Posted inଫୁରସତ

ଏମିତି ମାସ୍କ, ଯାହା ମୁହଁରୁ ନ ଖୋଲି ଖାଇପାରିବେ ଖାଦ୍ୟ

ସାରା ବିଶ୍ୱରେ କରୋନା ଭାଇରସ୍‌ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ଯୋଗୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୫୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। କାହାକୁ ମଧ୍ୟ ଜଣା ନାହିଁ ଏହି ଭାଇରସ୍‌ କେବେ ଯିବ ଆଉ କେବେ ପରିସ୍ଥିତି ସ୍ବାଭାବିକ ହେବ। ଆଜିପର୍ଯ୍ୟନ୍ତ ଏହି ଭାଇରସ୍‌ ପାଇଁ କୌଣସି ଔଷଧ ମଧ୍ୟ ବାହାରି ନାହିଁ। ଲୋକେ କେବଳ ସାମାଜିକ ଦୂରତା ଏବଂ ମୁହଁରେ ମାସ୍କ ଲଗାଇ ଏହି ଭାଇରସ୍‌ ସହ ଲଢୁଛନ୍ତି।
ଏହି ସମୟରେ ଲୋକଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଖାଇବା ଏବଂ ପିଇବା ସମୟରେ ମୁହଁରୁ ମାସ୍କ କାଢ଼ିବାକୁ ପଡୁଛି। ମାତ୍ର ଇସ୍ରାଇଲର ବୈଜ୍ଞାନିକମାନେ ଏକ ରିମୋଟ୍‌ କଣ୍ଟ୍ରୋଲ୍‌ କରୋନା ଭାଇରସ୍‌ ମାସ୍କ ତିଆରି କରିଛନ୍ତି। ଯାହାକୁ ଖାଇବା ସମୟରେ ଖୋଲିବାକୁ ପଡ଼ିବନି। ଏହି ମାସ୍କରେ ହ୍ୟାଣ୍ଡ୍‌ ବ୍ରେକ୍‌ ଲାଗିଛି। ଚାଲ ଖାଇବା କହିଲେ, ଏହା ସାମ୍ନାରେ ଲାଗିଥିବା ସ୍ଲଟ୍‌ ଖୋଲିଯିବ।
ଆଭିପିପସ୍‌ ପେଣ୍ଟେଣ୍ଟ୍‌ସ ଏବଂ ଉଦ୍ଭାବନରର ଉପାଧ୍ୟକ୍ଷ ଆସାଫ୍‌ ଗିଟେଲିସ୍‌ କହିଛନ୍ତି ଯେ, ରିମୋଟ୍‌ ସହାୟତାରେ ମାସ୍କ ଖୋଲାଯାଇପାରିବ। ଯେତେବେଳେ କେହି ଚାମଚକୁ ମୁହଁ ପାଖକୁ ନେବ ସେତେବେଳେ ଏହା ସ୍ବୟଂଚାଳିତ ଭାବେ କାର୍ଯ୍ୟ କରିବ। ମାତ୍ର ଏହି ମାସ୍କ ଏବେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ନୁହେଁ।
କମ୍ପାନୀ ପକ୍ଷରୁ କୁହାଯାଇଛି, ମାସକ ମଧ୍ୟରେ ଏହି ମାସ୍କ ତିଆରି ଆରମ୍ଭ କରିବାକୁ ଯୋଜନା ରହିଛି। ଏହା ପୂର୍ବରୁ ପେଣ୍ଟେଣ୍ଟ ଦାଖଲ ହୋଇସାରିଛି। ଏହା ମଧ୍ୟ କୁହାଯାଇଛି କି, ସମ୍ଭବତଃ ଏହା ୦.୮୫ରୁ ୨.୮୫ ଡଲାରରେ ବିକ୍ର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri