ଏମ୍‌ଏସ୍‌ଏମ୍‌ଇ: ସ୍ବାସ୍ଥ୍ୟ ସାମଗ୍ରୀ ଉତ୍ପାଦନ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। ବୃହତ୍‌ ଶିଳ୍ପ ଉତ୍ପାଦନ ବନ୍ଦ ରହିଛି। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀକୁ ବାଦ୍‌ ଦେଇ ଅନ୍ୟ କୌଣସି ଉତ୍ପାଦନ ହେଉନାହିଁ। ଅପରପକ୍ଷରେ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀ ପରିସ୍ଥିତିରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର କେତେକ କ୍ଷେତ୍ରରେ ଉତ୍ପାଦନ ଅହେତୁକ ବୃଦ୍ଧି ପାଇଛି। କିଛିଦିନ ତଳେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ବିଶେଷକରି କରୋନା ପ୍ରଭାବରୁ ଏମ୍‌ଏସ୍‌ଏମ୍‌ଇ ବିଭାଗର କ୍ଷତି ଯେପରି ହ୍ରାସ ହୋଇପାରିବ, ସେ ନେଇ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି।
ସାମ୍ପ୍ରତିକ ସ୍ଥିତିରେ ତୁରନ୍ତ କାର୍ଯ୍ୟକାରୀ ହୋଇପାରୁଥିବା ଭେଣ୍ଟିଲେଟର ଯନ୍ତ୍ରାଂଶ, ସାନିଟାଇଜର, ମାସ୍କ, ପିପିଇ କିଟ୍‌ ଇତ୍ୟାଦିର ଚାହିଦା ବୃଦ୍ଧି ପାଇଛି। ଗତ ମାସକ ମଧ୍ୟରେ ଦେଶରେ ଏହାର ଉତ୍ପାଦନରେ ବ୍ୟାପକ ବୃଦ୍ଧି ଘଟିଥିବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସଚିବ ଅରୁଣ କୁମାର ପଣ୍ଡା ସୂଚନା ଦେଇଛନ୍ତି। ନିକଟରେ ବିଭାଗୀୟ କ୍ୟାବିନେଟ ମନ୍ତ୍ରୀ ନୀତିନ ଗଡକରୀ ମନ୍ତ୍ରଣାଳୟର ସମସ୍ତ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। କେନ୍ଦ୍ର ସରକାର କରିଥିବା ଘୋଷଣାରୁ ଏମ୍‌ଏସ୍‌ଏମ୍‌ଇକୁ କିପରି ସହାୟତା କରାଯାଇପାରିବ, ସେ ନେଇ ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ସହ ଆଲୋଚନା କରାଯାଉଛି। ପିପିଇ କିଟ୍‌ ନିର୍ମାଣ ବର୍ତ୍ତମାନ ମନ୍ତ୍ରଣାଳୟର ପ୍ରାଥମିକତା ହୋଇଛି। ବିଶେଷ ଭାବେ ଲକ୍‌ଡାଉନରେ କେଉଁ ରାଜ୍ୟରେ କେଉଁ ପ୍ରକାର ଏମ୍‌ଏସ୍‌ଏମ୍‌ଇକୁ ଚାଲୁ ରଖାଯାଇପାରିବ, ସେ ନେଇ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଭିନ୍ନ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଶନିବାର ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ସହ ଆଲୋଚନା କରିିଛନ୍ତି।
ମନ୍ତ୍ରଣାଳୟ ଅଧୀନସ୍ଥ କେତେକ ସଂସ୍ଥା ଦେଶର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଖାଦ୍ୟସାମଗ୍ରୀ ବଣ୍ଟନ କରୁଛନ୍ତି। ଏଗୁଡ଼ିକ ମଧ୍ୟରେ ଖଦି ଓ ଗ୍ରାମ୍ୟ ଶିଳ୍ପ ନିଗମ(କେଭିଆଇସି), ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ(ଏନ୍‌ଏସ୍‌ଆଇସି), କତା ନିଗମ, ବୈଷୟିକ କେନ୍ଦ୍ର(ଟିସି) ଏବଂ ବିକାଶଶୀଳ ସଂସ୍ଥା(ଡିଆଇ) ରହିଛି। ଏତଦ୍‌ ବ୍ୟତୀତ କେଭିଆଇସି ପକ୍ଷରୁ ଶିଳ୍ପୀ କଲ୍ୟାଣ ପାଣ୍ଠି(ଏଡବ୍ଲ୍ୟୁଏଫ୍‌) ଦ୍ୱାରା ମାସିକ ପ୍ରତି ଶିଳ୍ପୀଙ୍କୁ ୧୦୦୦ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ବୈଷୟିକ କେନ୍ଦ୍ରଗୁଡ଼ିକ ସାନିଟାଇଜର, ମାସ୍କ, ଗାଉନ, ଫେସ୍‌ ସିଲ୍ଡ ଏବଂ ହସ୍ପିଟାଲ ଆସବାବପତ୍ର ପ୍ରସ୍ତୁତି କରୁଛି। ଓଡ଼ିଶାରେ ସମଗ୍ର ଜିଲାକୁ ୩ଟି ଜୋନ୍‌ରେ ବିଭକ୍ତ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମିତ ଦେଖା ଦେଇ ନ ଥିବା ଜିଲାକୁ ‘ଗ୍ରୀନ୍‌ ଜୋନ’ ଘୋଷଣା କରାଯିବ। ୧୫ରୁ କମ୍‌ ସଂକ୍ରମିତ ଥିବା ଜିଲାକୁ ‘ଅରେଞ୍ଜ ଜୋନ’୍‌ ଏବଂ ୧୫ରୁ ଅଧିକ ସଂକ୍ରମିତ ଥିବା ଜିଲାକୁ ‘ରେଡ୍‌ ଜୋନ’ ବୋଲି ଘୋଷିତ କରାଯିବ। ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି କେଉଁ ପ୍ରକାର ଏମ୍‌ଏସ୍‌ଏମ୍‌ଇ ଆରମ୍ଭ କରାଯାଇ ପାରିବ, ସେ ନେଇ ଆଲୋଚନା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri