Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ : କଳିଙ୍ଗରେ ଭାରତକୁ ଭେଟିବାକୁ ପ୍ରସ୍ତୁତ: ଜେଲସ୍କି

ଭୁବନେଶ୍ୱର,୧୮ା୨(କ୍ରୀଡ଼ା ପ୍ରତିନିଧି)-
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ହେଭିଓ୍ବେଟ ହକି ମୁକାବିଲା ପାଇଁ କ୍ଷେତ୍ର ପ୍ରସ୍ତୁତ। ଅନ୍ତର୍ଜାତୀୟ ହକିର ଦୁଇ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସ ଓ ବିଶ୍ୱ ଚାମ୍ପିୟନ ବେଲଜିୟମ ସହ ମୁକାବିଲା ପରେ ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଏଥର ଭାରତର ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ। ଆସନ୍ତା ଶୁକ୍ରବାର ଓ ଶନିବାର ହେବାକୁ ଥିବା ୨ଟି ମ୍ୟାଚ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଦଳ ରବିବାର ରାତିରେ ଆସି ଏଠାରେ ପହଞ୍ଚିଛି। ଭାରତକୁ ଏହାର ଘରୋଇ ପରିବେଶରେ କଳିଙ୍ଗ ଷ୍ଟାଡିୟମରେ ଭେଟିବାକୁ ଆମେ ପ୍ରସ୍ତୁତ। ଏହି ଦୁଇ ମ୍ୟାଚ୍‌ ଅଲିମ୍ପିକ୍ସ ପ୍ରସ୍ତୁତିରେ ବେଶ୍‌ ସହାୟକ ହେବ ବୋଲି ଅଷ୍ଟ୍ରେଲିଆ ଅଧିନାୟକ ଆରନ ଜେଲସ୍କି ପ୍ରକାଶ କରିଛନ୍ତି।
ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ବେଲଜିୟମଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ତେବେ ଏହାପରେ ଗ୍ରେଟ୍‌ ବ୍ରିଟେନକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ବିଜୟ ପଥକୁ ଫେରିଥିବାରୁ ବାହାର ପରିବେଶରେ ଭାରତ ବିପକ୍ଷରେ ମଧ୍ୟ ବିଜୟୀ ହେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ। ଘରୋଇ ଦର୍ଶକଙ୍କ ସାମ୍‌ନାରେ ବିଶ୍ୱର ୪ ନମ୍ବର ଦଳ ଭାରତକୁ ହରାଇବା ନିଶ୍ଚିତ ଭାବେ କଷ୍ଟକର ବୋଲି ଜେଲେସ୍କି ସ୍ବୀକାର କରିଛନ୍ତି। ଏପର୍ଯ୍ୟନ୍ତ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିଆସିଛି। ଏହି ଦଳ ବିପକ୍ଷରେ ଆମେ ଖେଳିବାକୁ ବେଶ୍‌ ଆଗ୍ରହୀ ଓ ଉତ୍ସାହିତ ଅଛୁ ବୋଲି ସେ କହିଛନ୍ତି। ମ୍ୟାଚ୍‌ ଆୟୋଜନ ହେବାକୁ କିଛିଦିନ ବାକି ରହିଛି। ତେଣୁ ଏଠାକାର ଜଳବାୟୁ ତଥା ପରିସ୍ଥିତି ସହ ଖୁବ୍‌ଶୀଘ୍ର ଖାପ ଖୁଆଇବୁ ଓ ଭଲ ପ୍ରଦର୍ଶନ କରିବୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏଫଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରଥମ ସଂସ୍କରଣ ୨୦୧୯ରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଫାଇନାଲରେ ଏହି ଦଳ ବେଲଜିୟମକୁ ୩-୨ ଗୋଲରେ ପରାସ୍ତ କରିଥିଲା। ଏଥର ୪ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ୬ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ଭାରତ ୪ଟି ମ୍ୟାଚ୍‌ ଖେଳି ୨ ବିଜୟ, ୧ ଶୁଟ୍‌ ଆଉଟ ବିଜୟ ଓ ଗୋଟିଏ ପରାଜୟ ସହ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ କୋଚ୍‌ କଲିନ୍‌ ବ୍ୟାଚ୍‌ ମଧ୍ୟ ସମାନ ମତ ପ୍ରକାଶ କରିଛନ୍ତି। ଭାରତ ବିପକ୍ଷରେ ଖେଳିବାକୁ ପୁଣିଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବାରୁ ଆମେ ବହୁତ ଉତ୍ସାହିତ। ଏପର୍ଯ୍ୟନ୍ତ ପ୍ରୋ ଲିଗ୍‌ରେ ଆମେ ମିଶ୍ରିତ ପ୍ରଦର୍ଶନ କରିଛୁ। ଆୟୋଜକ ଭାରତ ବିପକ୍ଷ ମ୍ୟାଚ୍‌ରେ କଡ଼ା ସଂଘର୍ଷର ସମ୍ମୁଖୀନ ହେବୁ ବୋଲି ବ୍ୟାଚ୍‌ ପୂର୍ବାନୁମାନ କରିଛନ୍ତି। ଦର୍ଶକଭରା ଷ୍ଟାଡିୟମରେ ଖେଳିବାକୁ ଆମେ ବେଶ୍‌ ଆଗ୍ରହୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri