ଓଠ ରହିବ ଗୋଲାପୀ

ବହୁ କମ୍‌ ମହିଳା ଅଛନ୍ତି ଯେଉଁମାନଙ୍କ ଓଠ ସାଧାରଣତଃ କଳା ହୋଇଥାଏ। କେତେକ କାରଣ ପାଇଁ ଅନେକ ମହିଳାଙ୍କ ଓଠ କଳା ପଡ଼ିଯାଇଥାଏ। ଏଠାରେ ଆପଣଙ୍କୁ କେତୋଟି ଟିପ୍ସ ଦେଉଛୁ ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ଓଠ କଳାରଙ୍ଗରୁ ଧୀରେ ଧୀରେ ଗୋଲାପୀ ହେବାକୁ ଲାଗିବ । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର କୌଣସି ସାଇଡ୍‌ ଇଫେକ୍ଟ ମଧ୍ୟ ହେବନାହିଁ। ଜାଣନ୍ତୁ, ଏ ସମ୍ପର୍କରେ କେତୋଟି ଘରୋଇ ଟିପ୍ସ……

ଲେମ୍ବୁ: ଲେମ୍ବୁ ବ୍ୟବହାର କରିବା ଦ୍ୱାରା ଓଠରେ ଥିବା କଳାଦାଗ ଦୂରହୋଇଥାଏ। ଏଥିରେ ବ୍ଲିଚିଂ ଗୁଣ ରହିଛି ଯାହା ଦ୍ୱାରା ଓଠରେ ଥିବା କଳାଦାଗକୁ ଦୂରକରିବାରେ ସାହାଯ୍ୟ କରିଥାଏ। ଭଲ ହେବ ରାତିରେ ଶୋଇବା ପୂର୍ବରୁ ଦୁଇବୁନ୍ଦା ଲେମ୍ବୁରସ ୨ମାସ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ଓଠର ରଙ୍ଗ ପରିବର୍ତ୍ତନ ହୋଇଥାଏ।
ଗୋଲାପଜଳ : ଗୋଲାପଜଳ ବ୍ୟବହାର କରିବା ଦ୍ୱାରା ଥଣ୍ଡା ଅନୁଭବ ହୁଏ, ଯାହା ମଶ୍ଚରାଇଜର ପରି କାମ କରିଥାଏ। ଗୋଲାପଜଳରେ କେଇବୁନ୍ଦା ମହୁ ମିଶାଇ ଲଗାଇବା ଦ୍ୱାରା ଓଠର କଳାଦାଗ ଦୂର ହୋଇଥାଏ।
ଚିନି: ଓଠରେ ଚିନି ବ୍ୟବହାର କରିବା ଦ୍ୱାରା ଏହା ସ୍କ୍ରବ୍‌ ପରି କାମ କରିଥାଏ। ଫଳରେ ଡେଡ୍‌ ସ୍କିନ୍‌ ଦୂର ହୋଇଥାଏ। ଅଳ୍ପ ଚିନିକୁ ନେଇ ମିକ୍ସଚରରେ ଗ୍ରାଇଣ୍ଡକରି ଦିଅନ୍ତୁ। ଏହି ମିକ୍ସ ହୋଇଥିବା ଚିନିରେ ଅଳ୍ପ ଲହୁଣି ମିଶାଇ ଓଠରେ ଲଗାଇଲେ ଓଠ ମୁଲାୟମ ହେବା ସହ ସଫା ମଧ୍ୟ ହୋଇଥାଏ।
ଡାଳିମ୍ବ : ଡାଳିମ୍ବରସ ଓଠରେ ଲଗାଇବା ଦ୍ୱାରା ଏହା ମଶ୍ଚରାଇଜର ପରି କାମ କରିଥାଏ। ଏହା ଓଠକୁ ସଫ୍ଟ କରିବା ସହ ଗୋଲାପୀ ରଙ୍ଗ କରିବାରେ ମଧ୍ୟ ସାହାଯ୍ୟ କରେ। ଡାଳିମ୍ବର କେତୋଟି ଦାନାକୁ ଗ୍ରାଇଣ୍ଡ କରି ସେଥିରୁ ରସ ବାହାର କରିଦିଅନ୍ତୁ। ଏବେ ସେହି ରସରେ କ୍ଷୀର ଓ ଗୋଲାପଜଳ ମିଶାଇ ହାତରେ ହାଲ୍‌କା ଭାବେ ଲଗାଇବା ଦ୍ୱାରା ଏହାର ଫାଇଦା ଆପଣଙ୍କ ଜଲ୍‌ଦି ମିଳିବ।
ବିଟ୍‌: ବିଟ୍‌ରେ ନାଚୁରାଲ ବ୍ଲିଚ୍‌ ଗୁଣ ରହିଛି। ଏହା ଓଠର କଳାପଣ ଦୂରକରିବାରେ ସାହାଯ୍ୟ କରିଥାଏ। ଏଥିସହ ବିଟ୍‌ ନାଚୁରାଲ୍‌ ରଙ୍ଗ ଓଠକୁ ଗୋଲାପୀ କରିବାରେ ସାହାଯ୍ୟ କରେ। ବିଟ୍‌ର ରସ କିମ୍ବା ପେଷ୍ଟ ରାତିରେ ଶୋଇବା ପୂର୍ବରୁ ଲଗାଇ ଶୋଇପଡ଼ନ୍ତୁ। ରାତି ସାରା ଏମିତି ରଖିବା ପରେ ତାକୁ ସକାଳେ ଓଠକୁ ଭଲଭାବେ ଧୋଇଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri