ଏୟାର ଇଣ୍ଡିଆ ଲାଗି ବିଦେଶୀ ବିଡର ଆକୃଷ୍ଟ କରିବାକୁ ଯୋଜନା

ନୂଆଦିଲ୍ଲୀ,୨୯-୧୦: ଏୟାର ଇଣ୍ଡିଆର ଘରୋଇକରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିଲାଗି ବିଦେଶୀ ବିଡର ଆକୃଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ଶିଳ୍ପ ଓ ଆନ୍ତଃବାଣିଜ୍ୟ ପ୍ରୋତ୍ସାହନ ବିଭାଗ(ଡିପିଆଇଆଇଟି) ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ନେଇ ବିଭିନ୍ନ ପ୍ରସଙ୍ଗକୁ ବର୍ତ୍ତମାନ ବିଚାର କରୁଛି। ବିଦେଶୀ ପ୍ରତ୍ୟକ୍ଷ ନିବେଶ ଦିଗରେ ରହିଥିବା ବିଭିନ୍ନ ନିୟମକୁ ସରକାର ତର୍ଜମା କରୁଥିବା ଜଣାପଡିଛି। କ୍ଷତିରେ ଚାଲୁ୍‌ଥିବା ଏହି ବିମାନ କମ୍ପାନୀକୁ ଘରୋଇକରଣ କରିବା ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି। ହେଲେ ଏଥିଲାଗି ବିଡରଙ୍କୁ ଆକୃଷ୍ଟ କରିବା ନେଇ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ଷମ ହେଉ ନାହାନ୍ତି। ଆସନ୍ତା ମାସରେ ଏ ନେଇ ପୁଣି ଥରେ ବିଡ୍‌ ଡାକିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଗ୍ରାଉଣ୍ଡ ପରିଚାଳନା, ବିମାନ କ୍ରୟ, ଓଭରହଲ ରିପେୟାର ଏବଂ ମେଣ୍ଟେନାନ୍ସ ଭଳି ଭଳି ବର୍ଗରେ ପ୍ରତ୍ୟକ୍ଷ ଭାବେ ଉକ୍ତ କ୍ଷେତ୍ରରେ ୧୦୦% ଏଫ୍‌ଡିଆଇ ନିୟମ ରହିଛି। ମାତ୍ର ବିମାନ କମ୍ପାନୀ ପରିଚାଳନା ପାଇଁ ମାଲିକାନା ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଛି। ଏଭଳି ବିଭିନ୍ନ ସମସ୍ୟାକୁ ସମାଧାନ କରିବା ଦିଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କୁହାଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଏକ୍ଷେତ୍ରରେ ୧୦୦% ଏଫ୍‌ଡିଆଇ ନିୟମ ଲାଗୁ ହେଲେ ଏହା ବିମାନ କମ୍ପାନୀର ବିଡିଂ ଲାଗି ଉନ୍ନତ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଏନେଇ ମନ୍ତ୍ରଣାଳୟ ଅବଗତ ରହିଛି। ଏହା ଉପରେ ମନ୍ତ୍ରଣାଳୟ ସହ ଆଲୋଚନା ହୋଇଥିବା ଅଧିକାରୀ ଜଣକ କହିଛନ୍ତି। ବିମାନ କମ୍ପାନୀ ଉପରେ ବର୍ତ୍ତମାନ ୫୮,୦୦୦ କୋଟି ଟଙ୍କାର ଋଣ ରହିଛି। ଏହା ଲଗାତର ଭାବେ କ୍ଷତି ସହି ଚାଲିଛି। ମଙ୍ଗଳବାର ବସିବାକୁ ଥିବା ଆନ୍ତଃ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ବୈଠକରେ ବିମାନ କମ୍ପାନୀର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ବିଶେଷ କରି ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି। ଅଟୋମେଟିକ ରୁଟରେ ଯେଉଁ କ୍ଷେତ୍ରରେ ୧୦୦% ଏଫ୍‌ଡ଼ିଆଇ ନିୟମ ଲାଗୁ ହେଉ ନାହିଁ ସେ ଦିଗକୁ ମଧ୍ୟ ବିଚାର କରାଯିବ ବୋଲି ଅଧିକାରୀ କହିଛନ୍ତି। ଏଦିଗରେ ସମ୍ପୃକ୍ତ ବିଭାଗଗୁଡିକର ମତାମତ ଗ୍ରହଣ କରାଯାଉଛି। ସେହିଭଳି ଡିପିଆଇଆଇଟି କେତେକ ବାଣିଜ୍ୟ ଏବଂ ନିବେଶ ସଂସ୍ଥା ସହ ଆଲୋଚନା କରିବା ସହ ଏଦିଗରେ କେଉଁ ସବୁ ଆବଶ୍ୟକତା ହେଉଛି ତାର ତଖାରଖ କରିଛି। ଆନ୍ତଃମନ୍ତ୍ରୀ ଗୋଷ୍ଠୀର ପରାମର୍ଶ ପରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri