ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର କୁମାର ରାୟ ଓରଫ୍‌ ରବି ରାୟ। ‘ଲୋକଶକ୍ତି ସଂଗଠନ’ ଥିଲା ଓଡ଼ିଶାର ପ୍ରଥମ ‘ପଞ୍ଜୀକୃତ ଷ୍ଟ୍ରିଟ୍‌ ପ୍ଲେ ଗ୍ରୁପ୍‌’। ନେଦରଲାଣ୍ଡ ସରକାର ଏହାକୁ ଫଣ୍ଡିଂ କରୁଥିଲେ। ଆଉ ଏହି ଗ୍ରୁପ୍‌ ଗଁା ଗଁା ବୁଲି ନାଟକ ଜରିଆରେ ଲୋକମାନଙ୍କୁ ସଚେତନ କରାଉଥିଲା। ସେତେବେଳେ ଏହି ଗ୍ରୁପ୍‌ରେ ୩୫ଜଣ ସଦସ୍ୟ ଥିଲେ। ଏମିତି ୭/୮ବର୍ଷ ଚାଲିବା ପରେ ନେଦରଲାଣ୍ଡ ସରକାର ଫଣ୍ଡିଂ ବନ୍ଦ କରିଦେଲେ। ଫଳରେ ପ୍ଲେ ଗ୍ରୁପ୍‌ ବନ୍ଦ ହୋଇଯିବା ଅବସ୍ଥାକୁ ଚାଲିଆସିଲା। କଳାକାରମାନେ ମଧ୍ୟ ଅସହାୟ ହୋଇପଡ଼ିଲେ। ତେବେ ଏତିକିବେଳେ ରବି ରାୟ ନିଷ୍ପତ୍ତି ନେଲେ, ନାଟ୍ୟସଂସ୍ଥା ବନ୍ଦ ହେବନି। ଏହି ସଂସ୍ଥା ନିଜେ ରୋଜଗାର କରିବ। ଆଉ ସେଇଥିରେ ତାହା ଆଗକୁ ବଢ଼ିବ। ବାସ୍‌, ଏହି ନିଷ୍ପତ୍ତିରୁ ସୃଷ୍ଟି ହେଲା ଆଜିର ‘ବାଘାଯତୀନ ଲୋକନାଟ୍ୟ’।

ରବି ରାୟ କହନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଥମେ ଲୋକଶକ୍ତି ଏବଂ ପରେ ବାଘାଯତୀନ ଲୋକନାଟ୍ୟ ସୃଷ୍ଟିହେଲା ତାହାକୁ ମୁଁ ଏବେ ମଧ୍ୟ ଜାରି ରଖିଛି। ମୁଁ ଆଜି ବି ନାଟକ ଚୟନ କରିବା ବେଳେ ତା’ ଭିତରେ ସମାଜ ପ୍ରତି ଥିବା ବାର୍ତ୍ତା ଉପରେ ଗୁରୁତ୍ୱ ଦେଉଛି। ‘ସୀତାର ଜଳୁଛି ଚିତା’, ‘ମୃତ୍ୟୁଦଣ୍ଡ’, ‘ପାକିସ୍ତାନୀ ଝିଅ’ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ।

ଯାତ୍ରାଠୁ ଲୋକମାନେ ଦୂରେଇ ଯାଉଛନ୍ତି କି (?) ବୋଲି ଏକ ପ୍ରଶ୍ନର ଉତ୍ତରରେ ରାୟ କହନ୍ତି, ଲୋକମାନେ ଯାତ୍ରାଠୁ ଦୂରଉ ନାହାନ୍ତି। ବରଂ ଯାତ୍ରା ଲୋକମାନଙ୍କଠାରୁ ଦୂରେଇ ଯାଉଛି। ନାଟକ ଉପରେ ଗୁରୁତ୍ୱ ଦିଆଯାଉନି। ଫାଟକ ବଢୁଛି। ସପରିବାର ବସି ଦେଖିବା ଭଳି ନାଟକ ନାହିଁ। ସଂଳାପରେ ସଂଯମତା ନାହିଁ। କାହାଣୀ କୁଆଡ଼େ ଯାଉଛି ତା’ର ଠିକ୍‌ଠିକଣା ନାହିଁ। କମେଡି ନଁାରେ ଖାଲି ଭଲ୍‌ଗାର ବା ଅଶ୍ଳୀଳ କଥା। କାହିଁକି ଲୋକେ ନାଟକ ଦେଖିବେ?

ଶୁଣାଯାଏ କଳାକାରମାନେ (ଯଦିଓ ହାତଗଣତି) ମାଲିକମାନଙ୍କୁ ପ୍ରଭାବିତ କରି ସେମାନଙ୍କ ଅନୁଯାୟୀ ନାଟକ ଲେଖେଇବାକୁ ଚେଷ୍ଟାକରନ୍ତି। ଏ ପ୍ରକାର ଅନୁଭୂତି ଆପଣଙ୍କର ଅଛି କି? ଏପ୍ରଶ୍ନର ଉତ୍ତରରେ ରାୟ କହନ୍ତି, କେବେକେବେ ଆମ ପାର୍ଟିରେ ଏଭଳି ଘଟଣା ଘଟିଛି। ତେବେ ମୁଁ ସେମାନଙ୍କ କଥା ଶୁଣିନି। ସେମାନେ ଛାଡ଼ି ପଳେଇ ଯାଇଛନ୍ତି। ମୋ ପାର୍ଟି କିନ୍ତୁ ଚାଲିଛି। ମୁଁ ଗୋଟିଏ କଥା ବୁଝେ କଳାକାରଙ୍କୁ ନୁହେଁ; କାହାଣୀକୁ ଗୁରୁତ୍ୱ ଦେଲେ ନାଟକ ଭଲ ହେବ। ମୋର ମନେପଡ଼େ ମଁୁ ଏକ ନାଟକ କରିଥିଲି ‘ଆକାଶବାଣୀ କଟକ’। ସ୍ବର୍ଗତ ଅନନ୍ତ ଓଝାଙ୍କ ରଚନା ଏବଂ ବିନୋଦ ରାଉତଙ୍କ ନିର୍ଦ୍ଦେଶନା। କୌଣସି କଳାକାରଙ୍କ ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା। କାହାଣୀ ଯାହା ଚାହୁଁଥିଲା ସେହି ଅନୁଯାୟୀ କଳାକାରଙ୍କୁ ଭୂମିକା ଦିଆଯାଇଥିଲା। ଏ ନାଟକଟି ଓଡ଼ିଶାରେ ସର୍ବାଧିକ ଆଦୃତ ହୋଇଥିଲା। ମୋର ମନେଅଛି, ଗଞ୍ଜାମର ଠାକୁରାଣୀ ଯାତ୍ରାରେ ଆମ ସହିତ ଛ’ଟି ପାର୍ଟି କମ୍ପିଟିଶନ୍‌ କରୁଥିଲେ। ଆମର ସେଇ ଗୋଟିଏ ନାଟକ ଆଠଦିନ ହାଉସ୍‌ଫୁଲ୍‌ ଚାଲିଥିଲା ବେଳେ ଅନ୍ୟ ପାର୍ଟିସବୁ ଆଠଦିନରେ ତିନିଟା/ଚାରିଟା ନାଟକ ବଦଳେଇଥିଲେ। ଏଥର ଆପଣ ଚିନ୍ତା କରନ୍ତୁ! ରବି ରାୟ କହନ୍ତି, ଜଣକୁ ଗୁରୁତ୍ୱ ଦେଇ ନାଟକ କଲେ ସର୍ବପ୍ରଥମେ ଯାହା ନଷ୍ଟହେବ ତାହା ହେଉଛି ଟିମ୍‌ ସ୍ପିରିଟ୍‌। ଆଉ ଟିମ୍‌ ସ୍ପିରିଟ୍‌ ନଷ୍ଟହେଲେ ନାଟକ କେମିତି ଭଲ ହେବ?


Enter your email to get our daily news in your inbox.

All Right Reserved By Dharitri.Com

୩୨ ବର୍ଷରେ ବି ଭର୍ଜିନ’ ଅଛନ୍ତି ସନା ମକବୁଲ! ବ୍ରେକଅପ ପରେ ଫ୍ୟୁଚର ପାର୍ଟନରକୁ ନେଇ ଏମିତି କହିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସନା ମକବୁଲ ବର୍ତ୍ତମାନ ଏକ ସାକ୍ଷାତକାର ପାଇଁ ଖବରରେ ଅଛନ୍ତି। ବିଗ ବସ ଓଟିଟି ୩ ଜିତିବା ପରେ, ସନା ଲଗାତାର ଭାବରେ ଶିରୋନାମାରେ…

ମାଲାମାଲ ହେଲେ ଜାହ୍ନବୀ: ‘ପେଡ୍ଡି’ ପାଇଁ ମିଳିଲା…

ଦକ୍ଷିଣ ସୁପରଷ୍ଟାର ରାମ ଚରଣ ତାଙ୍କ ଆଗାମୀ ଫିଲ୍ମ ‘ପେଡ୍ଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସ୍ପୋଟର୍‌ସ ଆକ୍ସନ-ଡ୍ରାମାରେ ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ନଜର…

ବିବାହ କରିବାକୁ ମନା କଲେ ଗାୟିକା, କାନାଡାରୁ ଭାରତ ଆସି ହତ୍ୟା

ଲୁଧିଆନା,୧୯।୫: ପଞ୍ଜାବର ଲୁଧିଆନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସଙ୍ଗୀତ ଶିଳ୍ପ ସମେତ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପ୍ରଖ୍ୟାତ ପଞ୍ଜାବୀ…

ସଲମାନ ଖାନଙ୍କ ଘରେ ପଶିଲା ସାପ:ଖେଳିଗଲା ଆତଙ୍କ, ତା’ପରେ ଯାହା ଘଟିଲା…

ମୁମ୍ବାଇ,୧୯।୪: ମୁମ୍ବାଇର ବାନ୍ଦ୍ରାରେ ଥିବା ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ମଙ୍ଗଳବାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ଏକ ସାପ ଆପାର୍ଟମେଣ୍ଟରେ ପଶିଯାଇଛି। ସାପଟିକୁ…

ଶାହରୁଖ ନା ସଲମାନ, କାହା ପାଖରେ ଅଛି ଅଧିକ ସମ୍ପତ୍ତି? ଜାଣନ୍ତୁ କିଏ କେତେ କୋଟିର ମାଲିକ

ମୁମ୍ବାଇ: ବଲିଉଡର ଦୁଇ ସବୁଠାରୁ ବଡ଼ ସୁପରଷ୍ଟାର ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ ଦେଶ ତଥା ବିଦେଶରେ ପ୍ରବଳ କ୍ରେଜ୍‌ ରହିଛି। ଦଶନ୍ଧି ଦଶନ୍ଧି…

ସଲମାନଙ୍କ ଫଟୋ ଦେଖି ୨ ପୂର୍ବତନ ପ୍ରେମିକା ଆଶ୍ଚର୍ଯ୍ୟ: କହିଲେ…

୬୦ ବର୍ଷ ବୟସରେ ବି ସଲମାନ ଖାନଙ୍କ ଜଲଓ୍ବା। ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଫଟୋକୁ ଯିଏ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

‘ମୋ ସ୍ତର ଏତେ ତଳକୁ ଖସିନାହିଁ..’, ବିଜୟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୧୭ା୫: ସାଉଥ ସୁପରଷ୍ଟାର ରଜନୀକାନ୍ତ ରବିବାର (୧୭ ମଇ) ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସେ ତାମିଲନାଡୁ ବିଧାନସଭା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri