ଓଆରଏସ୍‌ ପାଇବାରେ ଜାଲିଆତି: ୨ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଲା ଅମଲା ସଂଘ

ଫୁଲବାଣୀ ଅଫିସ, ୧୬ା୫- ରାଜ୍ୟ ସରକାର ଓଡିଶା ରାଜସ୍ବ ସେବା (ଓଆର୍‌ଏସ୍‌)ରେ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଏଥିରେ କନ୍ଧମାଳ ଜିଲାର ଦୁଇ ଶିକ୍ଷକ ଅଛନ୍ତି। ତେବେ ସେମାନେ ଜାଲିଆତି କରି ଏହି ପଦବୀ ହାସଲ କରିଥିବା ଅଭିଯୋଗ ହୋଇଛି। ଜିଲା ଶିକ୍ଷା ବିଭାଗ ଏହାକୁ ସ୍ବୀକାର କରିଛି । ଶୁକ୍ରବାର ଜିଲା ରାଜସ୍ବ ଅମଲା ସଂଘ ଜିଲାପାଳଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗପତ୍ର ଦାଖଲ କରିଛନ୍ତି। ସମସ୍ତ ନୀତି ନିୟମ ଉଲ୍ଲଂଘନ କରିଥିବା ଏହି ୨ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ସୂଚନା ଅନୁଯାୟୀ, ପଦୋନ୍ନତି ପାଇଁ କର୍ମଚାରୀଙ୍କ ସିସିଆର ଅନୁମୋଦନ କରି ବିଭାଗୀୟ ମୁଖ୍ୟ ସରକାରଙ୍କୁ ପଠାଇବା ନିୟମ ରହିଛି। ଜିଲାରେ ଯେଉଁ ୨ ଶିକ୍ଷକ ଓଆରଏସ ପାଇଛନ୍ତି, ସେମାନେ ଜିଲା ଶିକ୍ଷାଧିକାରୀଙ୍କ ଅନୁମୋଦନ ପାଇଥିବା ଚିଠି ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ୨୦୧୯ ଜାନୁୟାରୀରେ ଏହି ଅନୁମୋଦନ ଚିଠି ଜିଲା ଶିକ୍ଷାଧିକାରୀ ଲେଖିଥିବା ଉଲ୍ଲେଖ ରହିଛି । ମାତ୍ର ଜିଲା ଶିକ୍ଷାଧିକାରୀ ଏପରି କୌଣସି ଅନୁମୋଦନ କରି ନ ଥିବା ଜଣାପଡିଛି । ଚିଠିରେ ଯେଉଁ ନମ୍ବର ପଡିଛି ତାହା ଅନ୍ୟ ଏକ ବିଭାଗୀୟ ଚିଠିର ନମ୍ବର ା ତେଣୁ ଶିକ୍ଷକଦ୍ୱୟ ଜିଲା ଶିକ୍ଷାଧିକାରୀଙ୍କ ନାମରେ ଜାଲ୍‌ ଅନୁମୋଦନ ସରକାରଙ୍କ ଠାରେ ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଗତ ୪ ବର୍ଷ ହେଲା ଛୁଟିରେ ରହିଛନ୍ତି। ତାଙ୍କୁ କିଛି ମାସ ତଳେ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ଜଣାପଡିଛି ା ଜିଲା ଶିକ୍ଷାଧିକାରୀ ବିକାଶ ପ୍ରଧାନଙ୍କୁ ପଚାରିବାରୁ ଅଭିଯୋଗକୁ ସେ ସ୍ବୀକାର କରିଛନ୍ତି। ଅଭିଯୋଗ ଆସିବା ପରେ ଶିକ୍ଷା ନିର୍ଦ୍ଦେଶାଳୟ ଏହା ଉପରେ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ଶିକ୍ଷକ ଜଣଙ୍କ ନାମରେ ଥାନାରେ ଆପରାଧିକ ମାମଲା ରହିଥିଲେ ମଧ୍ୟ ସେ ପଦୋନ୍ନତୀ ହାସଲ କରିଛନ୍ତି। ଜିଲା ରାଜସ୍ବ ଅମଲା ସଂଘ ସଭାପତି ଭଞ୍ଜ କିଶୋର ନାୟକ, ସମ୍ପାଦକ ସୁବ୍ରତ କୁମାର ମହାନ୍ତି ଜିଲାପାଳଙ୍କୁ ଭେଟି ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ପୁଣି ମହେନ୍ଦ୍ରଗିରିରେ ଦୁର୍ଘଟଣା: ମେଳାରୁ ଫେରୁଥିବା ଘାଟି ତଳକୁ ଖସିଲା ଅଟୋ : ୬ରୁ ଅଧିକ ଆହତ

ଗଜପତି, ୯।୬ (ଗିରିଧାରୀ ପରିଛା): ଗଜପତି ଜିଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଅଞ୍ଚଳରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ଗତ ତିନି ଦିନ ମଧ୍ୟରେ ମହେନ୍ଦ୍ରଗିରି…

ଆକ୍ସନମୋଡ଼ରେ ଦାରିଙ୍ଗବାଡି ପୋଲିସ:  ୭ ଅଟୋ, ୫ ବାଇକ ଜବତ

ଦାରିଙ୍ଗବାଡି, ୯।୬ (ଅରୁଣ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ଦୁର୍ଘଟଣାରେ ପୀଡ଼ିତ ପରିବାରମାନେ ଯଥୋଚିତ ନ୍ୟାୟ ଏବଂ ବୀମା ରାଶି ପାଇପାରନ୍ତୁ, ସେଥିପାଇଁ ଦାରିଙ୍ଗବାଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri