ଓଡ଼ିଶାରେ ବିଜେଡି ଆଗରେ: ବିଧାନ ସଭାରେ ୯୪, ଲୋକ ସଭାରେ ୧୪ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନ ସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ପ୍ରାଥମିକ ଟ୍ରେଣ୍ଟ ଅନୁଯାୟୀ ଉଭୟ ବିଧାନସଭା ଏବଂ ଲୋକ ସଭାରେ ବିଜେଡି ବିରୋଧୀ ଭାଜପା ଏବଂ କଂଗ୍ରେସଠାରୁ ଢେର୍‌ ଆଗୁଆ ରହିଛି। ବିଧାନସଭାରେ ବିଜେଡି ୯୪ଟି ଆସନରେ ଆଗୁଆ ଥିବାବେଳେ, ଭାଜପା ୨୯, କଂଗ୍ରେସ ୧୩ ଏବଂ ଅନ୍ୟାନ୍ୟ ୨ଟି ଆସନରେ ଆଗୁଆ ରହିଛି। ସେହିପରି ଲୋକ ସଭାରେ ବିଜେଡି ୧୪ଟି ଆସନରେ ଆଗୁଆ ଥିବାବେଳେ ୭ଟି ଆସନରେ ଭାଜପା ଆଗୁଆ ରହିଛି।