ଓଡ଼ିଶାରେ ଝାଡ଼ଖଣ୍ଡ ଫଳାଫଳ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟକୁ ବଡ଼ ସଫଳତା ମିଳିଛି। ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଭାଜପାକୁ ଶକ୍ତ ଧକ୍କା ଦେଇଛି। ଭାଜପାକୁ ପଛରେ ପକାଇ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ ୮୧ ଆସନ ବିଶିଷ୍ଟ ବିଧାନସଭାରେ ୪୭ ଆସନରେ ସଫଳତା ପାଇଛି। ଏହି ଫଳାଫଳକୁ ନେଇ ବାରିପଦାରେ ଜେଏମ୍‌ଏମ୍‌ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଓଡ଼ିଶାରେ ଏହାର ପ୍ରଭାବ କେତେ ମାତ୍ରାରେ ପଡ଼ିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଝାଡ଼ଖଣ୍ଡ ସଫଳତା ପରେ ଏହାର ପ୍ରଭାବ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ବାରିପଦା ଉପରେ ପଡ଼ିବା ନିଶ୍ଚିତ ବୋଲି ଜେଏମ୍‌ଏମ୍‌ ଦାବି କରିଛି। ୨୦୦୦ ମସିହା ନିର୍ବାଚନରେ ୩ଟି ଏବଂ ୨୦୦୪ ନିର୍ବାଚନରେ ୪ଟି ଆସନ ହାତେଇବାରେ ଜେଏମ୍‌ଏମ ସଫଳ ହୋଇଥିଲା। ହେଲେ ୨୦୦୯, ୨୦୧୪ ଏବଂ ୨୦୧୯ରେ ଜେଏମ୍‌ଏମ୍‌ ଓଡ଼ିଶାରେ ଖାତା ଖୋଲିପାରି ନ ଥିଲା। ତେବେ ଆଗାମୀ ଦିନରେ ଓଡ଼ିଶାରେ ଜେଏମ୍‌ଏମ୍‌ ଯଦି ସଙ୍ଗଠନକୁ ମଜଭୁତ କରେ ତେବେ ଏହାର ପ୍ରଭାବ ଭାଜପା ଉପରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଜେଏମ୍‌ଏମ୍‌ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି କହୁଥିଲା ବେଳେ ଏହାର ପ୍ରଭାବ ରାଜ୍ୟରେ ପଡ଼ିବ ନାହିଁ ବୋଲି ଭାଜପା ଯୁକ୍ତି ବାଢ଼ିଛି। ସେହିପରି ବିଜେଡି କିନ୍ତୁ ଝାଡ଼ଖଣ୍ଡ ଫଳାଫଳକୁ ନେଇ ଖୁସି ଥିବା ମତ ରଖିଛି।
କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଓଡ଼ିଶାରେ କଂଗ୍ରେସ ଦୁର୍ବଳ ଅଛି। ଆଗକୁ ଜେଏମ୍‌ଏମ୍‌ ସହ ମେଣ୍ଟକରି ଦଳକୁ ସୁଦୃଢ଼ କରିବୁ। ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ସମ୍ବଲପୁର ଭଳି ଜିଲା, ଯେଉଁଠି ଦଳ ପଛେଇ ଯାଇଛି ସେଠାରେ ସଙ୍ଗଠନ ମଜଭୂତ ହେବ। ସେହିପରି ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି, ଝାଡ଼ଖଣ୍ଡ ଜନାଦେଶକୁ ସାରା ଦେଶ ସ୍ବାଗତ କରୁଛି। ଭାଜପା ଯେଉଁଭଳି ଗର୍ବ କରୁଛି ଏବଂ ସେମାନଙ୍କ ଯେଉଁଭଳି କାର୍ଯ୍ୟକଳାପ ସେଥିରେ ଲୋକମାନେ ଅସନ୍ତୁଷ୍ଟ ହୋଇ ଝାଡ଼ଖଣ୍ଡର ଲୋକ ସେମାନଙ୍କୁ ବରଖାସ୍ତ କରିଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀ ୮୧ରୁ ୮୧ ଆସନରେ ଜିତିବୁ ବୋଲି କହିଥିଲେ। ଏଥିରୁ ତାଙ୍କର କେତେ ଗର୍ବ ଥିଲା ତାହା ଜଣାପଡୁଛି। ଆମେ ଚାହୁଁଛୁ ଭାଜପା ଚାରିଆଡ଼େ ହାରୁ। ଭାଜପାର କେବଳ ବଡ଼ବଡ଼ କଥା, କାର୍ଯ୍ୟକଳାପ କିଛି ନାହିଁ। ଓଡ଼ିଶାରେ ଲୋକେ ବିଜେଡି ଉପରେ ଭରସା ରଖିଛନ୍ତି ବୋଲି ସାହୁ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି, ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ଭାଜପା ଉପରେ କିଛି ପ୍ରଭାବ ପକାଇବନାହିଁ। ଆମ ଦଳ ନିଜସ୍ବ ସାଙ୍ଗଠନିକ ରଣନୀତି ଆଧାରରେ ନିର୍ବାଚନ ଲଢ଼ିଥାଏ। ରାଜ୍ୟରେ ଲୋକେ ଭାଜପାକୁ ବିରୋଧୀ ଦଳ ଭୂମିକା ତୁଲାଇବା ପାଇଁ ଦାୟିତ୍ୱ ଦେଇଛନ୍ତି ବୋଲି ସମୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri