Categories: ଖେଳ

ଏସିଆ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ଋତୁପର୍ଣ୍ଣା

ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି)-
ଫିଲିପାଇନ୍ସର ମାନିଲାଠାରେ ଏସିଆନ୍‌ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଫେବୃୟାରୀ ୧୧ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ଋତୁପର୍ଣ୍ଣା ପଣ୍ଡା ସ୍ଥାନ ପାଇଛନ୍ତି। ଭାରତର ଦୁଇ ମହିଳା ତାରକା ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ଋତୁପର୍ଣ୍ଣାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
ଭାରତୀୟ ଦଳ(ମହିଳା): ମାଲଭିକା ବନସଦ, ଅସ୍ମିତା ଚାଲିହା, ଆକର୍ଷି କାଶ୍ୟପ, ଗାୟତ୍ରୀ, ପୁଲେଲା ଗୋପିଚାନ୍ଦ, କେ. ଅଶ୍ୱିନୀ ଭଟ୍ଟ, ଶିଖା ଗୌତମ, କେ. ମନୀଷା, ଋତୁପର୍ଣ୍ଣା ପଣ୍ଡା। ପୁରୁଷ : କିଡାମ୍ବି ଶ୍ରୀକାନ୍ତ, ଏଚ୍‌. ଏସ. ପ୍ରଣୟ, ବି. ସାଇ ପ୍ରଣୀଥ, ଶୁଭଙ୍କର ଦେ, ଲକ୍ଷ୍ୟ ସେନ୍‌, ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ, ଚିରାଗ ସେଟ୍ଟୀ, ଏମ.ଆର. ଅର୍ଜୁନ, ଧ୍ରୁବ କପିଳା।

Share