ଏମ୍‌କେସିଜିରେ ୧୭ ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ,୭ା୫-ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଲଗାତର ଜିଲାର ସନ୍ଦିଗ୍ଧ କରୋନା ଲକ୍ଷଣ ଥିବା ଲୋକମାନେ ଏମ୍‌କେସିଜିରେ ଭର୍ତ୍ତି ହେଉଥିବା ବେଳେ ନିକଟରେ ଗଞ୍ଜାମକୁ ସୁରଟରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ସଂଗରୋଧ କକ୍ଷରେ ରଖାଯାଇଛି। ସେମାନଙ୍କ ସ୍ବାବ୍‌ ରିପୋର୍ଟରେ ଲକ୍‌ଡାଉନ କୋହଳ ହେବା ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ଦିନ ଜିଲାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଗୁରୁବାର ଜିଲାର ବିଭିନ୍ନ ସଂଗରୋଧ କକ୍ଷରେ ଥିବା ୧୭ ସୁରଟ ଫେରନ୍ତାଙ୍କୁ ଏମ୍‌କେସିଜିର ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଛି। ଏନେଇ ମେଡିକାଲ ଅଧୀକ୍ଷକ ଡାକ୍ତର ସନ୍ତୋଷ କୁମାର ମିଶ୍ର ଗୁରୁବାର ସୂଚନା ଦେଇଛନ୍ତି। ସମସ୍ତ ସନ୍ଦିିଗ୍ଧଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯିବ। ପରେ ସେଗୁଡିକ ଏମ୍‌କେସିଜି ମେଡିକଲ ଅଣୁଜୀବ ବିଭାଗରେ ଥିବା ପରୀକ୍ଷା କେନ୍ଦ୍ରକୁ ପଠାଯିବା ସହ ଭୁବନେଶ୍ୱର ଆରଏମ୍‌ଆରସିକୁ ଯିବ ବୋଲି ସେ କହିଛନ୍ତି। ସେହିପରି ପୂର୍ବରୁ ଏମ୍‌କେସିଜିର କରୋନା ୱାର୍ଡରେ ଚିକିତ୍ସିତ ଥିବା ୫ ସନ୍ଧିଗ୍ଧଙ୍କ ସ୍ବାବ୍‌ ରିପୋର୍ଟ ଗୁରୁବାର ପହଞ୍ଚିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏପ୍ରିଲରେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୨୨ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ପିସିଆର ମେଶିନ କାର୍ଯ୍ୟକ୍ଷମ କରାଯାଇଥିଲା। ସେହିପରି ଏମ୍‌କେସିଜି ମେଡ଼ିକାଲକୁ ଦ୍ୱିତୀୟ କରୋନା ପରୀକ୍ଷା ମେଶିନ ଆସିଛି। ଯାହା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ସେଥିରେ ମଧ୍ୟ ଦିନକୁ ସର୍ବାଧିକ ୧୨୮ ନମୁନା ପରୀକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ଦ୍ୱିିତୀୟ ପିସିଆର ମେଶିନ କର୍ଯ୍ୟକ୍ଷମ ହେବା ପରେ ମେଡିକାଲରେ ଗୋଟିଏ ଦିନରେ ପ୍ରାୟ ୨୫୬ ସ୍ବାବ୍‌ ନମୁନା ପରୀକ୍ଷା କରାଯାଇପାରିବ। ଏଥି ପାଇଁ ଆବଶ୍ୟକ କିଟ୍‌ ମଧ୍ୟ ଏମ୍‌କେସିଜି ମେଡ଼ିକାଲରେ ମହଜୁଦ ରହିଥିବା ଅଧୀକ୍ଷକ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri