Categories: ଖେଳ

ଏହି ଖେଳାଳିଙ୍କୁ ଟିମ୍‌ ଇଣ୍ଡିଆରେ ମିଳିଲାନି ଏଣ୍ଟ୍ରି : ମୁହଁ ଖୋଲିଲେ ଗମ୍ଭୀର

ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ଲଗାତାର ଟିମ୍‌ରେ ଖେଳି ଆସୁଥିବା ରିଷଭ୍‌ ପନ୍ତ ଏବଂ ଅବନ୍ତି ରାୟଡୁଙ୍କୁ ଦଳରୁ ବାହାର କରି ଦିଆଯାଇଛି। ଏହି ଦୁଇ ଖେଳାଳିଙ୍କୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଜୋର ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଏନେଇ ପୂର୍ବତନ କି୍ରିକେଟର ଗୌତମ  ଗମ୍ଭୀର ବି ମୁହଁ ଖୋଲିଛନ୍ତି। କହିଛନ୍ତି, ରାୟଡୁଙ୍କୁ ଦଳରୁ ବାହାର କରି ଦିଆଯିବା ନିଶ୍ଚିତ ଦୁଃଖଦାୟକ। ଗୌତମ କହିଛନ୍ତି, ତାଙ୍କୁ ଏହି ଘଟଣା ବହୁତ କଷ୍ଟ ଦେଉଛି। କାରଣ ୨୦୦୭ ବିଶ୍ୱକପ୍‌ରେ ଗୌତମଙ୍କ ସହ ମଧ୍ୟ ଏପରି ହୋଇଥିଲା। ଯେଉଁଥିପାଇଁ ସେ ବହୁତ ଦୁଃଖିତ ଥିଲେ। ଆଉ ଆଜି ରାୟଡୁଙ୍କ କ୍ଷେତ୍ରରେ ଯାହା ଘଟିଲା ସେଥିପାଇଁ ସେ ବହୁତ ଦୁଃଖୀ ବୋଲି କହିଛନ୍ତି।

Share