ଏମ୍‌ଭିଆଇ ପରିଚୟ ଦେଇ ତୀର୍ଥଯାତ୍ରୀ ବସ୍‌ରୁ ଲୁଟ୍‌ପାଟ : ୫ଜଣଙ୍କୁ କାବୁ କଲେ ଯାତ୍ରୀ

ଜଳେଶ୍ୱର, ୧୪ା୯-ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ବେଆଇନ ଭାବେ ଚାନ୍ଦା ଆଦାୟ ଚାଲିଛି। ନକଲି ଏମ୍‌ଭିଆଇ, ଆରଟିଓ, ପୋଲିସ ନାମରେ କେତେକ ଯୁବକ ବିଳମ୍ବିତ ରାତିରେ ଆସୁଥିବା ଗୋରୁ ବୋଝେଇ ଟ୍ରକ୍‌, ମାଛ ବୋଝେଇ ଟ୍ରକ ଓ ତୀର୍ଥଯାତ୍ରୀ ବସ୍‌ଠାରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିଲା। ଶନିବାର ଭୋର୍‌ ସମୟରେ ଘଟିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି।
ନେପାଳ, ଛତିଶଗଡ଼ ଓ ବିହାରର ୫ଟି ତୀର୍ଥଯାତ୍ରୀ ବସ୍‌ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଭୋର ସମୟରେ ପହଞ୍ଚତ୍ବା ପରେ ୬ ଜଣରୁ ଊର୍ଦ୍ଧ୍ୱ ଯୁବକ ନିଜକୁ ଏମ୍‌ଭିଆଇ କହି ବସ୍‌ଗୁଡ଼ିକୁ ଘେରିଯାଇ କାଗଜପତ୍ର ଯାଞ୍ଚ ପାଇଁ ମାଗିଥିଲେ। ଡ୍ରାଇଭର କାଗଜପତ୍ର ଦେଖାଇ ସାରିବା ପରେ ସବୁ ଠିକ୍‌ ଥିବା ଦେଖି ଉକ୍ତ ଯୁବକମାନେ ପ୍ରତ୍ୟେକ ବସ୍‌ରୁ ୭ହଜାର ଲେଖାଏଁ ଟଙ୍କା ମାଗିଥିଲେ। ବସ୍‌ରେ ଥିବା ଯାତ୍ରୀମାନେ ସେମାନଙ୍କର ହାବଭାବ ଦେଖି ପରିଚୟପତ୍ର ମାଗିବା ସହ ମୋବାଇଲରେ ସେମାନଙ୍କର ଭିଡ଼ିଓ ଉତ୍ତୋଳନ କରିଥିଲେ। ଏଥିରେ ଯୁବକମାନେ ଉତ୍ତେଜିତ ହୋଇ ଯାତ୍ରୀମାନଙ୍କର ମୋବାଇଲକୁ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ସେମାନଙ୍କ ମାରପିଟ୍‌ ଓ ଲୁଟ୍‌ପାଟ। ଯୁବକମାନେ ଯାତ୍ରୀମାନଙ୍କୁ ମାର୍‌ପିଟ୍‌ କରିବା ସହ ଟଙ୍କା ଓ ଗହଣା ଲୁଟ୍‌ କରିବାକୁ ଲାଗିଥିଲେ। ସେମାନେ ଯାତ୍ରୀମାନଙ୍କଠାରୁ ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ସୁନାଗହଣା ଲୁଟ୍‌ କରିଥିଲେ। ଶେଷରେ ତୀର୍ଥଯାତ୍ରୀମାନେ ସାହାସ ଜୁଟାଇ ସେହି ନକଲି ଏମ୍‌ଭିଆଇଙ୍କ ମଧ୍ୟରୁ ୫ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପରେ ଯାତ୍ରୀମାନେ ରାସ୍ତାରେ ବସ୍‌ଗୁଡିକୁ ରଖି ଅବରୋଧ କରିଥିଲେ। ଯୁବକମାନଙ୍କ ମାଡ଼ରେ ଜଣେ ଡ୍ରାଇଭର ଓ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲ ଓ ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଜଳେଶ୍ୱର ପୋଲିସ ପହଞ୍ଚତ୍ବା ପରେ ତୀର୍ଥଯାତ୍ରୀମାନେ ଅଟକ ରଖିଥିବା ୫ଜଣ ଯୁବକଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ନେଇ ତୀର୍ଥଯାତ୍ରୀମାନେ ତଥା ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାସ ଓ ଆଇଆଇସି ପ୍ରଦୀପ ମାଝି ପହଞ୍ଚତ୍ ଧାରଣାକାରୀମାନଙ୍କୁ ବୁଝାଶୁଝା କରିଥିଲେ। ନକଲି ଏମ୍‌ଭିଆଇ କହୁଥିବା ଯୁବକମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପୋଲିସ ୫ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବାର ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri