ଏସ୍‌ସିବିରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ

କଟକ ଅଫିସ,୬।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି)ରେ ଚଳିତ ବର୍ଷର ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହୋଇଛି। ହସ୍ପିଟାଲର ସ୍ବତନ୍ତ୍ର ଓ୍ବାର୍ଡରେ ତାଙ୍କର ଚିକିତ୍ସା କରାଯାଉଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।