ଏବେ କାମ କରିବା ସମୟ

ଜାତିସଂଘ,୨୪।୯: ନ୍ୟୁୟର୍କରେ ସୋମବାର ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ଉଦ୍‌ବୋଧନ ଦେଇଛନ୍ତି। ଜଳବାୟୁକୁ ନେଇ କଥା କହିବା ସମୟ ଅତିବାହିତ ହୋଇଯାଇଛି। ଏବେ କାମ କରିବା ସମୟ ଆସିଛି। ବିଶ୍ୱ ନେତାମାନେ ସେମାନଙ୍କ ମନୋଭାବରେ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତ ଏହାର ଅଣଜୀବାଶ୍ମ ଇନ୍ଧନ ଉତ୍ପାଦନ ୪୦୦ ଗିଗାଓ୍ବାଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମା ଅନୁଯାୟୀ ଭାରତ ଏବେ ୧୭୫ ଗିଗାଓ୍ବାଟ ଅଣଜୀବାଶ୍ମ ଇନ୍ଧନ ଉତ୍ପାଦନ ଲକ୍ଷ୍ୟ ରଖିଥିତ୍ବାବେଳେ ୨୦୨୨ ବେଳକୁ ଏହାକୁ ୪୦୦ ଗିଗାଓ୍ବାଟରେ ପହଞ୍ଚାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି ବିଶ୍ୱ ନେତାମାନଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ପ୍ୟାରିସ୍‌ ଚୁକ୍ତିନାମାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୦୧୭ରେ ଓହରିଯାଇ ସେତେବେଳର ନିଷ୍ପତ୍ତି ପାଇଁ ଭାରତ ଓ ଚାଇନାକୁ ଦାୟୀ କରିଥିଲେ। ଉକ୍ତ ଚୁକ୍ତିନାମାରୁ ଫାଇଦା ଉଠାଉଥିବା ଦେଶଗୁଡିକ ପାଇଁ ଆମେରିକାକୁ ପୈଠ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଟ୍ରମ୍ପ୍‌ ସେତେବେଳେ ଅଭିଯୋଗ କରିଥିଲେ।
ଜଳବାୟୁ ପରିବର୍ତ୍ତନ ଜନିତ ଗୁରୁତର ଚ୍ୟାଲେଞ୍ଜକୁ ଅତିକ୍ରମ କରିବାକୁ ହେଲେ ଆମକୁ କଠିନ ନିଷ୍ପତ୍ତି ନେବାକୁ ହେବ। ଏପର୍ଯ୍ୟନ୍ତ ଆମେ ଯାହା କରିଛେ ତାହା ଯଥେଷ୍ଟ ନୁହେଁ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ପକ୍ଷରୁ ଆୟୋଜିତ ଜଳବାୟୁ ସମିଟ୍‌ରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ିଚାଲିଛି। ତେବେ ଜରୁରୀ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଲେ ଏହାର ବିପଜ୍ଜନକ ପରିଣାମକୁ ପ୍ରତିହତ କରାଯାଇପାରିବ। ସେଥିପାଇଁ ଏବେ ବି ସମୟ ଅଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି।

ମୋଦିଙ୍କ ଭାଷଣ ଶୁଣିବାକୁ ପହଞ୍ଚତ୍ଲେ ଟ୍ରମ୍ପ୍‌

ଜାତିସଂଘରେ ସୋମବାର ଜଳବାୟୁ ସମିଟ୍‌ ଜାଲିଥିବାବେଳେ କୌଣସି କାର୍ଯ୍ୟସୂଚୀ ନ ଥାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ ସେଠାରେ ପହଞ୍ଚତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିଥିଲେ। ୧୦ ମିନିଟ ମୋଦିଙ୍କ ଭାଷଣ ଶୁଣିବା ପରେ ଟ୍ରମ୍ପ୍‌ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଯିବା ପୂର୍ବରୁ ସେ ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ ଭାଷଣ ମଧ୍ୟ କିଛି ସମୟ ଶୁଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?