Posted inରାଜ୍ୟ

ପ୍ରେମିକ ଗିରଫ: ଲୁଟ୍‌ ଟଙ୍କାରେ ପ୍ରେମିକାଙ୍କୁ ଦେଉଥିଲେ ଦାମୀ ଉପହାର

କେନ୍ଦ୍ରାପଡ଼ା ଅଫିସ୍‌, ୧୩ା୬: ଚୋରି, ଡକାୟତି ଟଙ୍କାରେ ପ୍ରେମିକାଙ୍କୁ ଉପହାର ଦେବା ଭଳି ବହୁ ଘଟଣା ଟିଭି ସିରିଏଲ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ହେଲେ ଏଭଳି ଏକ ସମାନ ଘଟଣା କେନ୍ଦ୍ରାପଡ଼ା ଜିଲାରେ ଘଟିଛି। ପ୍ରେମିକାକୁ ଖୁସି କରିବାକୁ ଯାଇ ଲୁଟ୍‌ ଟଙ୍କାରେ ସୁନା ଗହଣା କିଣି ଦେବା ପରେ ପୋଲିସ ଜାଲରେ ପଡ଼ିଛନ୍ତି ପ୍ରେମିକ। ପ୍ରେମିକା ଘରୁ ପୋଲିସ ଦାମୀ ଉପହାର ଜବତ କରିବା ସହ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ନୀତିଶେଖର ସୂଚନା ଦେବା ପରେ ସବୁଆଡ଼େ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିଯୁକ୍ତ ହେଲେ ଡେରାବିଶ ଥାନା ସବଳଙ୍ଗ କଣିପଡ଼ାର ପ୍ରକାଶ ଦାସ। ସୂଚନା ମୁତାବକ, ଗତ ୪ ତାରିଖରେ ପ୍ରକାଶଙ୍କ ଗାଡ଼ି ଡିକିରୁ ୭, ୭୬, ୨୧୨ ଟଙ୍କା ଚୋରି ହୋଇଯାଇଥିବା ସେ ୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ସେ ତରାଣ୍ଡୋସ୍ଥିତ ଏନ୍‌ଟେକ୍ସ ଟ୍ରାନ୍ସପୋର୍ଟେଶନ ସର୍ଭିସର ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ଗତ ୪ ତାରିଖରେ ଅଫିସର ୭,୭୬,୨୧୨ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ। ହେଲେ ସର୍ଭର ନ ଥିବାରୁ ସେଦିନ ଟଙ୍କା ଜମା ହୋଇପାରି ନ ଥିଲା। ବ୍ୟାଙ୍କରୁ ଫେରି ଅଫିସରେ ପହଞ୍ଚିବା ପରେ ଗାଡ଼ି ଡିକି ଖୋଲିବାବେଳକୁ ସେଥିରେ ଟଙ୍କା ନ ଥିବା ସେ ଜାଣିବାକୁ ପାଇଥିଲେ ବୋଲି ପ୍ରକାଶ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ତେବେ ସେ ଯେଉଁ ବାଇକ୍‌ ନେଇ ବ୍ୟାଙ୍କ ଯାଇଥିଲେ, ସେ ଗାଡ଼ିର ଡିକି ଭଙ୍ଗାଯାଇ ନ ଥିବା ଜଣାପଡ଼ିବା ପରେ ପୋଲିସର ପ୍ରକାଶଙ୍କ ଉପରେ ସନ୍ଦେହ ହୋଇଥିଲା। ତେବେ ତଦନ୍ତ ସମୟରେ ପ୍ରକାଶଙ୍କ ନିକଟରୁ ୪୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସହ ଏକ ଆଲମିରା, ଏୟାରକୁଲର ଆଦି ପୋଲିସ ଜବତ କରିଥିଲା। ଏଥିସହ ସେହି ଲୁଟ୍‌ ଟଙ୍କାରେ ପ୍ରକାଶ ତାଙ୍କ ପ୍ରେମିକାଙ୍କୁ ଦେଇଥିବା ଦାମୀ ସୁନା ଅଳଙ୍କାର ମଧ୍ୟ ତଦନ୍ତବେଳେ ପୋଲିସ ହାତରେ ଲାଗିଥିଲା। ଫଳରେ ପୋଲିସ ପ୍ରକାଶଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ନୀତିଶେଖର ଓ ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri