Categories: ଖେଳ

ଏସିଆନ ଆର୍ଚେରୀ ଚାମ୍ପିୟନଶିପ୍‌: ଅତନୁଙ୍କୁ ବ୍ରୋଞ୍ଜ

ବ୍ୟାଙ୍କକ୍‌, ୨୬।୧୧ (ପି.ଟି.)- ଭାରତୀୟ ତୀରନ୍ଦାଜ ଅତନୁ ଦାସ ଏଠାରେ ଚାଲିଥିବା ଏସିଆନ ଆର୍ଚେରୀ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ ଅତନୁ ଏହି ସଫଳତା ପାଇଛନ୍ତି। ଭାରତୀୟ ତୀରନ୍ଦାଜୀ ମହାସଂଘକୁ ବାସନ୍ଦ କରାଯାଇଥିବାରୁ ଅତନୁ ନିରପେକ୍ଷ ପତାକା ତଳେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଅତନୁ ୬-୫ରେ କୋରିଆର ଜିନ୍‌ ହେୟକଙ୍କୁ ପରାସ୍ତ କରିଥିଲେ। ଏଥିପୂର୍ବରୁ ଦୀପିକା କୁମାରୀଙ୍କୁ ସାଥୀ କରି ଅତନୁ ରିକର୍ଭ ମିକ୍ସଡ ଟିମ୍‌ ଇଭେଣ୍ଟରେ ମଧ୍ୟ ବ୍ରେଞ୍ଜ ପଦକ ଜିତିଥିଲେ। କମ୍ପାଉଣ୍ଡ ମିକ୍ସଡ ଟିମ୍‌ ଇଭେଣ୍ଟର ଫାଇନାଲରେ ଭାରତର ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା ବର୍ମା ଯୋଡ଼ି ପ୍ରବେଶ କରିଛନ୍ତି। ଫାଇନାଲରେ ବୁଧବାର ଅଭିଷେକ ଓ ଜ୍ୟୋତିଙ୍କ ମୁକାବିଲା ଚାଇନିଜ ତାଇପେଇ ଯୋଡ଼ିଙ୍କ ସହ ହେବ।

Share