ଏହି ଯୁବତୀ କରିଥିଲେ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ଓ୍ବେଡିଂ ପ୍ଲାନିଂ

ବଲିଉଡ୍‌ର ସେଲିବ୍ରିଟିଙ୍କ ବିବାହ ପ୍ରସଙ୍ଗ ଉଠିବ ତ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ନାଁ ଚର୍ଚ୍ଚା ପରିସରକୁ ଆସିବ। ଅନୁଷ୍କା ଶର୍ମା-ବିରାଟ କୋହଲି ଇଟାଲୀରେ ବିବାହ କରିଥିବାବେଳେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ମୁମ୍ବାଇରେ ହେବାର ଥିଲା କିନ୍ତୁ ପରେ ଯୋଧପୁରଠାରେ ସମ୍ପନ୍ନ ହୋଇଥିଲା। ଏମାନଙ୍କ ବିବାହ ପାଇଁ ଓ୍ବେଡିଂ ପ୍ଲାନିଂ ବା ବିବାହ ଯୋଜନା କିଏ କରିଥିଲେ ଜାଣନ୍ତି? ଟିନା ଥରଓ୍ବାନି ନାମକ ଜଣେ ଯୁବତୀ ଏମାନଙ୍କ ଓ୍ବେଡିଂ ପ୍ଲାନ୍‌ କରିଥିଲେ। ବିବାହ ସ୍ବପ୍ନକୁ କିପରି ସତରେ ପରିଣତ କରାଯିବ ତାହା ଭଲ ଭାବରେ ଜାଣିଛନ୍ତି ଟିନା। ସେ ଜଣେ ଓ୍ବେଡିଂ ପ୍ଲାନର। ଆସିଷ୍ଟାଣ୍ଟ ଫିଲ୍ମ ଡାଇରେକ୍ଟରରୁ ଟିନା କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ଟିନା ‘ମ୍ୟାରେଜ୍‌ ସିନ୍‌’ ନାମକ ଏକ କମ୍ପାନୀ ଚଳାଉଛନ୍ତି। ୨୦୧୫ରେ ସୌରଭ ମାଲହୋତ୍ରା ଏବଂ ମନୋଜ ମିତ୍ରଙ୍କ ସହିତ ମିଶି ଏହି କମ୍ପାନୀ ଆରମ୍ଭ ଆରମ୍ଭ କରିଥିଲେ। ଟିନା କୁହନ୍ତି, ସେ ପ୍ରିୟଙ୍କା ଏବଂ ଅନୁଷ୍କାଙ୍କ ଓ୍ବେଡିଂ ପ୍ଲାନିଂ ଦେଇଥିଲେ। ସେପ୍ଟେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ବିବାହ ଋତୁ ଚାଲିଥାଏ। ଏହି ସମୟରେ ସେ ୧୦-୧୨ଟି ଓ୍ବେଡିଂ ପ୍ଲାନ୍‌ କରିଥାନ୍ତି। ଅନୁଷ୍କା ଏବଂ ବିରାଟଙ୍କ ବିବାହ ଟିନାଙ୍କ ପାଇଁ ଏକ ବଡ଼ ସୁଯୋଗ ଥିଲା ବୋଲି କୁହନ୍ତି। ଏହା ପରେ ପ୍ରିୟଙ୍କାଙ୍କ ବିବାହ ପାଇଁ ଯୋଜନା କରିଥିଲେ। ପୂରା ଟିମ୍‌ କଷ୍ଟମରଙ୍କ ସମସ୍ତ ଆବଶ୍ୟକତା ଭଲ ଭାବରେ ପୂରଣ କରିଥାନ୍ତି। ତାଙ୍କର ଏକ ଅଫିସିଆଲ ଓ୍ବେବ୍‌ସାଇଟ୍‌ ରହିଛି। ସେଥିରେ ପ୍ଲାନିଂର ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଯେଉଁଥିରେ ଲୋକେ କନେକ୍ଟ କରିପାରିବେ। ସମସ୍ତଙ୍କ ବିବାହ ପାଇଁ ପ୍ଲାନିଂ କରୁଥିବା ଟିନା ନିଜ ବିବାହ ସମ୍ପର୍କରେ କୁହନ୍ତି, ଯେଉଁଠି ବି ବିବାହ କରିବେ ପୂରା ନିରାଡମ୍ବର ଭାବେ କରିବେ। ଏଥିରେ ତାଙ୍କର କିଛି ଖାସ୍‌ ବନ୍ଧୁ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ନାୟିକା ସାଜିବେ ରଶ୍ମିକା

ମୁମ୍ବାଇ: ନିକଟରେ ‘ଆନିମଲ’ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା ‘ସିକନ୍ଦର’ ଫିଲ୍ମରେ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ବିପକ୍ଷରେ ନଜର...

ଜ୍ୟାକଲିନଙ୍କ ଗୀତ ଦେଖ, ଆଇଫୋନ ନିଅ, ଅଭିନେତ୍ରୀଙ୍କ ଜନ୍ମଦିନରେ ସୁକେଶଙ୍କ ବିଶେଷ ଉପହାର ଘୋଷଣା

ମୁମ୍ବାଇ,୯।୫: ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ...

କାହିଁକି ଅଧାରୁ ରାଜନୀତି ଛାଡିଥିଲେ ଅମିତାଭ ବଚ୍ଚନ

ଗଣତନ୍ତ୍ରର ମହାନ ପର୍ବ ଅର୍ଥାତ୍‌ ନିର୍ବାଚନ ଚାଲିଛି। ନିର୍ବାଚନବେଳେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଘଟଣା ମନେ ପଡିଯାଏ। ବିଗ ବି ରାଜନୀତି ପ୍ରବେଶ କରିଥିଲେ।...

ଅଲଗା ହେବେ ଦୀପଭିର! ଇନଷ୍ଟାରୁ ଡିଲିଟ କଲେ ବିବାହ ଫଟୋ

ମୁମ୍ବାଇ: ବଲିଉଡର ଲଭ ବାର୍ଡ ଦୀପିକା ପାଦୁକାନ ଓ ରଣଭିର ସିଂଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ। କାରଣ ଉଭୟ ଦୀପଭିର ନିଜ ସୋସିଆଲ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ...

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri