍ଭବ ହୋଇନାହିଁ। ତ୍ରିପୁରାର ଅଗରତାଲାସ୍ଥିତ ମହାରାଜା ବୀର ବିକ୍ରମ କଲେଜ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ତ୍ରିପୁରାରେ ବର୍ଷା ବନ୍ଦ ହୋଇ ସାରିଥିବା ବେଳେ ରବିବାରଠାରୁ ଖେଳ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବଳକା ୨ ଦିନର ଖେଳରେ ଓଡ଼ିଶା ଅତିକମ୍‌ରେ ପ୍ରଥମ ଇନିଂସ୍‌ ଅଗ୍ରଣୀ ହାସଲ କରି ପଏଣ୍ଟ ହାତେଇବା ଲକ୍ଷ୍ୟରେ ରହିଛି। ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱାଧୀନ ଓଡ଼ିଶା ପୂର୍ବରୁ ଏହାର ପ୍ରଥମ ୩ଟି ମ୍ୟାଚ୍‌ରେ ବୋନସ୍‌ ପଏଣ୍ଟ ସହ ଜିତି ହ୍ୟାଟ୍ରିକ ଅର୍ଜନ କରିଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଇନିଂସ ଓ ୩ ରନରେ ଛତିଶଗଡ଼କୁ, ୨ୟ ମୁକାବିଲାରେ ଇନିଂସ ଓ ୩୧ ରନରେ ସର୍ଭିସେସକୁ ଏବଂ ୧୦ ଉଇକେଟ୍‌ରେ ଉତ୍ତରାଖଣ୍ଡକୁ ଡ୍ରିମ୍ସ ଗ୍ରାଉଣ୍ଡରେ ହରାଇଥିଲା।

Share