Categories: ଖେଳ

ଐତିହାସିକ ମ୍ୟାଚ୍‌ରେ ପଙ୍କଜ ଅତିଥି

କଟକ ଅଫିସ,୨୩।୧୧- ଇଡେନ୍‌ ଗାର୍ଡେନଠାରେ ଖେଳାଯାଉଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲ(ସିଏବି) ପକ୍ଷରୁ ଓସିଏ ପଦାଧିକାରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସଭାପତି ପଙ୍କଜଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ପଙ୍କଜ ସିଏବି ସଭାପତି ଅଭିଷେକ ଡାଲମିଆଙ୍କୁ ଭେଟିଥିଲେ ।

Share