ଏମ୍‌ଏସ୍‌ଏମ୍‌ଇ: ସ୍ବାସ୍ଥ୍ୟ ସାମଗ୍ରୀ ଉତ୍ପାଦନ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। ବୃହତ୍‌ ଶିଳ୍ପ ଉତ୍ପାଦନ ବନ୍ଦ ରହିଛି। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀକୁ ବାଦ୍‌ ଦେଇ ଅନ୍ୟ କୌଣସି ଉତ୍ପାଦନ ହେଉନାହିଁ। ଅପରପକ୍ଷରେ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀ ପରିସ୍ଥିତିରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର କେତେକ କ୍ଷେତ୍ରରେ ଉତ୍ପାଦନ ଅହେତୁକ ବୃଦ୍ଧି ପାଇଛି। କିଛିଦିନ ତଳେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ବିଶେଷକରି କରୋନା ପ୍ରଭାବରୁ ଏମ୍‌ଏସ୍‌ଏମ୍‌ଇ ବିଭାଗର କ୍ଷତି ଯେପରି ହ୍ରାସ ହୋଇପାରିବ, ସେ ନେଇ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି।
ସାମ୍ପ୍ରତିକ ସ୍ଥିତିରେ ତୁରନ୍ତ କାର୍ଯ୍ୟକାରୀ ହୋଇପାରୁଥିବା ଭେଣ୍ଟିଲେଟର ଯନ୍ତ୍ରାଂଶ, ସାନିଟାଇଜର, ମାସ୍କ, ପିପିଇ କିଟ୍‌ ଇତ୍ୟାଦିର ଚାହିଦା ବୃଦ୍ଧି ପାଇଛି। ଗତ ମାସକ ମଧ୍ୟରେ ଦେଶରେ ଏହାର ଉତ୍ପାଦନରେ ବ୍ୟାପକ ବୃଦ୍ଧି ଘଟିଥିବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସଚିବ ଅରୁଣ କୁମାର ପଣ୍ଡା ସୂଚନା ଦେଇଛନ୍ତି। ନିକଟରେ ବିଭାଗୀୟ କ୍ୟାବିନେଟ ମନ୍ତ୍ରୀ ନୀତିନ ଗଡକରୀ ମନ୍ତ୍ରଣାଳୟର ସମସ୍ତ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। କେନ୍ଦ୍ର ସରକାର କରିଥିବା ଘୋଷଣାରୁ ଏମ୍‌ଏସ୍‌ଏମ୍‌ଇକୁ କିପରି ସହାୟତା କରାଯାଇପାରିବ, ସେ ନେଇ ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ସହ ଆଲୋଚନା କରାଯାଉଛି। ପିପିଇ କିଟ୍‌ ନିର୍ମାଣ ବର୍ତ୍ତମାନ ମନ୍ତ୍ରଣାଳୟର ପ୍ରାଥମିକତା ହୋଇଛି। ବିଶେଷ ଭାବେ ଲକ୍‌ଡାଉନରେ କେଉଁ ରାଜ୍ୟରେ କେଉଁ ପ୍ରକାର ଏମ୍‌ଏସ୍‌ଏମ୍‌ଇକୁ ଚାଲୁ ରଖାଯାଇପାରିବ, ସେ ନେଇ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଭିନ୍ନ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଶନିବାର ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ସହ ଆଲୋଚନା କରିିଛନ୍ତି।
ମନ୍ତ୍ରଣାଳୟ ଅଧୀନସ୍ଥ କେତେକ ସଂସ୍ଥା ଦେଶର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଖାଦ୍ୟସାମଗ୍ରୀ ବଣ୍ଟନ କରୁଛନ୍ତି। ଏଗୁଡ଼ିକ ମଧ୍ୟରେ ଖଦି ଓ ଗ୍ରାମ୍ୟ ଶିଳ୍ପ ନିଗମ(କେଭିଆଇସି), ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ(ଏନ୍‌ଏସ୍‌ଆଇସି), କତା ନିଗମ, ବୈଷୟିକ କେନ୍ଦ୍ର(ଟିସି) ଏବଂ ବିକାଶଶୀଳ ସଂସ୍ଥା(ଡିଆଇ) ରହିଛି। ଏତଦ୍‌ ବ୍ୟତୀତ କେଭିଆଇସି ପକ୍ଷରୁ ଶିଳ୍ପୀ କଲ୍ୟାଣ ପାଣ୍ଠି(ଏଡବ୍ଲ୍ୟୁଏଫ୍‌) ଦ୍ୱାରା ମାସିକ ପ୍ରତି ଶିଳ୍ପୀଙ୍କୁ ୧୦୦୦ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ବୈଷୟିକ କେନ୍ଦ୍ରଗୁଡ଼ିକ ସାନିଟାଇଜର, ମାସ୍କ, ଗାଉନ, ଫେସ୍‌ ସିଲ୍ଡ ଏବଂ ହସ୍ପିଟାଲ ଆସବାବପତ୍ର ପ୍ରସ୍ତୁତି କରୁଛି। ଓଡ଼ିଶାରେ ସମଗ୍ର ଜିଲାକୁ ୩ଟି ଜୋନ୍‌ରେ ବିଭକ୍ତ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମିତ ଦେଖା ଦେଇ ନ ଥିବା ଜିଲାକୁ ‘ଗ୍ରୀନ୍‌ ଜୋନ’ ଘୋଷଣା କରାଯିବ। ୧୫ରୁ କମ୍‌ ସଂକ୍ରମିତ ଥିବା ଜିଲାକୁ ‘ଅରେଞ୍ଜ ଜୋନ’୍‌ ଏବଂ ୧୫ରୁ ଅଧିକ ସଂକ୍ରମିତ ଥିବା ଜିଲାକୁ ‘ରେଡ୍‌ ଜୋନ’ ବୋଲି ଘୋଷିତ କରାଯିବ। ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି କେଉଁ ପ୍ରକାର ଏମ୍‌ଏସ୍‌ଏମ୍‌ଇ ଆରମ୍ଭ କରାଯାଇ ପାରିବ, ସେ ନେଇ ଆଲୋଚନା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଦେଲେ ହାଇକୋର୍ଟ, ପିଏମ୍‌ ମୋଦିଙ୍କୁ ନେଇ…

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି। ମଙ୍ଗଳବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri