ଏସ୍‌ସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ:ଭଙ୍ଗାଗଲା ୯୫ ଘର

କଟକ ଅଫିସ,୩ା୩:ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଉଚ୍ଛେଦ କାର୍ଯ୍ୟ ସୋମବାର ଠାରୁ ପୁଣି ଥରେ ଆରମ୍ଭ ହୋଇଛି। ସକାଳେ ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ମା’ ମଙ୍ଗଳା ବସ୍ତିର ଘରଗୁଡିକୁ ମେଶିନ ସହାୟତାରେ ଭଙ୍ଗା ଯାଇଥିଲା। ପ୍ରାୟ ୯୫ଟି ଘର ଭଙ୍ଗା ଯାଇଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନିଆଯାଇଛି। ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରୁ ସେମାନଙ୍କୁ ଉଚ୍ଛେଦ କରାଯାଇ ଜଗତ୍‌ପୁରର ନିମପୁରଠାରେ ନିର୍ମିତ ଅସ୍ଥାୟୀ କ୍ୟାମ୍ପକୁ ପଠାଯାଇଛି। ସାମଗ୍ରୀ ସ୍ଥାନାନ୍ତର ପାଇଁ ସିଏମ୍‌ସି ପକ୍ଷରୁ ଗାଡି ଯୋଗାଇ ଦିଆଯାଇଥିଲା। ଅସ୍ଥାୟୀ କ୍ୟାମ୍ପରେ ପ୍ରତି ପରିବାରକୁ ତାରପୋଲିନ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ା ଆସନ୍ତା ଏକ ସପ୍ତାହ ଭିତରେ ନିଜ ନିଜ ସ୍ଥାନରେ ଘର କରି ରହିବାକୁ ସେମାନଙ୍କୁ କୁହାଯାଇଛି। ସେ ପର୍ଯ୍ୟନ୍ତ ସମସ୍ତ ପରିବାରକୁ ଦିନକୁ ତିନି ଓଳା ରନ୍ଧାଖାଦ୍ୟ ଦିଆଯିବ। ଏପରି କି ପ୍ରଶାସନ ପକ୍ଷରୁ ପାନୀୟ ଜଳ, ବିଦ୍ୟୁତ୍‌ ଓ ଟଏଲେଟ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି ା ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ଥଇଥାନରେ ଯେପରି କୌଣସି ଅସୁବିଧା ହେବନାହଁି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି) ଅନିଲ କୁମାର ସାମଲ କହିଛନ୍ତି।
ଅନ୍ୟପକ୍ଷରେ ମେଡିକାଲର ସମ୍ପ୍ରସାରଣ ଓ ଉନ୍ନତୀକରଣ ପ୍ରକଳ୍ପକୁ ରାଜ୍ୟ ପୂର୍ତ୍ତ ବିଭାଗ ସଚିବ ଡ. କିଶନ କୁମାର ସମୀକ୍ଷା କରିଛନ୍ତି। ସୋମବାର ସକାଳେ ସେ ପହଞ୍ଚି ଉଚ୍ଛେଦ ଓ ଥଇଥାନ ସ୍ଥାନ ବୁଲି ଦେଖିଥିଲେ। ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ଆରଡିସି ସାମଲ, ଜିଲାପାଳ ଭବାନୀ ଶଙ୍କର ଚୟନୀ ଏବଂ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ସହିତ ଆଲୋଚନା କରିଥିଲେ। ତେବେ ଉଚ୍ଛେଦକୁ ଲୋକମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଉଚ୍ଛେଦ ସହ କ୍ଷତିପୂରଣ ବାବଦରେ ୫୦ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏନେଇ ଜିଲାପାଳ ଚୟନୀ କହିଛନ୍ତି, ତାଳଦଣ୍ଡା କେନାଲର ବାମ ପାର୍ଶ୍ୱରୁ ବସ୍ତି ଉଚ୍ଛେଦ କରାଯାଇ ଲୋକମାନଙ୍କୁ ନିମପୁର ଅସ୍ଥାୟୀ କ୍ୟାମ୍ପ୍‌କୁ ପଠାଯାଇଛି। ସେଠାରେ ସେମାନଙ୍କ ଲାଗି ଅଧିକ ସୁବିଧା କରାଯାଇଛି। ଏପର୍ଯ୍ୟନ୍ତ ଏସ୍‌ସିବି ମେଡିକାଲ ପାଇଁ ଘରୋଇ ଜମି ଅଧିଗ୍ରହଣ କରାଯାଇନାହିଁ। ଆବଶ୍ୟକ ପଡିଲେ ଏଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିବାବେଳେ ମାଟ୍ରିକ ପରୀକ୍ଷା ଯୋଗୁ ଏହାକୁ ବନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri