ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର କୁମାର ରାୟ ଓରଫ୍‌ ରବି ରାୟ। ‘ଲୋକଶକ୍ତି ସଂଗଠନ’ ଥିଲା ଓଡ଼ିଶାର ପ୍ରଥମ ‘ପଞ୍ଜୀକୃତ ଷ୍ଟ୍ରିଟ୍‌ ପ୍ଲେ ଗ୍ରୁପ୍‌’। ନେଦରଲାଣ୍ଡ ସରକାର ଏହାକୁ ଫଣ୍ଡିଂ କରୁଥିଲେ। ଆଉ ଏହି ଗ୍ରୁପ୍‌ ଗଁା ଗଁା ବୁଲି ନାଟକ ଜରିଆରେ ଲୋକମାନଙ୍କୁ ସଚେତନ କରାଉଥିଲା। ସେତେବେଳେ ଏହି ଗ୍ରୁପ୍‌ରେ ୩୫ଜଣ ସଦସ୍ୟ ଥିଲେ। ଏମିତି ୭/୮ବର୍ଷ ଚାଲିବା ପରେ ନେଦରଲାଣ୍ଡ ସରକାର ଫଣ୍ଡିଂ ବନ୍ଦ କରିଦେଲେ। ଫଳରେ ପ୍ଲେ ଗ୍ରୁପ୍‌ ବନ୍ଦ ହୋଇଯିବା ଅବସ୍ଥାକୁ ଚାଲିଆସିଲା। କଳାକାରମାନେ ମଧ୍ୟ ଅସହାୟ ହୋଇପଡ଼ିଲେ। ତେବେ ଏତିକିବେଳେ ରବି ରାୟ ନିଷ୍ପତ୍ତି ନେଲେ, ନାଟ୍ୟସଂସ୍ଥା ବନ୍ଦ ହେବନି। ଏହି ସଂସ୍ଥା ନିଜେ ରୋଜଗାର କରିବ। ଆଉ ସେଇଥିରେ ତାହା ଆଗକୁ ବଢ଼ିବ। ବାସ୍‌, ଏହି ନିଷ୍ପତ୍ତିରୁ ସୃଷ୍ଟି ହେଲା ଆଜିର ‘ବାଘାଯତୀନ ଲୋକନାଟ୍ୟ’।

ରବି ରାୟ କହନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଥମେ ଲୋକଶକ୍ତି ଏବଂ ପରେ ବାଘାଯତୀନ ଲୋକନାଟ୍ୟ ସୃଷ୍ଟିହେଲା ତାହାକୁ ମୁଁ ଏବେ ମଧ୍ୟ ଜାରି ରଖିଛି। ମୁଁ ଆଜି ବି ନାଟକ ଚୟନ କରିବା ବେଳେ ତା’ ଭିତରେ ସମାଜ ପ୍ରତି ଥିବା ବାର୍ତ୍ତା ଉପରେ ଗୁରୁତ୍ୱ ଦେଉଛି। ‘ସୀତାର ଜଳୁଛି ଚିତା’, ‘ମୃତ୍ୟୁଦଣ୍ଡ’, ‘ପାକିସ୍ତାନୀ ଝିଅ’ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ।

ଯାତ୍ରାଠୁ ଲୋକମାନେ ଦୂରେଇ ଯାଉଛନ୍ତି କି (?) ବୋଲି ଏକ ପ୍ରଶ୍ନର ଉତ୍ତରରେ ରାୟ କହନ୍ତି, ଲୋକମାନେ ଯାତ୍ରାଠୁ ଦୂରଉ ନାହାନ୍ତି। ବରଂ ଯାତ୍ରା ଲୋକମାନଙ୍କଠାରୁ ଦୂରେଇ ଯାଉଛି। ନାଟକ ଉପରେ ଗୁରୁତ୍ୱ ଦିଆଯାଉନି। ଫାଟକ ବଢୁଛି। ସପରିବାର ବସି ଦେଖିବା ଭଳି ନାଟକ ନାହିଁ। ସଂଳାପରେ ସଂଯମତା ନାହିଁ। କାହାଣୀ କୁଆଡ଼େ ଯାଉଛି ତା’ର ଠିକ୍‌ଠିକଣା ନାହିଁ। କମେଡି ନଁାରେ ଖାଲି ଭଲ୍‌ଗାର ବା ଅଶ୍ଳୀଳ କଥା। କାହିଁକି ଲୋକେ ନାଟକ ଦେଖିବେ?

ଶୁଣାଯାଏ କଳାକାରମାନେ (ଯଦିଓ ହାତଗଣତି) ମାଲିକମାନଙ୍କୁ ପ୍ରଭାବିତ କରି ସେମାନଙ୍କ ଅନୁଯାୟୀ ନାଟକ ଲେଖେଇବାକୁ ଚେଷ୍ଟାକରନ୍ତି। ଏ ପ୍ରକାର ଅନୁଭୂତି ଆପଣଙ୍କର ଅଛି କି? ଏପ୍ରଶ୍ନର ଉତ୍ତରରେ ରାୟ କହନ୍ତି, କେବେକେବେ ଆମ ପାର୍ଟିରେ ଏଭଳି ଘଟଣା ଘଟିଛି। ତେବେ ମୁଁ ସେମାନଙ୍କ କଥା ଶୁଣିନି। ସେମାନେ ଛାଡ଼ି ପଳେଇ ଯାଇଛନ୍ତି। ମୋ ପାର୍ଟି କିନ୍ତୁ ଚାଲିଛି। ମୁଁ ଗୋଟିଏ କଥା ବୁଝେ କଳାକାରଙ୍କୁ ନୁହେଁ; କାହାଣୀକୁ ଗୁରୁତ୍ୱ ଦେଲେ ନାଟକ ଭଲ ହେବ। ମୋର ମନେପଡ଼େ ମଁୁ ଏକ ନାଟକ କରିଥିଲି ‘ଆକାଶବାଣୀ କଟକ’। ସ୍ବର୍ଗତ ଅନନ୍ତ ଓଝାଙ୍କ ରଚନା ଏବଂ ବିନୋଦ ରାଉତଙ୍କ ନିର୍ଦ୍ଦେଶନା। କୌଣସି କଳାକାରଙ୍କ ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା। କାହାଣୀ ଯାହା ଚାହୁଁଥିଲା ସେହି ଅନୁଯାୟୀ କଳାକାରଙ୍କୁ ଭୂମିକା ଦିଆଯାଇଥିଲା। ଏ ନାଟକଟି ଓଡ଼ିଶାରେ ସର୍ବାଧିକ ଆଦୃତ ହୋଇଥିଲା। ମୋର ମନେଅଛି, ଗଞ୍ଜାମର ଠାକୁରାଣୀ ଯାତ୍ରାରେ ଆମ ସହିତ ଛ’ଟି ପାର୍ଟି କମ୍ପିଟିଶନ୍‌ କରୁଥିଲେ। ଆମର ସେଇ ଗୋଟିଏ ନାଟକ ଆଠଦିନ ହାଉସ୍‌ଫୁଲ୍‌ ଚାଲିଥିଲା ବେଳେ ଅନ୍ୟ ପାର୍ଟିସବୁ ଆଠଦିନରେ ତିନିଟା/ଚାରିଟା ନାଟକ ବଦଳେଇଥିଲେ। ଏଥର ଆପଣ ଚିନ୍ତା କରନ୍ତୁ! ରବି ରାୟ କହନ୍ତି, ଜଣକୁ ଗୁରୁତ୍ୱ ଦେଇ ନାଟକ କଲେ ସର୍ବପ୍ରଥମେ ଯାହା ନଷ୍ଟହେବ ତାହା ହେଉଛି ଟିମ୍‌ ସ୍ପିରିଟ୍‌। ଆଉ ଟିମ୍‌ ସ୍ପିରିଟ୍‌ ନଷ୍ଟହେଲେ ନାଟକ କେମିତି ଭଲ ହେବ?


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କ ମହଙ୍ଗା ନେକଲେସ

ମୁମ୍ବାଇ: ନିକଟରେ ଲଣ୍ଡନରେ ଆୟୋଜିତ ହୋପ ଗାଲା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଯୋଗ ଦେଇଥିଲେ। ଆଲିଆ ନିଜେ ଏହି କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ।...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ...

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri