Categories: ଖେଳ

ଏସିଆନ୍‌ ବକ୍ସିଂ: ଫାଇନାଲରେ ୬ ଭାରତୀୟ

ବ୍ୟାଙ୍କକ୍‌, ୨୬।୪(ପି.ଟି.)- ଏଠାରେ ଚାଲିଥିବା ଏସିଆନ୍‌ ବକ୍ସଂ ଚାମ୍ପିୟନଶିପ୍‌ରେ ଗୁରୁବାର ୬ଜଣ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଏହି ଚାମ୍ପିୟନଶିପ୍‌ରେ ଭାରତ ପାଇଁ ଏହା ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସାବ୍ୟସ୍ତ ହୋଇଛି। ୫୨ କେ.ଜି.ରେ ଅମିତ ପଙ୍ଘାଲ ଓ ୫୬ କେ.ଜି.ରେ କବିନ୍ଦର ସିଂ ବିଷ୍ଟ ଫାଇନାଲରେ ପ୍ରବେଶ କରି ଚଳିତ ବର୍ଷ କ୍ରମାଗତ ଦ୍ୱିତୀୟ ଆନ୍ତର୍ଜାତିକ ସ୍ବର୍ଣ୍ଣପଦକ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ତେବେ ୬୦ କେ.ଜି.ରେ ଶିବ ଥାପ୍ପା କ୍ରମାଗତ ଚତୁର୍ଥଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପରାସ୍ତ ହୋଇ ବ୍ରୋଞ୍ଜ୍‌ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଦୀପକ ସିଂ ୪୯ କେ.ଜି. ଓ ଆଶିଷ କୁମାର ୭୫ କେ.ଜି.ରେ ଫାଇନାଲକୁ ଉଠିଛନ୍ତି। ସେହିପରି ପୂଜାରାନୀ ୮୧ କେ.ଜି. ବର୍ଗରେ ଓ ସିମରନଜିତ୍‌ କୌର ୬୪ କେ.ଜି. ମହିଳା ଡ୍ର’ର ଫାଇନାଲରେ ପ୍ରବେଶ କରି ଅତିକମ୍‌ରେ ରୌପ୍ୟପଦକ ନିଶ୍ଚିତ କରିଛନ୍ତି।

Share