ଓଡ଼ିଶା ଜମିରେ ଚାଷ କରୁଛନ୍ତି ଆନ୍ଧ୍ରବାସୀ

କୋରାପୁଟ/ନାରାୟଣପାଟଣା,୩।୧(ସ୍ବ.ପ୍ର./ଡି.ଏନ୍‌.ଏ.):କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କାପଲଡା ଗ୍ରାମରେ ଆନ୍ଧ୍ର ପକ୍ଷରୁ ପ୍ରାୟ ୩୬ ଏକର ଜମିରେ ପାମଅଏଲ ଚାଷ ହୋଇଥିବା ବନ୍ଧୁଗାଁ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ଏହି ଖବର ପରେ ସୋମବାର ବନ୍ଧୁଗାଁ ତହସିଲଦାର ସଦାଶିବ ଭତ୍ରା ଘଟଣାସ୍ଥଳରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଯଞ୍ଚ କରିଥିଲେ। ଏଥିସହ ପାମ୍‌ ଅଏଲ ଚାରା ରୋପଣ କାଯର୍‌ୟରେ ନିୟୋଜିତ ୨ଟି ଜେସିବିକୁ ଜବତ କରିଛନ୍ତି। କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ମଧ୍ୟ ଏହି ଖବରପାଇ କାପଲଡା ଗ୍ରାମରେ ପହଞ୍ଚତ୍ ସେଠାର ସ୍ଥିତି ନିରୀକ୍ଷଣ କରିଛନ୍ତି। ଏହି କାଯର୍‌ୟକୁ ତୁରନ୍ତ ବନ୍ଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହ ଲାଗିଥିବା ପାମ୍‌ ଅଏଲ ଗଛକୁ ଓପଡାଯାଇଛି।
ମିଳିଥିବା ସୁଚନାନୁଯାୟୀ ଆନ୍ଧ୍ରର ରାମ ମୋହନ ରାୟ ନାମକ ଜଣେ ଡାକ୍ତର ବନ୍ଧୁଗାଁ ବ୍ଲକର କାପଲଡା ପଞ୍ଚାୟତ ସଦର ଗ୍ରାମର ୩୬ ଏକର (୨୯ ଏକର ସରକାରୀ ଓ ୭ଏକର ବେସରକାରୀ) ଜମିରେ ଥିବା ଗଛ କାଟି ସେଠାରେ ପାମ୍‌ ଅଏଲ୍‌ ଗଛ ଲଗାଉଛନ୍ତି। ବେସରକାରୀ ଜମିର ମାଲିକଙ୍କଠାରୁ ଲିଜ ସୁତ୍ରରେ ଜମି ନେଇ ସେଠାରେ ପାମ୍‌ ଅଏଲ ଚାଷ କରୁଥିବା ଡାକ୍ତର ରାମ ମୋହନ ରାୟ କହିଛନ୍ତି। ସୂଚନା ଥାଉକି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ଥିବା ବହୁ ଶୁଖିଲା ଜମିକୁ ଶସ୍ୟ ଶାମଳା କରିବା ଲକ୍ଷ୍ୟରେ ଏଠାରେ ବନ ବନ୍ଧୁ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଜିଲା ଜଳ ବିଭାଜିକା ବିଭାଗ ପକ୍ଷରୁ ଏହି ବ୍ଲକର କେତେକ ଗ୍ରାମରେ ଥିବା ପାହାଡିଆ ଜମିରେ ଜଳସେଚନ କରାଯାଇ ସେଠାରେ ସୂର୍ଯ୍ୟମୁଖି ସମେତ ବିଭିନ୍ନ ପନିପରିବା ଚାଷ କରାଯାଇଥିଲା। ସେତେବେଳେ ଏହାଦ୍ୱାରା ସେଠାକାର ଚାଷୀଙ୍କ ଉନ୍ନତି ହୋଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଥିଲା। ମାତ୍ର ବର୍ତମାନ ସେଠାର ସ୍ଥିତି ଏକ ପ୍ରକାର ଅଲଗା ରହିଛି। ପୂର୍ବରୁ ଲେମନ ଗ୍ରାସ ଚାଷ କରୁଥିବା ଶହ ଶହ ଚାଷୀ ବର୍ତ୍ତମାନ ଏହି ଚାଷ ଛାଡି ଜମିକୁ ପଡିଆ ରଖିଛନ୍ତି। କାରଣ ଲେମନଗ୍ରାସର ଦର ୧୩ ଶହ ଟଙ୍କାରୁ ବର୍ତମାନ ୯ ଶହ ଟଙ୍କାକୁ ଖସି ଆସିଥିବାରୁ ସେମାନେ ଏପରି ନିଷ୍ପତି ନେଇଛନ୍ତି। ତେଣୁ ଶହ ଶହ ଏକର ଜମି ଶୁଷ୍କ ହୋଇ ପଡଛି। ଏହାର ସୁଯୋଗ ନେଇ ଆନ୍ଧ୍ରର କେତେଜଣ ବ୍ୟବସାୟୀ ଚାଷୀଙ୍କ ଏହି ଜମିକୁ ଲିଜ ସୁତ୍ରରେ ନେବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଚାଷୀ ନିଜ ଜମିରୁ କିଛି ଆର୍ଥ ପାଇବା ଆଶା କରି ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ଲିଜ ସୁତ୍ରରେ ଜମି ଦେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri