Posted inଖେଳ

ଏମ୍‌ସିସି ବିଶ୍ୱ କ୍ରିକେଟ କମିଟିରୁ ଶକିବଙ୍କ ଇସ୍ତଫା

ଲଣ୍ଡନ,୩୦।୧୦(ପି.ଟି.)- ଦୁର୍ନୀତିରେ ଲିପ୍ତ ହେବା ଲାଗି ୩ଥର ବୁକି ଯୋଗାଯୋଗ କରିଥିଲେ ମଧ୍ୟ ରିପୋର୍ଟ ନ କରିବାରୁ ବାଂଲାଦେଶ ଦଳର ଅଧିନାୟକ ଓ ଟପ୍‌ ଅଲ୍‌ରାଉଣ୍ଡର ଶକିବ ଅଲ ହସନଙ୍କୁ ୨ ବର୍ଷ ଲାଗି ବାସନ୍ଦ କରାଯାଇଛି। କ୍ରିକେଟର ନୂଆ ନିୟମ ଲାଗୁ କରୁଥିବା ବିଶ୍ୱ କ୍ରିକେଟ କମିଟି ଏମ୍‌ସିସିରୁ ଶକିବ ଇସ୍ତଫା ଦେଇଛନ୍ତି। ୩୨ ବର୍ଷୀୟ ଅଲ୍‌ରାଉଣ୍ଡର ବାସନ୍ଦାଦେଶ ଯୋଗୁ ଆସନ୍ତା ମାସରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦, ଟେଷ୍ଟ ସିରିଜ୍‌, ଆଇପିଏଲ ଓ ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ। ମେଲବୋର୍ନ କ୍ରିକେଟ କ୍ଲବ (ଏମ୍‌ସିସି) ଶକିବଙ୍କ ଇସ୍ତଫା ସମ୍ପର୍କରେ ସ୍ପଷ୍ଟ କରିଛି। ଆଇସିସି ଦଣ୍ଡବିଧାନକୁ ଶକିବ ଗ୍ରହଣ କରିନେଇଛନ୍ତି। ସେ ୨୦୧୭ ଅକ୍ଟୋବରରେ ଏମ୍‌ସିସିରେ ଯୋଗଦେବା ସହ ସିଡ୍‌ନୀ ଓ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ। ଏମ୍‌ସିସି ବିଶ୍ୱ କ୍ରିକେଟ କମିଟିରେ ବର୍ତ୍ତମାନ ଓ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ଅମ୍ପାୟର ମଧ୍ୟ ରହିଛନ୍ତି। ବର୍ଷକୁ ଦୁଇଥର ଏହାର ବୈଠକ ଆୟୋଜନ ହୁଏ। ଏଥିରେ କ୍ରୀଡ଼ାର ପ୍ରଚଳିତ ନିୟମ ସମ୍ବନ୍ଧରେ ଆଲୋଚନା ହୁଏ। ଏହାର ଆଗାମୀ ବୈଠକ ଶ୍ରୀଲଙ୍କାରେ ୨୦୨୦ ମାର୍ଚ୍ଚରେ ହେବ। କମିଟିରୁ ଶକିବଙ୍କୁ ହରାଇଥିବାରୁ ଆମେ ଦୁଃଖିତ। ଗତ ଦୁଇବର୍ଷ ହେଲା କ୍ରୀଡ଼ା ପ୍ରତି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା। କ୍ରିକେଟର ଖେଳୁଆଡ଼ ମନୋଭାବ ସଂରକ୍ଷକ ହୋଇଥିବାରୁ ଆମେ ତାଙ୍କ ଇସ୍ତଫାକୁ ଗ୍ରହଣ କରୁଛୁ ଓ ଏହା ଉଚିତ ନିଷ୍ପତ୍ତି ଥିବା ବିଶ୍ୱାସ କରୁଛୁ ବୋଲି ଏମ୍‌ସିସି ସଭାପତି ମାଇକ ଗଟିଂ କହିଛନ୍ତି। ବିଶ୍ୱର ନମ୍ବର ଓ୍ବାନ୍‌ ଦିନିକିଆ ଅଲ୍‌ରାଉଣ୍ଡରଙ୍କୁ ଦଳୀୟ ଷ୍ଟ୍ରାଟେଜି ଓ ଗଠନ ନେଇ ୩ଥର ତଥ୍ୟ ମଗାଯାଇଥିଲା। ଭାରତୀୟ ବୁକି ଦୀପକ ଅଗ୍ରଓ୍ବାଲ ଗତବର୍ଷ ଆଇପିଏଲ୍‌ ବେଳେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଯୋଗାଯୋଗ କରିଥିଲେ। ସେତେବେଳେ ଶକିବ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିଲେ। ଏହାପରେ ଜିମ୍ବାଓ୍ବେ ଏବଂ ଶ୍ରୀଲଙ୍କାକୁ ନେଇ ୨୦୧୮ ଜାନୁୟାରୀରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜ୍‌ବେଳେ ସନ୍ଦିଗ୍ଧ ବୁକି ଅଗ୍ରଓ୍ବାଲ ଅଲ୍‌ରାଉଣ୍ଡରଙ୍କୁ ଯୋଗାଯୋଗ କରିଥିଲେ। ଉକ୍ତ ସନ୍ଦିଗ୍ଧ ବୁକି ଶକିବଙ୍କୁ ଭେଟିବାକୁ ଇଚ୍ଛା ପ୍ରକଟ କରିଥିଲେ। ହେଲେ ଖେଳାଳି ଜଣକ ରାଜି ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri