ଏସ୍‌ସିବି ମେଡିକାଲରେ ବିଦ୍ୟୁତ୍‌ ବିଭ୍ରାଟ ସାଢ଼େ ୯ ଘଣ୍ଟା କଲବଲ ହେଲେ ରୋଗୀ

କଟକ ଅଫିସ, ୧୩ା୬: ବୁଧବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା। କାହା ହାତରେ ବରଡ଼ାପତ୍ର ବିଞ୍ଚଣା ତ କାହା ହାତରେ ପ୍ଲାଷ୍ଟିକ୍‌ ବିଞ୍ଚଣା ପୁଣି କିଏ ଖବରକାଗଜ ଓ ପଟିକୁ ବିଞ୍ଚଣା ଭାବେ ବ୍ୟବହାର କରୁଥିଲେ। ବେଡ୍‌ ଉପରେ ଶୋଇଥିବା ରୋଗୀଙ୍କୁ ଦେଖିଲେ ପରିସ୍ଥିତି ଅଧିକ ଗମ୍ଭୀର ଲାଗୁଥିଲା। ରୋଗ ଯନ୍ତ୍ରଣା ସାଙ୍ଗକୁ ଗୁଳୁଗୁଳି ଓ ଗରମରେ ରୋଗୀମାନେ କଲବଲ ହେଉଥିଲେ। କାରଣ ବୁଝିଲା ବେଳକୁ ସର୍ଜରୀ ୱାର୍ଡକୁ ବିଦ୍ୟୁତ୍‌ ଯୋଗାଣ କରୁଥିବା ଟ୍ରାନ୍ସଫର୍ମରର ପ୍ୟାନେଲ ବୋର୍ଡ ସହିତ କେବୁଲଗୁଡ଼ିକ ଜଳିଯିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭାବିଥିଲେ ଏଡେବଡ଼ ମେଡିକାଲରେ ନିହାତି ଜେନେରେଟର ବ୍ୟବସ୍ଥା ଥିବ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ କରେଣ୍ଟ ଆସି ନ ଥିଲା। ୫୦ ପାଖାପାଖି ରୋଗୀ ସମ୍ପର୍କୀୟ ଏକଜୁଟ ହୋଇ ଅଧୀକ୍ଷକଙ୍କ ଚାମ୍ବରକୁ ଯାଇଥିଲେ। ସେଠାରେ ହୋହଲ୍ଲା କରିବା ପରେ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି ନିଜେ ସର୍ଜରୀ ୱାର୍ଡକୁ ଆସି ଜେନେରେଟର ସଂଯୋଗ ଦେବାକୁ ବ୍ୟବସ୍ଥା କରିବା ବେଳକୁ ଜେନେରେଟର ଫନୀ ବାତ୍ୟା ସମୟରୁ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଫଳରେ ପ୍ରଫେସର ମହାନ୍ତି ତୁରନ୍ତ ଘଟଣାସ୍ଥଳକୁ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନଙ୍କୁ ଡକାଇଥିଲେ। ପ୍ୟାନେଲ ବୋର୍ଡ ସଜଡ଼ା ହେବା ବେଳକୁ ସନ୍ଧ୍ୟା ସାଢେ ୭ଟା ବାଜିଥିଲା। ହେଲେ ପାଖାପାଖି ସାଢେ ୯ ଘଣ୍ଟାର ଯନ୍ତ୍ରଣା କହିଲେ ନ ସରେ ବୋଲି ରୋଗୀ ସମ୍ପର୍କୀୟମାନେ କହିଛନ୍ତି। ଜଗତ୍‌ସିଂହପୁର ଅଞ୍ଚଳରୁ ସ୍ତ୍ରୀ ଟିକିଙ୍କୁ ଚିକିତ୍ସା ପାଇଁ ଏଠାକୁ ଆଣିଥିବା ନିତ୍ୟାନନ୍ଦ ସେଠୀ କୁହନ୍ତି, ସ୍ତ୍ରୀ ହାତରୁ ବାଧ୍ୟ ହୋଇ ସାଲାଇନ ଖୋଲି ବାହାରକୁ ଆଣିଥିଲି। ଏକ ଗଛମୂଳେ ଦିନତମାମ ଆମେ ସ୍ବାମୀ ସ୍ତ୍ରୀ ବସିଛୁ। ରୋଗ ଯନ୍ତ୍ରଣାରେ ଟିକି ଛଟପଟ ହେଉଥିଲେ ମଧ୍ୟ ୱାର୍ଡ ଭିତର ଜଉଘର ଭଳି ଲାଗୁଥିଲା। ତେଣୁ ୱାର୍ଡ ଅପେକ୍ଷା ଗଛମୂଳ ଭଲ ଥିଲା ବୋଲି ନିତ୍ୟାନନ୍ଦ କହିଛନ୍ତି। କେନ୍ଦ୍ରାପଡ଼ା ଇନ୍ଦୁପୁର ଅଞ୍ଚଳରୁ ଆସିଥିବା ରନତ୍ାକର ମଲ୍ଲିକ କୁହନ୍ତି, ବାହାରକୁ ବହୁତ ବଡ଼ ଡାକ୍ତରଖାନା। ହେଲେ ଭିତର କେତେବଡ଼ ତାହା ଆଖିରେ ଦେଖିବାକୁ ପାଇଲୁ। ବିଞ୍ଚଣା କିଣିବାକୁ ଯାଇଥିଲି। ହେଲେ ବଜାରରେ ବିଞ୍ଚଣା ମିଳିଲାନି। ଜଣେ ଦୋକାନୀଙ୍କୁ ଅନୁରୋଧ କରିବାରୁ ସେ ଗୋଟିଏ ପଟି ଦେଇଥିଲେ। ସେହିଥିରେ ଏହି ଗୁଳୁଗୁଳିକୁ ମୁକାବିଲା କରିଥିଲେ। କେବଳ ସେତିକି ନୁହେଁ ଏଭଳି ବିଦ୍ୟୁତ ବିଭ୍ରାଟ ଯୋଗୁ ବୁଧବାର ସର୍ଜରୀ, ଜରୁରିକାଳୀନ ଓଟି ମଧ୍ୟ ବନ୍ଦ ରହିଥିଲା। ଘଟଣା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ସୁମିତ୍ରା ସାହୁ କୁହନ୍ତି, ଅଧିକ ଲୋଡ ପଡ଼ିବାରୁ ଏଭଳି ଅବସ୍ଥା ଉପୁଜିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ା ଯାଇଛି। ତେବେ ଜେନେରେଟର କେବୁଲ ସମସ୍ୟା ଥିବାରୁ ଉକ୍ତ ୱାର୍ଡକୁ ଜେନେରେଟର କରେଣ୍ଟ ଯୋଗାଇବା ସମ୍ଭବପର ହୋଇ ନ ଥିଲା। ଅଧୀକ୍ଷକ ପ୍ରଫେସର ମହାନ୍ତି କୁହନ୍ତି, ଏଣିକି ସବୁ ୱାର୍ଡକୁ ଯୁଦ୍ଧକାଳୀନ ଭିତ୍ତିରେ ଜେନେରେଟର ସଂଯୋଗ ଦେବାକୁ ବ୍ୟବସ୍ଥା କରାଯିବ। ଉକ୍ତ ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇ ୱାର୍ଡକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri