ଓଟିଡିସି କରିବ ଡେଷ୍ଟିନେଶନ ଓ୍ବେଡିଂ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଗୋଆ, ମସୌରୀ, ଉଦୟପୁର ଭଳି ଓଡ଼ିଶାରେ ବି ହେବ ଡେଷ୍ଟିନେଶନ ଓ୍ବେଡିଂ। ମେହେନ୍ଦି, ସଙ୍ଗୀତ ସେରିମନିରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁକିଛି ମହାଆଡ଼ମ୍ବରରେ ହେବ। ଏପରି କି ଚାହିଁଲେ ଓଲିଉଡ୍‌ ଓ ବଲିଉଡ୍‌ କଳାକାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଆଗାମୀ ବିବାହ ଋତୁକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପ୍ରଥମଥର ପାଇଁ ଡେଷ୍ଟିନେଶନ ଓ୍ବେଡିଂ ପ୍ୟାକେଜ୍‌ର ଶୁଭାରମ୍ଭ କରାଯାଇଛି। ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଓଟିଡିସିର କିଛି ପ୍ରମୁଖ ପାନ୍ଥନିବାସରେ ଏହି ପ୍ୟାକେଜ୍‌ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଚିଲିକା କୂଳରେ ଥିବା ରମ୍ଭା ଓ ବଡ଼କୁଳ ପାନ୍ଥନିବାସ, ଗୋପାଳପୁର, ଚାନ୍ଦିପୁର, ପୁରୀ ଓ କୋଣାର୍କ ପାନ୍ଥନିବାସରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି କହିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର।
ଗୁରୁବାର ଭୁବନେଶ୍ୱର ପାନ୍ଥନିବାସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ମିଶ୍ର କହିଥିଲେ, ରାଜ୍ୟ ଏବଂ ରାଜ୍ୟ ବାହାରର ପର୍ଯ୍ୟଟକମାନେ ନିଜ ବନ୍ଧୁ ପରିଜନଙ୍କ ବିବାହ ଉତ୍ସବ ଉପରୋକ୍ତ ପାନ୍ଥନିବାସ ଗୁଡ଼ିକରେ କରିପାରିବେ। ସାଜସଜ୍ଜାରୁ ଆରମ୍ଭ କରି କ୍ୟାଟରିଂ ପର୍ଯ୍ୟନ୍ତ, ସମ୍ପୂର୍ଣ୍ଣ ବିବାହ ଉତ୍ସବର ଦାୟିତ୍ୱ ଓଟିଡିସି ବହନ କରିବ। ଅତିଥିଙ୍କ ରହଣି ସହ ଖାଦ୍ୟ, ପାନୀୟ, ବ୍ୟାଣ୍ଡ୍‌ବାଜା, ଫ୍ଲୋରାଲ ଡେକୋରେଶନ, ମେହେନ୍ଦି ଓ ସଙ୍ଗୀତ କାର୍ଯ୍ୟକ୍ରମ, ସ୍ବତନ୍ତ୍ର ବିଉଟିସିଆନ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ, ଭିଡ଼ିଓଗ୍ରାଫି ଓ ନିକଟସ୍ଥ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ ସୁବିଧା ସବୁକିଛି ଯୋଗାଇ ଦିଆଯିବ। କେବଳ ଏତିକି ନୁହେଁ, ନିଗମ ପକ୍ଷରୁ ବର ଓ କନ୍ୟାଙ୍କୁ ମାଗଣାରେ ୨ ରାତି ଓ ୩ ଦିନର ଏକ ହନିମୁନ୍‌ ପ୍ୟାକେଜ୍‌ ମଧ୍ୟ ଉପହାରଭାବେ ଦିଆଯିବ। ଏହାସହ ଦୁଇଟି ଆନିଭର୍ସାରି ପ୍ୟାକେଜ୍‌ ବି ମାଗଣାରେ ମିଳିବ। ମୋଟ ୫୦ ଅତିଥିଙ୍କ ପାଇଁ ଅତିକମ୍‌ରେ ପ୍ୟାକେଜ୍‌ର ଦାମ୍‌ ୨ଲକ୍ଷ ୧୭ ହଜାର ରହିଥିବାବେଳେ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ହେଲେ ପ୍ରାୟ ୪ଲକ୍ଷ ୭୫ ହଜାର ଦେବାକୁ ପଡ଼ିବ। ଏଥିପାଇଁ ଗ୍ରାହକ ଓଟିଡିସି ଓ୍ବେବ୍‌ସାଇଟ ସହ ମେକ୍‌ ମାଇଁ ଟ୍ରିପ୍‌ (ଏମ୍‌ଏମ୍‌ଟି), ଗୋଆଇବିବୋ ଓ ଯାତ୍ରା ଡଟ୍‌ କମ୍‌ରେ ବୁକିଂ କରିପାରିବେ। ଏହାବ୍ୟତୀତ ପାନ୍ଥନିବାସରେ ରହଣି ପାଇଁ ମଧ୍ୟ ପର୍ଯ୍ୟଟକମାନେ ଏହି ଆପ୍‌ ଏବଂ ଓ୍ବେବ୍‌ସାଇଟରେ ବୁକିଂ କରିପାରିବେ ବୋଲି ମିଶ୍ର ସୂଚନା ଦେଇଛନ୍ତି। ଏହାଛଡ଼ା ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଓ ବଲାଙ୍ଗୀର ଜିଲା ପର୍ଯ୍ୟଟନସ୍ଥଳୀଗୁଡ଼ିକ ଭ୍ରମଣ ପାଇଁ ୨ଟି ବସ୍‌ ଯୋଗାଇ ଦିଆଯିବ। ପ୍ରଥମଥର ପାଇଁ ରାଜ୍ୟ, ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀମାନଙ୍କୁ ପାନ୍ଥନିବାସରେ ୩୦% ରିହାତି ମିଳିବ ବୋଲି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri