Posted inଜାତୀୟ

ଏମ୍‌ଏସ୍‌ପି, ମଣ୍ଡି ରହିବ

ନୂଆଦିଲ୍ଲୀ,୧୧ା୨(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବୁଧବାର ୭୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ଜରିଆରେ ଏହି ପ୍ରସଙ୍ଗର ସମାଧାନ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି। କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଏବଂ ତାକୁ ବିକ୍ରି କରିବା ପାଇଁ ଉଦ୍ଦିଷ୍ଟ ମଣ୍ଡି ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିବ। କୃଷି ଆଇନ ଇଚ୍ଛାଧୀନ। ଏହା ବାଧ୍ୟତାମୂଳକ ନୁହେଁ ବୋଲି ମୋଦି ଲୋକ ସଭାରେ ସ୍ପଷ୍ଟ କରିଛନ୍ତି। ଫଳରେ ନୂଆ କୃଷି ଆଇନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ଗତ ସେପ୍ଟେମ୍ବରରେ ୩ କୃଷି ଆଇନ ଆଣିଥିଲେ। ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଲକ୍ଷାଧିକ କୃଷକ ଅଡ଼ିବସିଛନ୍ତି। ଅଚଳାବସ୍ଥା ଦୂର କରିବା ପାଇଁ କେନ୍ଦ୍ର ଓ କୃଷକ ପ୍ରତିନିଧିଙ୍କ ମଧ୍ୟରେ ୧୧ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ସେଥିରୁ କିଛି ନିଷ୍କର୍ଷ ବାହାରିପାରି ନ ଥିଲା। ଫଳରେ କୃଷକମାନେ ଭାରତ ବନ୍ଦ, ଟ୍ରାକ୍ଟର ରାଲି ଓ ଚକା ଜାମ୍‌ ଭଳି ଆନ୍ଦୋଳନାମତ୍କ ପନ୍ଥା ଆପଣାଇ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ପୋଲିସ କୃଷକଙ୍କ ଧାରଣାସ୍ଥଳରେ ଇଣ୍ଟରନେଟ ସେବା ବନ୍ଦ କରି ସମ୍ପୃକ୍ତ ଅଞ୍ଚଳକୁ କଣ୍ଟକିତ ତାରବାଡ଼ରେ ଘେରିଛି, ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ନିନ୍ଦିତ ହେବାକୁ ପଡ଼ିଛି। ବିବାଦୀୟ ଆଇନ ଉଚ୍ଛେଦ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ଓ ଘରକୁ ଫେରିବା ପ୍ରଶ୍ନ ଉଠୁନାହିଁ ବୋଲି କୃଷକ ସଙ୍ଗଠନଗୁଡ଼ିକ ସ୍ପଷ୍ଟ କରିଥିବାବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗ ଉଠାଉଛନ୍ତି। ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବା ଦିନଠାରୁ ବିରୋଧୀ ଉଭୟ ଗୃହରେ କୃଷି ଆଇନ ପ୍ରତ୍ୟାହାର ଦାବି କରି ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ପ୍ରଧାନମନ୍ତ୍ରୀ ବୁଧବାର ଲୋକ ସଭାରେ ବିବୃତି ରଖିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ବେଳେ ମୋଦି କହିଛନ୍ତି, ସରକାର କୃଷକମାନଙ୍କୁ ସମ୍ମାନ କରନ୍ତି ଓ ଭବିଷ୍ୟତରେ ମଧ୍ୟ କରିବେ। ସରକାର ଓ କୃଷି ଆଇନ ବିରୋଧରେ ବିସ୍ତାର ହେଉଥିବା ଗୁଜବକୁ ସେମାନେ ଧ୍ୟାନ ଦିଅନ୍ତୁ ନାହିଁ। ଅଚଳାବସ୍ଥା ଦୂର କରିବା ଲାଗି ଚାଷୀମାନେ ବିନା କୌଣସି ଦ୍ୱିଧାରେ ଆଲୋଚନାକୁ ଆସନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ଏହି ଅବସରରେ ମୋଦି ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସରକାର ସେମାନଙ୍କ ଯୁକ୍ତିସଙ୍ଗତ ପ୍ରସ୍ତାବଗୁଡ଼ିକୁ ସର୍ବାଧିକ ସମ୍ମାନ ଦେବେ। ସେମାନଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରିବେ। କୃଷି କ୍ଷେତ୍ରରେ ସଂସ୍କାର ଆଣିବା ସମୟର ଆବଶ୍ୟକତା ହୋଇଥିବାରୁ ଏହି ଆଇନଗୁଡ଼ିକ ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ଚାଷୀମାନେ ପୂର୍ବରୁ ପାଉଥିବା ସୁବିଧାଗୁଡ଼ିକୁ ଛଡ଼ାଇ ନିଆଯାଇଛି କି ବୋଲି ମୋଦି ପ୍ରଶ୍ନ କରିଥିଲେ। କହିଥିଲେ, କାହା ଉପରେ କଟକଣା ନାହିଁ। ଏହି ଆଇନଗୁଡ଼ିକ କୃଷକଙ୍କ ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜିବ ନାହିଁ। କୃଷି ଆଇନ ଇଚ୍ଛାଧୀନ, ଏହା ବାଧ୍ୟତାମୂଳକ ନୁହେଁ। ନୂଆ ଆଇନ ପୁରୁଣା ମଣ୍ଡିକୁ ବନ୍ଦ କରିବ ନାହିଁ କି ଏହାଦ୍ୱାରା ଏମ୍‌ଏସ୍‌ପିରେ ଉତ୍ପାଦିତ ସାମଗ୍ରୀ କ୍ରୟ ପ୍ରଭାବିତ ହେବ ନାହିଁ। ଆଇନ ଆସିବା ପରେ ମଣ୍ଡି କିମ୍ବା ଏମ୍‌ଏସ୍‌ପି ବନ୍ଦ ହୋଇନାହିଁ। ଆଗକୁ ମଣ୍ଡି ସଂଖ୍ୟା ବଢ଼ାଇବା ପାଇଁ ବଜେଟରେ ଧାର୍ଯ୍ୟ କରାଯାଇଛି।
ପ୍ରଧାନମନ୍ତ୍ରୀ କହିଥିଲେ, ଚାଷୀମାନେ ଉକ୍ତ ଆଇନକୁ ‘କଳା ଆଇନ’ ଓ ‘କୃଷକ ବିରୋଧୀ ଆଇନ’ ଆନ୍ଦୋଳନ କରିବାକୁ ଆସିବା ପୂର୍ବରୁ ମଧ୍ୟ ସରକାର ସେମାନଙ୍କ ସହ ଅନେକ ପର୍ଯ୍ୟାୟରେ ଆଲୋଚନା କରିଥିଲେ। ସରକାର ଏବେ ମଧ୍ୟ ଖୋଲା ହୃଦୟରେ ସେମାନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ। ମୋଦି ଭାଷଣ ଦେଉଥିବାବେଳେ ବିରୋଧୀ ଦଳଗୁଡ଼ିକ ହଟ୍ଟଗୋଳ କରିଥିଲେ। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୋଦି କହିଥିଲେ, ଏପରି ହୋହଲ୍ଲା ଆପଣଙ୍କୁ ଜନସମର୍ଥନ ହାସଲ କରିବାରେ ସହାୟକ ହେବ ନାହିଁ। କଂଗ୍ରେସ ଗୁଜବ ସୃଷ୍ଟି କରି କୃଷକମାନଙ୍କୁ ଭୁଲ୍‌ ବାଟରେ ପରିଚାଳିତ କରିବା ଅନୁଚିତ ବୋଲି ସେ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri